ମହାଭାରତୀୟତାର ଆତ୍ମା

ଝରକା

ମହାଭାରତୀୟତାର ଆତ୍ମା

ଏବେ ଆମ ଦେଶରେ ସର୍ବତ୍ର ହିନ୍ଦୁ ପ୍ରାଧାନ୍ୟବାଦ, ମୁସଲିମ ମୌଳବାଦ, ସି.ଏ.ଏ., ଏନ୍‌.ଆର୍‌.ସି, ଶାହିନବାଗ, ସାଂପ୍ରଦାୟିକ ବିଦ୍ବେଷ ଇତ୍ୟାଦିକୁ ନେଇ ଆଲୋଚନା, ବିତର୍କ ଏବଂ ଆନ୍ଦୋଳନ ଜୋର ଧରିଥିବା ବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ନିଜ ନିଜ ବ୍ୟକ୍ତିଗତ ସ୍ତରରେ ଏମିତି ଅନେକ ଲୋକ ଏଭଳି କାର୍ଯ୍ୟମାନ କରି ଚାଲିଛନ୍ତି, ଯାହା ଆଶା ସଂଚାର କରୁଛି ଯେ ବିବିଧତାର ଭୂମି ଭାରତରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଭାବର ଅବସାନ କେବେ ହେଲେ ଘଟିବ ନାହିଁ।

ଏମିତି ଜଣେ ଉଦାହରଣୀୟ ବ୍ୟକ୍ତି ହେଉଛନ୍ତି ନୁର ଫତିମା। ୨୦୦୪ରୁ କାଶୀ(ବାରାଣସୀ)ରେ ରହି ଆସୁଥିବା ଏହି ମହିଳା ପ୍ରତିଦିନ ଅତ୍ୟନ୍ତ ନିଷ୍ଠାର ସହ ନମାଜ ପାଠ କରିବା ସହିତ ଶିବ ପୂଜା ମଧ୍ୟ କରିଥାଆନ୍ତି। ଲକ୍ଷ୍ନୌରେ ଜନ୍ମ ଲାଭ କରିଥିବା ଏହି ମହିଳା କହନ୍ତି ଯେ ଦେବଦେବ ମହାଦେବ ହେଉଛନ୍ତି କାଶୀର ଆତ୍ମା। ତେଣୁ ତାଙ୍କୁ ପୂଜା କରିବା ହେଉଛି ତାଙ୍କର ପରମ କର୍ତ୍ତବ୍ୟ। ସେହିପରି ଇସଲାମ ଧର୍ମ ଭିତରେ ସେ ଜନ୍ମ ଲାଭ କରିଛନ୍ତି। ତେଣୁ ନମାଜ ପଢ଼ିବା ମଧ୍ୟ ଏକ ସମତୁଲ ଆଧ୍ୟାତ୍ମିକ କାର୍ଯ୍ୟ। ଯେହେତୁ ସବୁ ଧର୍ମର ମୂଳ ଏବଂ କେନ୍ଦ୍ରରେ ରହିଥିବା ଭାବନା ସମାନ, ସେ ଏଭଳି କାର୍ଯ୍ୟରେ କୌଣସି ଅସ୍ବାଭାବିକତା ଲକ୍ଷ୍ୟ କରନ୍ତି ନାହିଁ।

ଗଲା ଶିବରାତ୍ରି ଅବ୍ୟବହିତ ପୂର୍ବରୁ କେତେକ ଗଣମାଧ୍ୟମରେ ନୁର ଫତିମାଙ୍କ ବିଷୟରେ ପ୍ରକାଶ ପାଇବା ପରେ ସେ କିଛିଟା ପ୍ରସିଦ୍ଧି ପାଇଛନ୍ତି ‌େବାଲି କହନ୍ତି।

ପ୍ରକୃତରେ ନୁର ଫତିମା ହେଉଛନ୍ତି ସେହି ମହାଭାରତୀୟତା ସ୍ରୋତର ପ୍ରତୀକ, ଯାହା ଏହି ଭୂଖଣ୍ଡକୁ ଏକ ସାଂସ୍କୃତିକ ଦ୍ରବଣ କ୍ଷେତ୍ରରେ ପରିଣତ କରିଥିଲା। ଏହା ମଧ୍ୟ ସତ୍ୟ ଯେ ଆମ ଦେଶରେ ଅସଂଖ୍ୟ ନୁର ଫତିମା ନିଜ ନିଜ ଉଦ୍ୟମରେ ଏହି ଅନନ୍ୟ ମହାଭାରତୀୟ ଭାବଧାରାକୁ ବଞ୍ଚାଇ ରଖିବାର ଚେଷ୍ଟା ଜାରି ରଖିଛନ୍ତି। ଏହିଭଳି ବ୍ୟକ୍ତିବିଶେଷଙ୍କୁ ଠାବ କରି ସେମାନଙ୍କ ଅନୁନ୍ମୋଚିତ ଭୂମିକାକୁ ପ୍ରକାଶ୍ୟ କରିବା ଆଜିର ସମୟରେ ଗଣମାଧ୍ୟମର ଏକ ବଡ଼ ଦାୟିତ୍ବ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe