ଦର୍ପଣ: ଅର୍ବପତିଙ୍କ ମହାପ୍ରସ୍ଥାନ

ଦର୍ପଣ: ଅର୍ବପତିଙ୍କ ମହାପ୍ରସ୍ଥାନ

ପ୍ରାୟ ୮୦୦୦ ଜଣ ଅତ୍ୟନ୍ତ ଧନୀ ଭାରତୀୟ ୨୦୨୨ ମସିହାରେ ସ୍ବଦେଶ ଛାଡ଼ି ୟୁରୋପ, ଆମେରିକା ଓ ମଧ୍ୟ-ପୂର୍ବର ଦେଶମାନଙ୍କରେ ଅବସ୍ଥାନ କରିବେ ବୋଲି ନିକଟରେ ପ୍ରକାଶିତ ‘ହେନ୍‌ଲି ଗ୍ଲୋବାଲ୍ ସିଟିଜେନ୍‌ସ ରିପୋର୍ଟ’ରୁ ଜଣାପଡ଼ିଛି। ବିଶ୍ବବ୍ୟାପୀ ପ୍ରବାସୀଙ୍କ ହିସାବ ରଖୁଥିବା ଏହି ରିପୋର୍ଟ ଦର୍ଶାଉଛି ଯେ ୨୦୧୯ରେ ୭୦୦୦ ଜଣଙ୍କ ତୁଳନାରେ ଏ ବର୍ଷ ୧୪% ଅଧିକ ଅତ୍ୟନ୍ତ ବିତ୍ତଶାଳୀ ବ୍ୟକ୍ତି ଭାରତ ଛାଡ଼ିବେ। ‘ହାଇ ନେଟ୍ ଵର୍ଥ ଇଣ୍ଡିଭିଜୁଆଲ୍ (ଏଚ୍‌ଏନ୍‌ଡବ୍ଲ୍ୟୁଆଇ)’ ଭାବେ ପରିଗଣିତ ଏହି ବ୍ୟକ୍ତିମାନେ ଭାରତ ଛାଡ଼ିବାର ମୁଖ୍ୟ କାରଣଗୁଡ଼ିକ ହେଉଛି ଭାରତର କଠୋର ଟିକସ ଆଇନ ତଥା ଶକ୍ତିଶାଳୀ ପାସ୍‌ପୋର୍ଟର ଆବଶ୍ୟକତା।

ସେହିପରି ଉଚ୍ଚ ମାନର ଜୀବନଧାରଣ, ଶିକ୍ଷା, ସ୍ବାସ୍ଥ୍ୟସେବା ଅଧିକରୁ ଅଧିକ ବିତ୍ତଶାଳୀଙ୍କୁ ଦେଶ ଛାଡ଼ିବାକୁ ଉତ୍ସାହିତ କରୁଛି ବୋଲି ଜଣାପଡ଼ିଛି। ୨୦୨୨ରେ ଏଚ୍‌ଏନ୍‌ଡବ୍ଲ୍ୟୁଆଇ ଗୋଷ୍ଠୀର ସର୍ବାଧିକ (ଅନ୍ୟୂନ ୪୦୦୦ ଜଣ) ବ୍ୟକ୍ତି ନିଜ ଦେଶ ଛାଡ଼ି ୟୁଏଇରେ ଅବସ୍ଥାପିତ ହେବେ ବୋଲି ଅନୁମାନ କରାଯାଉଛି। ଏହା ପଛକୁ ଅଷ୍ଟ୍ରେଲିଆ ଓ ସିଙ୍ଗାପୁର ଦ୍ବିତୀୟ ଓ ତୃତୀୟ ସର୍ବାଧିକ ଧନୀ ବ୍ୟକ୍ତିଙ୍କ ଗନ୍ତବ୍ୟ ହେବ ବୋଲି ଏହି ରିପୋର୍ଟରୁ ପ୍ରକାଶ। ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ଭାରତ ପାଇଁ ଏହା ଆଶ୍ବସ୍ତିକର ଯେ ପ୍ରତିବର୍ଷ ଯେତିକି ସଂଖ୍ୟକ କୋଟିପତି ଭାରତର ନାଗରିକତା ତ୍ୟାଗ କରୁଛନ୍ତି ତା’ଠାରୁ ଅଧିକ ସଂଖ୍ୟକ ନୂଆ କୋଟିପତି ଦେଶରେ ସୃଷ୍ଟି ହେଉଛନ୍ତି।

ଆସନ୍ତା ଦଶ ବର୍ଷରେ ଭାରତରେ ଆମେରିକୀୟ ଡଲାର୍‌ ମିଲିୟନେର୍ ଓ ବିଲିୟନେର୍‌ଙ୍କ ସଂଖ୍ୟାରେ ୮୦% ବୃଦ୍ଧି ଘଟିବ ବୋଲି ମଧ୍ୟ ଏହି ରିପୋର୍ଟ ଦର୍ଶାଉଛି। ଏଥି ସହିତ ବିତ୍ତଶାଳୀ ବ୍ୟକ୍ତିମାନେ ଭାରତ ପ୍ରତ୍ୟାବର୍ତ୍ତନ କରିବାର ଧାରା ମଧ୍ୟ ଗତିଶୀଳ ହେବାରେ ଲାଗିଛି। ଭାରତରେ ଜୀବନଧାରଣର ମାନ ବଢ଼ିବା ପରେ ଅଧିକ ସଂଖ୍ୟକ ବିତ୍ତଶାଳୀ ଭାରତ ଫେରିବେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe