କିମ୍‌ଙ୍କ ଉତ୍ତର କୋରିଆ ଓ କୋଭିଡ୍‌ : ହତଭାଗ୍ୟ ପୋଷା କୁକୁର

ଝରକା

କିମ୍‌ଙ୍କ ଉତ୍ତର କୋରିଆ ଓ କୋଭିଡ୍‌ : ହତଭାଗ୍ୟ ପୋଷା କୁକୁର

ClipartKey

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ-ଉନ୍ ନିଜର କ୍ରୂର ଓ ଆଡ଼ବାୟା ଚରିତ୍ର ଲାଗି ସର୍ବଦା ବିଶ୍ବ ଗଣମାଧ୍ୟମର ଶିରୋନାମାକୁ ଆସି ଥାଆନ୍ତି; ତା’ ନ ହେଲେ ଏକ ଅପାଂକ୍ତେୟ ଦରିଦ୍ର ରାଷ୍ଟ୍ର ଉତ୍ତର କୋରିଆର ଶାସକ ଭାବେ ତାଙ୍କୁ କେହି ହୁଏ’ତ ଜାଣିବାର ସୁଯୋଗ ପାଇ ନ ଥାଆନ୍ତେ। ପୂର୍ବରୁ ବାରମ୍ବାର ଆଣବିକ ଏବଂ ପାରମାଣବିକ ବୋମା ଓ କ୍ଷେପଣାସ୍ତ୍ରର ପରୀକ୍ଷଣ କରି ତଥା ବିଭିନ୍ନ ଦେଶ ଉପରେ ଆକ୍ରମଣ କରିବାର ଆଭିମୁଖ୍ୟ ପ୍ରଦର୍ଶନ କରି ସେ ବାରମ୍ବାର ଚାଞ୍ଚଲ୍ୟ ସୃଷ୍ଟି କରି ଆସିବା ସହିତ ଚର୍ଚ୍ଚାରେ ରହିଛନ୍ତି। ସେହିଭଳି ଏକଦା ତାଙ୍କର ପରାମର୍ଶଦା‌ତା ଥିବା ତାଙ୍କ କକେଇ ଓ କକେଇଙ୍କ କିଛି ବନ୍ଧୁଙ୍କୁ ବିଶ୍ବାସଘାତକତାର ଅଭିଯୋଗରେ ସେ ଯେଭଳି ଡାହାଳ କୁକୁର ଲଗେଇ ଅତ୍ୟନ୍ତ କ୍ରୂର ଭାବରେ ହତ୍ୟା କରାଇଥିଲେ ଓ ସେ ଦୃଶ୍ୟକୁ ନିଜେ ଉପଭୋଗ କରିଥିଲେ; ତାର ସମ୍ବାଦ ବିଶ୍ବ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସମସ୍ତେ ହତବାକ୍‌ ହୋଇଯାଇଥିଲେ। ଏକବିଂଶ ଶତାବ୍ଦୀରେ ଏ ଆଦିମ କ୍ରୂରତା କେବଳ ତାଙ୍କ ଦ୍ବାରା ହିଁ ସମ୍ଭବ ବୋଲି କୁହାଯାଇଥାଏ।

ସଂପ୍ରତି ସେହି ଭଳି ଆଉ ଏକ ଘଟଣା କିମ୍‌ଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। କୋଭିଡ୍-୧୯ ସଂକ୍ରମଣ କାରଣରୁ ଉତ୍ତର କୋରିଆରେ ଦେଖା ଦେଇଥିବା ଖାଦ୍ୟ ସଂକଟର ସମାଧାନ ସ୍ବରୂପ ସେ ଆଦେଶ ଦେଇଛନ୍ତି ଯେ ଉତ୍ତର କୋରିଆର ନାଗରିକମାନେ ସେମାନଙ୍କ ପୋଷା କୁକୁରମାନଙ୍କୁ ମନୁ‌ଷ୍ୟ ଖାଦ୍ୟ ରୂପେ ବ୍ୟବହୃତ ହେବା ଲାଗି ସରକାରଙ୍କୁ ହସ୍ତାନ୍ତର କରନ୍ତୁ। ଏଭଳି ଏକ ଆଦେଶ ଯଦିଓ ସେଠାରେ କୁକୁର ପୋଷିଥିବା ନାଗରିକମାନଙ୍କ ଉପରେ ଏକ ଚଡ଼କ ଭଳି ପଡ଼ିଛି, କିନ୍ତୁ ତାକୁ ପାଳନ ନ କରି ମଧ୍ୟ ଗତ୍ୟନ୍ତର ନାହିଁ। ଅବଶ୍ୟ, କିମ୍‌ ସେଥି ଲାଗି ଏକ କାରଣ ଦେବାକୁ ଭୁଲି ନାହାନ୍ତି। ସେ କହିଛନ୍ତି ଯେ ଗରିବ ଲୋକେ ପେଟପାଟଣା ଲାଗି ଜନ୍ତୁ ପାଳନ୍ତି ଏବଂ ସେସବୁକୁ କଂସେଇକୁ ବିକି ଅର୍ଥ ରୋଜଗାର କରନ୍ତି। କିନ୍ତୁ ଧନୀମାନଙ୍କ ଦ୍ବାରା କୁକୁର ପୋଷା ହେଉଛି ପୁଞ୍ଜିବାଦର ଲକ୍ଷଣ। ଏକ କମ୍ୟୁନିଷ୍ଟ ରାଷ୍ଟ୍ରରେ ପୁଞ୍ଜିବାଦୀ ସଉକର କୌଣସି ମୂଲ୍ୟ ନାହିଁ। ବରଂ ତାହା ରାଷ୍ଟ୍ରଦ୍ରୋହ ସହିତ ସମାନ।

କହିବା ବାହୁଲ୍ୟ ଯେ ତେତିଶ ହଜାର ବର୍ଷ ପ୍ରାଚୀନ ମଣିଷ-କୁକୁର ସଂପର୍କ କେବେ ହେଲେ ଏଭଳି ଦିନ ଦେଖି ନ ଥିଲା। କିନ୍ତୁ ବର୍ବର କିମ୍ ସବୁ ନିୟମ ଭାଙ୍ଗିବା ଲାଗି ସମର୍ଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe