ଲାଠିଧାରିଣୀ

Advertisment

ଅଣାକାର

ଅଣାକାର

ଲାଠିଧାରିଣୀ

Pinterest

ଅନୁଭବ ସିହ୍ନାଙ୍କ ଦ୍ବାରା ପ୍ରଯୋଜିତ ଓ ସୌମିକ ସେନ୍‌ଙ୍କ ନିର୍ଦ୍ଦେଶିତ ନାରୀ ପ୍ରଧାନ ହିନ୍ଦୀ ଚଳଚ୍ଚିତ୍ର ‘ଗୁଲାବ ଗ୍ୟାଙ୍ଗ’ ୨୦୧୪ରେ ମୁକ୍ତି ଲାଭ କରିଥିଲା। ଏଥିରେ ଦୁଇ ଜଣ ବିଶିଷ୍ଟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଜୁହୀ ଚାଵଲା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଉତ୍ତର ପ୍ରଦେଶ ଏବ˚ ମଧୢପ୍ରଦେଶ ଅନ୍ତର୍ଗତ ବୁନ୍ଦେଲଖଣ୍ତ ଅଞ୍ଚଳର ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମରେ ‘ଗୁଲାବ ଗ୍ୟାଙ୍ଗ’ ନାମକ ଏକ ମହିଳା-ସେନା ବିଷୟରେ ଦର୍ଶାଯାଇଛି। ଗୋଲାପୀ ବର୍ଣ୍ଣୀ ଶାଢ଼ି ପରିହିତା ଏହି ମହିଳା ଦଳର ସଦସ୍ୟାମାନେ ଲାଠି ଚାଳନାରେ ତାଲିମପ୍ରାପ୍ତ ଓ ଦକ୍ଷ। ଏମାନଙ୍କ ମୁଖ୍ୟ କାମ ହେଉଛି ଘରୋଇ ହି˚ସା, ଯୌତୁକ ସମସ୍ୟା, ବଳାତ୍କାର ପରି ବିବିଧ ସମସ୍ୟାର ସମାଧାନ ଲାଠି ଜରିଆରେ ସ˚ପାଦନ କରିବା।

ଏହି ସିନେମା ଦେଖିଥିବା ଅନେକ ପୁରୁଷ କହିଲେ ଏଭଳି ମହିଳା କେବଳ ସିନେମାରେ ସମ୍ଭବ। କାରଣ ସେମାନେ ପୁରୁଷମାନଙ୍କୁ ସର୍ବଦା ସବଳ ବୋଲି ବିଚାର କରନ୍ତି ଓ କହନ୍ତି ଏମିତି ଅନେକ କାମ ଅଛି ଯାହା କୋମଳ ମନର ଅଧିକାରିଣୀ ମହିଳାମାନେ କରିପାରିବେ ନାହିଁ। ଉଦାହରଣ ସ୍ବରୂପ କାହାକୁ ଶାରୀରିକ ଭାବେ ନିର୍ମମ ଆଘାତ ଦେବା ବା ରକ୍ତପାତ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ। କିନ୍ତୁ ଆମେ କହିବୁ ଯେ ଏଭଳି ଲୋକେ ଇଣ୍ତୋନେସିଆର ସୁମାତ୍ରା ଦ୍ବୀପରେ ଅବସ୍ଥିତ ଅକେ ପ୍ରଦେଶ ଆଡ଼େ ଦୃଷ୍ଟି ନିକ୍ଷେପ କରିବା ଦରକାର। ତାହା ହେଲେ, ସେମାନଙ୍କ ଧାରଣା ଯେ ଭ୍ରାନ୍ତ ତାହା ସେମାନେ ବୁଝିପାରିବେ।

କଥାଟି ହେଲା ଏମିତି। ଇଣ୍ତୋନେସିଆ ହେଉଛି ଏକ ଇସଲାମୀୟ ଦେଶ। ‌ସେଠାରେ ବିଭିନ୍ନ ଅପରାଧରେ ଜଡ଼ିତ ମହିଳାମାନଙ୍କୁ ଯେଉଁ ବେତ୍ରାଘାତ ବା ଚାବୁକ ମାଡ଼ ଦଣ୍ତ ବ୍ୟବସ୍ଥା ରହିଛି, ତାକୁ କାର୍ଯ୍ୟକାରୀ କରନ୍ତି ମହିଳା କର୍ମଚାରୀ। ଆଗରୁ ଏହି କାମ ପୁରୁଷ କର୍ମଚାରୀମାନେ କରୁଥିଲେ। ପରେ ମହିଳାମାନଙ୍କୁ ଏଥିଲାଗି ନିଯୁକ୍ତ କରାଗଲା। ଅବଶ୍ୟ ପ୍ରଥମେ ମହିଳା କର୍ମଚାରୀମାନେ ଚାବୁକ ମାଡ଼ କରିବାକୁ ରାଜି ହେଲେ ନାହିଁ। ଏମିତି ନିଷ୍ଠୁର ଦଣ୍ତ ଦେବା ପାଇଁ ସେମାନଙ୍କ ହାତ ଗଲା ନାହିଁ। କିନ୍ତୁ ତାଲିମ ଦେଇ ସେମାନଙ୍କୁ ମାନସିକ ସ୍ତରରେ ଦୃଢ଼ କରାଯାଇ ଚାବୁକ ଧରାଇ ଦିଆଗଲା। ତା ପରେ ଦେଖାଗଲା ସେମାନଙ୍କ ହାତର ଚାବୁକ ସପାକ୍‌ ସପାକ୍‌ ହୋଇ ଚାଲିଲା। ସେଠାରେ ଅପରାଧର ମାତ୍ରା ଅନୁସାରେ ବେତ୍ରାଘାତର ସ˚ଖ୍ୟା ନିର୍ଣ୍ଣିତ ହୋଇଥାଏ। ବେଳେ ବେଳେ ଏକାଦିକ୍ରମେ ଏହା ଦେଢ଼ଶହ ଯାଏ ଚାଲୁ ରହେ। ଅପରାଧୀର ଶରୀରରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୁଏ। ଅତି ନରକୀୟ ଯନ୍ତ୍ରଣାର ସମୟ ଅତିବାହିତ ହୋଇଯାଏ।

ଅନେକ ବ୍ୟକ୍ତି ଓ ସ˚ଗଠନ ଏହାକୁ ଅତ୍ୟନ୍ତ ଅମାନବୀୟ ବୋଲି କହନ୍ତି। କିନ୍ତୁ ଆମେ ତାର ଔଚିତ୍ୟ ସ˚ପର୍କରେ କୌଣସି ମତାମତ ଦେଉ ନାହୁଁ। ଆମର କହିବା କଥା ଯେ ସ୍ବଭାବତଃ ନାରୀମାନେ କୋମଳ ଓ ସେମାନଙ୍କ ଠାରେ ପୁରୁଷ ହଜମ କରିପାରୁଥିବା କିଛି କାର୍ଯ୍ୟ ଲାଗି ସାହସ ନାହିଁ ବୋଲି କହିବା ଅନୁଚିତ। ଦରକାର ପଡ଼ିଲେ ସେମାନେ ପୁରୁଷଙ୍କ ପରି କଠୋର ଓ ନିର୍ଦ୍ଦୟ ହୋଇପାରିବେ।

ମୋ: ୯୪୩୭୦୨୬୬୫୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe