ଦର୍ପଣ: କିଏ କେତେ ସୁରକ୍ଷିତ?

ଦର୍ପଣ: କିଏ କେତେ ସୁରକ୍ଷିତ?

୧୨୧ ଦେଶରେ ହୋଇଥିବା ସର୍ବେକ୍ଷଣ ଆଧାରରେ ‘ଗାଲୋପ୍ ଲ’ ଆଣ୍ଡ୍‌ ଅର୍ଡର୍ ୨୦୨୧’ ସୂଚକାଙ୍କ ପ୍ରକାଶ ପାଇଛି ଯେଉଁଥିରେ ଭାରତର ସ୍ଥାନ ହେଉଛି ୬୦ତମ। ଏହି ସୂଚକାଙ୍କରେ ଗୋଟିଏ ଦେଶକୁ ୧ରୁ ୧୦୦ ମଧ୍ୟରେ ଏକ ଅଙ୍କ ମିଳିଥାଏ। ଏହି ସଂଖ୍ୟା ଗୋଟିଏ ଦେଶ ଲାଗି ଯେତେ ଅଧିକ ତାହାର ସେତେ ଅଧିକ ସଂଖ୍ୟକ ଅଧିବାସୀ ସେଠାରେ ନିଜକୁ ସୁରକ୍ଷିତ ମଣନ୍ତି ବୋଲି ବୁଝିବାକୁ ହେବ। ଭାରତ ଏହି ସୂଚକାଙ୍କରେ ୮୦ ଅଙ୍କ ପାଇଛି। ସିଙ୍ଗାପୁର ସର୍ବାଧିକ ୯୬ ଅଙ୍କ ହାସଲ କରି ସୂଚକାଙ୍କର ଶୀର୍ଷରେ ଥିବା ବେଳେ ଏହା ପଛକୁ ତାଜିକିସ୍ତାନ, ନରୱେ, ସୁଇଜରଲାଣ୍ଡ୍‌ ଓ ଇଣ୍ଡୋନେସିଆ ଯଥାକ୍ରମେ ନିଜକୁ ସର୍ବାଧିକ ସୁରକ୍ଷିତ ମଣୁଥିବା ନାଗରିକଙ୍କ ଦେଶ ଭାବେ ଉଭା ହୋଇଛନ୍ତି। ସେହିପରି ଆଫଗାନିସ୍ତାନ ୫୧ ଅଙ୍କ ହାସଲ କରି ଏହି ତାଲିକାର ଶେଷ ସ୍ଥାନରେ ରହିଛି ଯାହା ଉପରେ ଭେନିଜୁଏଲା, ସିଏରା ଲିଓନ, କଙ୍ଗୋ ଓ ଗାବନ ପାଞ୍ଚଟି ସର୍ବାଧିକ ଅସୁରକ୍ଷିତ ମଣୁଥିବା ନାଗରିକଙ୍କ ଦେଶର ମାନ୍ୟତା କ୍ରମେର ଅଛନ୍ତି।

ବାର୍ଷିକ ଗାଲୋପ୍ ସର୍ବେକ୍ଷଣରୁ ମିଳିଥିବା ଏକ ରୋଚକ କଥା ହେଉଛି ପାକିସ୍ତାନ ୮୨ ଅଙ୍କ ହାସଲ କରି ୪୮ତମ ସ୍ଥାନରେ ରହିଛି। ୧୫ରୁ ଅଧିକ ବର୍ଷର ୧,୨୭,୦୦୦ ଜଣ ଲୋକଙ୍କୁ ନେଇ ହୋଇଥିବା ଏହି ସର୍ବେକ୍ଷଣରେ ପ୍ରତ୍ୟେକ ଦେଶର ଅନ୍ୟୂନ ୧,୦୦୦ ଜଣ ଅଂଶଗ୍ରହଣ କରିଥିଲେ। ସାମଗ୍ରିକ ଭାବେ ୭୧% ଅଂଶଗ୍ରହଣକାରୀ ନିଜେ ରହୁଥିବା ଅଞ୍ଚଳରେ ରାତିରେ ଏକା ଚାଲିବା ବେଳେ ସୁରକ୍ଷିତ ଅନୁଭବ କରନ୍ତି ବୋଲି କହିଥିବା ବେଳେ ୭୦% କହିଥିଲେ ଯେ ସ୍ଥାନୀୟ ପୁଲିସ ଉପରେ ସେମାନଙ୍କର ଆସ୍ଥା ଅଛି। ତେବେ ୧୧% କହିଥିଲେ ଯେ ଗତ ବର୍ଷକ ମଧ୍ୟରେ ସେମାନଙ୍କ ପରିବାରର ସଦସ୍ୟଙ୍କ ଠାରୁ କିଛି ନା କିଛି ଚୋରି ହୋଇଛି ଏବଂ ୬% ଲୋକ ଆକ୍ରମଣ ବା ଲୁଟ୍‌ର ଶିକାର ହୋଇଛନ୍ତି। ପୂର୍ବ ଏସିଆ, ମଧ୍ୟ ପ୍ରାଚ୍ୟ, ଲାଟିନ୍ ଆମେରିକା ଓ ଉତ୍ତର ଆଫ୍ରିକା ଆଦି ଅଞ୍ଚଳରେ ଲୋକମାନେ ଅଧିକ ସୁରକ୍ଷିତ ଅନୁଭବ କରୁଥିବା ନେଇ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଅପରପକ୍ଷେ ନିକଟ ଅତୀତରେ ପୁଲିସ ଓ ସରକାର ବିରୋଧରେ ଏକାଧିକ ଗଣଆନ୍ଦୋଳନ ଦେଖିଥିବା ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ପଶ୍ଚିମ ୟୁରୋପ ଆଦିରେ ପୁଲିସ ଉପରେ ଲୋକଙ୍କର ଆସ୍ଥା ହ୍ରାସ ପାଉଥିବା ଏହି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe