ମରୁଭୂମିରେ ଆପଲ

ଝରକା

ମରୁଭୂମିରେ ଆପଲ

Ison's Nursery & Vineyard

ସେଓ ବା ଆପଲ ବୋଲି କହିବା ମାତ୍ରେ ମନକୁ ଆସିଥାଏ କାଶ୍ମୀର କିମ୍ବା ହିମାଚଳ ପ୍ରଦେଶର ଥଣ୍ଡା ପରିବେଶ, ଯାହା ଆପଲ ଚାଷ ଲାଗି ଉପଯୁକ୍ତ। କିନ୍ତୁ ଏହାକୁ ଭୁଲ ପ୍ରମାଣ କରି ସମ୍ବଲପୁରର ଓଡ଼ିଆ ଯୁବକ ଉମାକାନ୍ତ କଉଡ଼ି ନିଜ ଗାଁରେ ସେଓ ଚାଷ କରି ଓଡ଼ିଶାରେ ଚର୍ଚ୍ଚିତ ହୋଇଛନ୍ତି। ସେମିତି ଗୁଜରାଟର କଚ୍ଚ ମରୁଭୂମି ଅଞ୍ଚଳର ଚାଷୀ ଶାନ୍ତିଭାଇ ମେଵାଣି ଏହି ସଫଳତାକୁ ଏକ ଅବିଶ୍ବସନୀୟ ସ୍ତରକୁ ନେଇଯାଇ ପାରିଛନ୍ତି।

୨୦୦୧ ମସିହାର ଗୁଜରାଟର ବିନାଶକାରୀ ଭୂମିକମ୍ପ ପରେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ କଚ୍ଚକୁ କାଶ୍ମୀରରେ ପରିଣତ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଥିରେ ଅନୁପ୍ରାଣିତ ହୋଇ ଶାନ୍ତିଭାଇ ଆପଲ ଉତ୍ପାଦନରେ କାଶ୍ମୀରର ଏକାଧିପତ୍ୟ ଭାଙ୍ଗିବାର ପ୍ରୟାସ ଆରମ୍ଭ କରିଥିଲେ। ତେବେ ଗତ ପାଞ୍ଚ ବର୍ଷରେ ଏ ଦିଗରେ ସଘନ ପ୍ରୟାସ କରି ବାରମ୍ବାର ବିଫଳ ହୋଇଥିଲେ ହେଁ ସେ ହାର ମାନି ନ ଥିଲେ। ନିଜର ଅଳ୍ପ ଜମିରେ ‘ରୁଟ୍‍ଷ୍ଟକ୍’ ପଦ୍ଧତିରେ ଚାରା ରୋପଣ କରିବା ପରେ ସେ ଗଛଗୁଡ଼ିକୁ ବଞ୍ଚାଇବାରେ ସଫଳତା ହାସଲ କରିଛନ୍ତି। ପ୍ରତି ଗଛରୁ ବର୍ଷକୁ ୮୦ କିଲୋଗ୍ରାମ ଆପଲ ଉତ୍ପାଦନ କରିବେ ବୋଲି ସେ ଏବେ ଆଶାବାଦୀ।

ପୂର୍ବରୁ ମରୁଭୂମିରେ କେଶର ଆମ୍ବ ଓ ଡ୍ରାଗନ ଫ୍ରୁଟ୍ ଚାଷ କରି ଲୋକଙ୍କୁ ଚମତ୍କୃତ କରିବା ପରେ ମିଠା ଆପଲ ଫଳାଇବାରେ ସଫଳ ହେଲେ ଆଉ ଏକ ମାଇଲ୍‍ଖୁଣ୍ଟ ଅତିକ୍ରମ କରିବେ ଶାନ୍ତିଭାଇ। କେବଳ ସେତିକି ନୁହେଁ ଏହାଦ୍ବାରା ‌େସ ଯେଉଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି, ତାହା ଅନ୍ୟମାନଙ୍କୁ ପ୍ରେରଣା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe