କୁଲିରୁ ‘ୟୁପିଏସ୍‌ସି’ ସଫଳତା

Advertisment

ଝରକା

ଝରକା

କୁଲିରୁ ‘ୟୁପିଏସ୍‌ସି’ ସଫଳତା

News18

ମଣିଷ ହାତରେ ସ୍ମାର୍ଟ‌୍ଫୋନ୍ ଓ ଇଣ୍ଟର୍‌ନେଟ୍‌ ମାଙ୍କଡ଼ ହାତରେ ଶାଳଗ୍ରାମ ସ୍ବରୂପ ପ୍ରତିଦିନ ନୂଆ ନୂଆ ଉଦାହରଣ ଥୋଉଥିବା ବେଳେ କେରଳର ଜଣେ କୁଲି ଏହି ଦୁଇଟି ସାଧନର ଉଚିତ ବ୍ୟବହାର କରି କିଭଳି ସଫଳତା ପାଇଛନ୍ତି, ତାହା ଦୃଷ୍ଟାନ୍ତମୂଳକ। ସେ କେରଳ ରାଜ୍ୟ ପ୍ରାଶାସନିକ ସେବା ପରୀକ୍ଷାରେ ସଫଳ ହେବା ପରେ ସର୍ବଭାରତୀୟ ‘ୟୁପିଏସ୍‌ସି’ ପରୀକ୍ଷାରେ ସଫଳ ହେବା ଲାଗି ବାହାରି ପଡ଼ିଛନ୍ତି।

କେରଳର ମୁନ୍ନାର ଜିଲ୍ଲାର ଶ୍ରୀନାଥ କେ. ଏର୍ଣ୍ଣାକୁଲମ ଷ୍ଟେସନ୍‌ରେ ଜଣେ କୁଲି ଭାବେ କାର୍ଯ୍ୟ କରୁଥିଲେ। ସୀମିତ ଆୟରେ ଆଗକୁ ପରିବାର ଚଳାଇବା କଷ୍ଟକର ବୋଲି ଅନୁଭବ କରି ୨୦୧୮ରେ ସେ ଷ୍ଟେସନ୍ କୁଲି ଭାବେ ଡବଲ୍‌ ସିଫ୍‌ଟରେ କାମ କରିବା ଆରମ୍ଭ କଲେ। ତଥାପି ରୋଜଗାର ଯଥେଷ୍ଟ ନ ହେବାରୁ ସେ ରାଜ୍ୟ ‘ସିଭିଲ୍ ସର୍ଭିସ୍’ ପରୀକ୍ଷାରେ ବସିବା ପାଇଁ ସ୍ଥିର କଲେ।

ଏଣେ ବ୍ୟୟ ବହୁଳ କୋଚିଂ ପାଇଁ ତାଙ୍କ ପାଖରେ ସମ୍ବଳ ନ ଥିଲା। ତେବେ ସମ୍ବଳ ଭାବେ ଥିଲା ଏକ ସ୍ମାର୍ଟ‌୍ଫୋନ୍ ଓ ରେଳ ଷ୍ଟେସନ୍‌ର ମାଗଣା ଵାଇ-ଫାଇ ବ୍ୟବସ୍ଥା। ତା’ରି ଜରିଆରେ ସେ ପରୀକ୍ଷା ଲାଗି ପ୍ରସ୍ତୁତ ହେଲେ। ନିଜ ଅଧ୍ୟବସାୟର ଫଳ ସ୍ବରୂପ କେରଳ ପ୍ରାଶାସନିକ ସେବା ପରୀକ୍ଷା (କେପିଏସ୍‌ସି)ରେ ସେ କୃତକାର୍ଯ୍ୟ ହୋଇଥିଲେ। ତେବେ ‘ୟୁପିଏସ୍‌ସି’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତାଙ୍କର ସ୍ବପ୍ନ ଥିବାରୁ ସେ ତିନି ଥରର ବିଫଳତା ସତ୍ତ୍ବେ ଚତୁର୍ଥ ଥରର ଉଦ୍ୟମରେ ସଫଳ ହୋଇଛନ୍ତି।

ଏହା ଏକ ଉଦାହରଣ ଯାହା କହିଥାଏ ଯେ ଇଚ୍ଛା ଶକ୍ତି ଜଣକୁ ଅପରାଜେୟରେ ପରିଣତ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe