Free World Maps
ଏବେ ଭାରତର ଉତ୍ତର ସୀମାନ୍ତରେ ଉତ୍ତେଜନା ଆରମ୍ଭ ହୋଇଯାଇଛି। ଚୀନର ଆକ୍ରମଣାତ୍ମକ ସାମ୍ରାଜ୍ୟବାଦୀ ମନୋଭାବ ଏବେ ବିଭିନ୍ନ ରୂପରେ ପ୍ରକଟ ହେବାରେ ଲାଗିଛି, ଯାହାର ଏକ ଅଂଶ ସ୍ବରୂପ ଲଦାଖ ଠାରୁ ସିକିମ ପର୍ଯ୍ୟନ୍ତ ଏକ ଦୀର୍ଘ ସୀମାନ୍ତାଞ୍ଚଳରେ ଚୀନା ସୈନିକମାନେ ଭାରତୀୟ େସୖନିକମାନଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ସମ୍ବାଦ ଆସିବାରେ ଲାଗିଛି। ଲଦାଖ ଠାରେ ଚୀନ ପକ୍ଷରୁ ସୈନ୍ୟ ଠୁଳ କରାଯାଉଥିବା ଦେଖି ଭାରତ ମଧ୍ୟ ସେଠାକୁ ଅଧିକ ସୈନ୍ୟ ପ୍ରେରଣ କଲାଣି। ସମଗ୍ର ବିଶ୍ବକୁ କରୋନା ଭୂତାଣୁ ଦ୍ବାରା ଜର୍ଜର କରି ସାରିଥିବା ଚୀନ ଏଥି ଲାଗି ସାମାନ୍ୟତମ ଅନୁେଶାଚନା ପ୍ରଦର୍ଶନ ନ କରି ଓଲଟି ଭାରତର ସୀମାନ୍ତ, ହଂକଂ, ତାଇୱାନ, ଦକ୍ଷିଣ ଚୀନ ସାଗର ଇତ୍ୟାଦି ସ୍ଥାନେର ତାର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରି ଚାଲିଛି।
କିନ୍ତୁ ଏକ ବିଡ଼ମ୍ବନା ଭଳି ଠିକ ଏତିିକି େବଳେ ଦିଲ୍ଲୀ ସରକାରଙ୍କ ଦ୍ବାରା ପ୍ରକାଶିତ ଏକ ବିଜ୍ଞାପନେର ସିକିମକୁ ନେପାଳ ଏବଂ ଭୁଟାନ ଭଳି ଏକ ସ୍ବତନ୍ତ୍ର ଦେଶ ଭାବେ ଦର୍ଶାଯାଇଛି। ୧୯୭୬ ମସିହାରେ ସିକିମ ୨୨ତମ ରାଜ୍ୟ ଭାବେ ଭାରତ ସାଧାରଣତନ୍ତ୍ରରେ ସାମିଲ ହୋଇଥିଲା। ସୁତରାଂ, କହିବା ବାହୁଲ୍ୟ ଯେ ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ଏହି ବିଜ୍ଞାପନେର କରାଯାଇଥିବା ତ୍ରୁଟି ଦ୍ବାରା ସବୁଠାରୁ ଅଧିକ ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି ସିକିମ ସରକାର। ସିକିମ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅଜ୍ଞତାରୁ ହେଉ ବା ଉଦ୍ଦେଶ୍ୟମୂଳକ ଭାବେ ହେଉ ଏଭଳି ତ୍ରୁଟିକୁ କ୍ଷମା କରାଯାଇ ନ ପାରେ।
କିନ୍ତୁ ଏହି ମର୍ମରେ ଯାହା ସବୁଠାରୁ ଉଦ୍ବେଗଜନକ, ତାହା ହେଲା ଏଭଳି ଏକ ସ୍ପର୍ଶକାତର ସମୟରେ, ଯେତିକି େବଳେ ଚୀନ ସିକିମର ସୀମା ନେଇ ମଧ୍ୟ ବିବାଦ ଛିଡ଼ା କରିଛି, ନେପାଳ ଲିପୁଲେଖ ପାସ୍ ଏବଂ କାଲାପାନିକୁ ନିଜ ଦେଶର ଅଂଶ ବୋଲି ଦାବି କରି ନୂଆ ମାନଚିତ୍ର ଜାରି କରିଛି; ସେତିକି ବେଳେ ଏଭଳି ଏକ ଅତ୍ୟନ୍ତ ଗୁରୁତର ପ୍ରମାଦ ସରକାରୀ ସ୍ତରରେ ହେବା ସଂପୂର୍ଣ୍ଣ ଅକ୍ଷମଣୀୟ। ଏଭଳି କାର୍ଯ୍ୟ ଭାରତର ଦାବିକୁ ଦୁର୍ବଳ କରିପାରେ। ତେଣୁ, ଏଭଳି ତ୍ରୁଟିର ଯେମିତି ପୁନରାବୃତ୍ତି ନ ହୁଏ, ତାହା ସର୍ବାଧିକ ଗୁରୁତ୍ବ ପାଇବା ଉଚିତ।
Follow Us