ରାଜା ହେବାର ଯୋଗ୍ୟତା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ରାଜାଙ୍କର ଥିଲେ ତିନି ପୁଅ। ବର୍ତ୍ତମାନ ରାଜାଙ୍କ ଲାଗି ସମସ୍ୟା ଉପୁଜିଲା ଯେ କାହାକୁ ସେ ତାଙ୍କ ପରେ ରାଜା ହେବା ଲାଗି ବାଛିବେ? ତିନି ପୁଅ ଯାକ ସମସ୍ତେ ଏକକୁ ଆରେକ ବଳୀୟାର। ଏକକୁ ଆରେକ ଯୋଗ୍ୟ। କାହାକୁ ରାଜ ପଦ ଲାଗି ବାଛିବେ?

ରାଜା ତେଣୁ ଗୁରୁଙ୍କୁ ଏହି ନିର୍ଣ୍ଣୟ ନେବା ଲାଗି କହିଲେ।

ଗୁରୁ କହିଲେ- ଏ ସମସ୍ୟାର ସମାଧାନ ମୁଁ କରିବି ନାହିଁ, କରିବ ଆମ ରାଜ ଉଆସର ସବୁଠାରୁ ତଳିଆ ଲୋକ। ତାକୁ ପଚାର ସେ ଭବିଷ୍ୟତ୍‌ର ରାଜାଙ୍କୁ ବାଛିଦେବ। ରାଜା ଏହା ଶୁଣି ହତାଶ ହେଲେ ସିନା ନିଜକୁ ସମ୍ବରଣ କରି କହିଲେ- ଏହା କିଭଳି ସମ୍ଭବ। ସେ କେମିତି ନିର୍ଣ୍ଣୟ ନେଇ ପାରିବ?

ଗୁରୁ କହିଲେ- ତେବେ, ତାକୁ ଏଠାକୁ ଡକରାଯାଉ ଓ ପଚରାଯାଉ। ସେଇ ଲୋକକୁ ଡକାଗଲା।

ଗୁରୁ ତାକୁ ପଚାରିଲେ- ତୁମ ପ୍ରତି କେଉଁ ରାଜକୁମାରଙ୍କ ବ୍ୟବହାର ସବୁଠାରୁ ଭଲ, ସେ କଥା ନିର୍ଭୟରେ କହ।

ସେଇ ଲୋକଟି ଡରି ମରି କହିଲା- ମହାରାଜ, ମୋର ମୁଣ୍ତ ରହିଲେ, ତୁଣ୍ତ ଫିଟିବ। ସବୁ ରାଜକୁମାରଙ୍କ ବ୍ୟବହାର ଭଲ। ସମସ୍ତେ ଭଦ୍ର ଓ ସୁଶୀଳ। କିନ୍ତୁ ଆପଣ ଯଦି ପଚାରୁଛନ୍ତି ତେବେ, ମଝିଆ ରାଜକୁମାରଙ୍କ ବ୍ୟବହାର ସବୁଠାରୁ ଭଲ ଏବ˚ ମାର୍ଜିତ।

ଗୁରୁ କହିଲେ- ନିର୍ଣ୍ଣୟ ହୋଇଗଲା। କାରଣ ସତ କଥା ହେଲା ଯିଏ ନିମ୍ନ ସ୍ତରର ଲୋକଙ୍କ ସହିତ ମାର୍ଜିତ ବ୍ୟବହାର କରେ ସେ ହିଁ ସର୍ବାଧିକ ଉତ୍ତମ ସ୍ବଭାବର ଅଧିକାରୀ। ସେ ରାଜା ହେବାକୁ ଯୋଗ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe