i-love-png.com
ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କ ସହିତ ଗୋଟିଏ ଗଛ ମୂଳରେ ବସିଥିଲେ। ହଠାତ୍ କିଛି ଦୂରରୁ ଗୋଟିଏ ଗୋଳ ଶୁଭିଲା। ସମସ୍ତେ ସେ ଦିଗକୁ ଚାହିଁ ଦେଖନ୍ତି ତ ଦୁଇ ଜଣ ଯୋଦ୍ଧା କୌଣସି ଏକ କାରଣରୁ କଳହରତ। ସେମାନଙ୍କ ପାଖରେ ଅସ୍ତ୍ର ଥିଲା। ଦୁହେଁ ଏକା ସାଙ୍ଗରେ ସେମାନଙ୍କ ଖଡ୍ଗ କୋଷମୁକ୍ତ କରି ତୋଳି ଧରିଲେ। ଯେ େକୗଣସି ମୁହୂର୍ତ୍ତରେ ସେମାନେ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଦେବେ। ହଠାତ୍ ଘଟଣାର ମୋଡ଼ ବଦଳିଗଲା। ଜଣେ ଯୋଦ୍ଧା ତାଙ୍କ ତରବାରିକୁ ନୁଆଁଇ ଦେଲେ ଏବଂ ଧୀର ପଦେକ୍ଷପେର ସେଠାରୁ ଚାଲିଗଲେ। ବୁଦ୍ଧଙ୍କ ଶିଷ୍ୟମାନଙ୍କ ଭିତରୁ କେହି ଜଣେ କହି ପକାଇଲେ- ହାରିଗଲେ। ଏବେ ତାଙ୍କୁ ଏହି ଅପବାଦ ମୁଣ୍ଡାଇ ରହିବାକୁ ହେବ।
ବୁଦ୍ଧ ହସିଲେ ଓ କହିଲେ- ନା, ସେ ପ୍ରକୃତରେ ଜିତି ଗଲେ। ଯେଉଁ ସମୟରେ ସେ ନିଜ ତରବାରିକୁ ତଳକୁ କଲେ ସେଇ ସମୟରେ ତାଙ୍କ ଉପରେ ସବାର ହୋଇଥିଲେ ଉଭୟ କ୍ରୋଧ ଓ ଅହଂକାର। ସେଭଳି ଏକ ଅଣଲେଉଟା ମୁହୂର୍ତ୍ତରେ ଯେଉଁ ଯୋଦ୍ଧା ସେ ସବୁକୁ ମନ ଭିତରେ ନିଶ୍ଚିହ୍ନ କରି ଦେଇ ପାରେ, ସେ ହିଁ ବିଜୟୀ। ସହନଶୀଳତା, କ୍ଷମା, ସଂଯମ ଆଦି ଭୀରୁର ଲକ୍ଷଣ ନୁହେଁ, ଏ ସବୁ ପ୍ରକୃତ ବିଜେତାର ଚିହ୍ନ।
Follow Us