ଗତ ଏକ ବର୍ଷ ମଧ୍ୟରେ ପୃଥିବୀ ଅଧିକ ବିପଦପୂର୍ଣ୍ଣ ହୋଇଥିବା ନେଇ ବିଶ୍ବବ୍ୟାପୀ ଏକ ଧାରଣା ସୃଷ୍ଟି ହୋଇଛି। ଏ ସଂପର୍କରେ ଲୋକେ କ’ଣ ଭାବନ୍ତି ତାହା ଜାଣିବା ଲାଗି ‘ଇପ୍ସୋସ୍’ ନାମକ ଏକ ବଜାର ଗବେଷଣା କମ୍ପାନି ୨୮ଟି ଦେଶରେ ଅନ୍ଲାଇନ୍ ସର୍ବେକ୍ଷଣ କରିଥିଲା। ତହିଁରୁ ଜଣାପଡ଼ିଛି ଯେ ଏହି ଧାରଣା ସହିତ ପ୍ରାୟ ୮୨ ପ୍ରତିଶତ ଲୋକ ସହମତ। ତେବେ ବିଶ୍ବ ସ୍ତରରେ ଏଭଳି ଏକି ନିରାଶାବାଦୀ ଧାରଣା ସତ୍ତ୍ବେ କିଛି ଦେଶରେ ଲୋକେ ଆଶାବାଦୀ ପ୍ରତିକ୍ରିୟା ରଖିଛନ୍ତି। ସମାନ ସର୍ବେକ୍ଷଣରେ ଆଉ ଏକ ପ୍ରଶ୍ନ ପଚରାଯାଇଥିଲା- ପୃଥିବୀରେ ଯେତିକି କ୍ଷେତ୍ରରେ ଅବନତି ହେଉଛି ତା’ ଠାରୁ ଅଧିକ କ୍ଷେତ୍ରରେ ଉନ୍ନତି ହେଉଛି କି? ସର୍ବେକ୍ଷଣର ୪୮% ଅଂଶଗ୍ରହଣକାରୀ ଏଥିରେ ସକାରାତ୍ମକ ଉତ୍ତର ରଖିଥିଲେ। ସର୍ବେକ୍ଷଣରେ ଭାଗ ନେଇଥିବା ସମୁଦାୟ ଚୀନା ଲୋକଙ୍କ ମଧ୍ୟରୁ ୮୬% ଗତ ବର୍ଷକୁ ନେଇ ସକାରାତ୍ମକତା ପ୍ରଦର୍ଶନ କରିଛନ୍ତି, ଯାହା ୨୮ଟି ଦେଶ ମଧ୍ୟରେ ସର୍ବାଧିକ। ଚୀନ ପଛକୁ ଅଛନ୍ତି ଯଥାକ୍ରମେ ଭାରତ (୭୯%), ସାଉଦି ଆରବ (୭୩%), ମାଲେସିଆ (୭୨%)। ନିରାଶାବାଦୀ ଉତ୍ତର ରଖିଥିବା ଦେଶ ତାଲିକାର ଶୀର୍ଷରେ ଅଛି କଲୋମ୍ବିଆ ଯାହାର ୯୧% ଲୋକ ବିଶ୍ବାସ କରନ୍ତି ଯେ ଗତ ବର୍ଷକ ମଧ୍ୟରେ ପୃଥିବୀ ଅଧିକ ବିପଦପୂର୍ଣ୍ଣ ହୋଇଛି। ପେରୁ (୯୦%), ଦକ୍ଷିଣ କୋରିଆ (୮୮%) ଓ ଯୁକ୍ତରାଷ୍ଟ୍ର ଆମେରିକା (୮୬%) ଯଥାକ୍ରମେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us