ଏହାକୁ କହନ୍ତି ମୋହ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ କୃପଣ ବେପାରୀଙ୍କ ଶେଷ ସମୟ ଆସି ଗଲା। ତାଙ୍କ ଚାରି ପୁଅ ଜାଣିଥିଲେ ଯେ ବାପା ଅମାପ ଧନସଂପତ୍ତି କେଉଁଠି ଗୋଟାଏ ଲୁଚାଇ ରଖିଛନ୍ତି। ତେଣୁ ମୃତ୍ୟୁ ପୂର୍ବରୁ ତାଙ୍କ ଠାରୁ କଥା ଆଦାୟ କରିବାକୁ ପୁଅମାନେ ତାଙ୍କୁ ଘେରି ଯାଇ କେବଳ ପଚାରିବାରେ ଲାଗିଥିଲେ- ବାପା, କୁହ କେଉଁଠି ଲୁଚାଇ ରଖିଛ? କନ୍ତୁ ବେପାରୀଙ୍କ ପାଟି ପଡ଼ି ଯାଇଥିଲା। ସେ କେବଳ ଡବଡବ ହୋଇ ଚାହିଁ ରହିଥିଲେ।

ପିଲାମାନେ ଏମିତି କାକୁତିମିନତି ହେଉଥିବା ବେଳେ ହଠାତ୍ ବୃଦ୍ଧଙ୍କ ପାଟିରୁ ବା.......ମା........ ଭଳି କିଛି ବାହାରିବା ଦେଖାଗଲା। ପିଲାମାନେ ଉତ୍‌କର୍ଣ୍ଣ ହୋଇ ଉଠିଲେ। ବାପା କ’ଣ କହୁଛନ୍ତି ଜାଣିବା ଲାଗି ଗାଁ ନିକଟରେ ରହୁଥିବା ଜଣେ ବୈଦ୍ୟଙ୍କ ଘରକୁ ଦୌଡ଼ିଲେ। ସେ ସବୁ ଶୁଣି ସାରି କହିଲେ- ଗୋଟିଏ ଅତ୍ୟନ୍ତ ମୂଲ୍ୟବାନ ଔଷଧ ଅଛି, ଯାହାର ଦୁଇ ଟୋପା ପାଟିରେ ପଡ଼ିଲେ ଜଣେ ଏଭଳି ଅବସ୍ଥାରେ ବି ଗୋଟିଏ ବା ଦୁଇଟି ବାକ୍ୟ କହି ଦେଇପାରେ। କିନ୍ତୁ ତା ପରେ ପ୍ରାଣବାୟୁ ଉଡ଼ିଯିବା ନିଶ୍ଚିତ।

ପିଲାଏ କହିଲେ- ପ୍ରାଣ ଚାଲିଯାଉ ପଛକେ, ବୁଢ଼ା ଗୁପ୍ତ କଥାଟି କହି ଦେଉ। ତେଣୁ ସେମାନେ ଦାମୀ ଔଷଧ ଆଣି ବୃଦ୍ଧଙ୍କ ଜିଭରେ ଦୁଇ ଟୋପା ପକାଇ ଦେଲେ। ସାଙ୍ଗେ ସାଙ୍ଗେ ବେପାରୀ ଖନି ମାରି କହି ଉଠିଲେ- ଆରେ ଅପଦାର୍ଥ, ମୋତେ କ’ଣ ଘେରି ବସିଛ? ଦେଖିପାରୁନ କି ବାଛୁରୀଟା ଅଗଣାର ଝାଡୁକୁ ଚୋବାଇ ଅଧା ଖାଇ ସାରିଲାଣି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe