ନିଅଁ ପଥର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ତରୁଣ ଗୁରୁଙ୍କ ସନ୍ଧାନରେ ବାହାରି ଏକ ଆଶ୍ରମରେ ପହଞ୍ଚିଲେ। ଆଶ୍ରମଟି ଥିଲା ବିଶାଳ ଓ ଶିଷ୍ୟମାନଙ୍କ ଦ୍ବାରା ଭରପୂର ଏବଂ ଗୁରୁ ଥିଲେ ସ୍ବନାମଧନ୍ୟ। ତରୁଣଟି ଗୁରୁଙ୍କ ସହିତ ସାକ୍ଷାତ କରି କହିଲା- ମହାତ୍ମା, ଆପଣଙ୍କୁ ଗୁରୁ ରୂପେ ଲାଭ କଲେ ମୁଁ ଧନ୍ୟ ହୁଅନ୍ତି। କିନ୍ତୁ ଜିଜ୍ଞାସା ଆସୁଛି ଯେ ଆପଣ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାର ଶ୍ରେୟ ନିଶ୍ଚୟ ଆପଣଙ୍କ ଗୁରୁଙ୍କୁ ଯିବ। ମୁଁ ତାଙ୍କୁ ଭେଟିବାକୁ ଚାହେଁ। ମୁଁ ଦେଖିବାକୁ ଚାହେଁ ସେ କେମିତି?

ହଠାତ୍‌ ଗୁରୁଙ୍କ ମୁଖମଣ୍ଡଳରେ ପରିବର୍ତ୍ତନ ଆସିଲା। ତାଙ୍କ ମନରେ ଭାବାନ୍ତର ଦେଖାଗଲା। ସେ କହିଲେ- ତୁମେ ମୋତେ ନିଦରୁ ଉଠାଇ ଦେଇଛ। ମୁଁ ମୋ ଗୁରୁଙ୍କୁ ବିସ୍ମରି ଯାଇଥିଲି। ଚାଲ ଆମେ ଦୁହେଁ ତାଙ୍କୁ ଦର୍ଶନ କରିବାକୁ ଯିବା।

ସେମାନେ ଅଦୂରରେ ଥିବା ଏକ ଗାଁକୁ ଗଲେ। ସେଠାରେ ଗୋଟିଏ ଛୋଟ କୁଡ଼ିଆରେ ଜଣେ ବୃଦ୍ଧଙ୍କୁ ଭେଟିଲେ। ତାଙ୍କୁ ଦେଖିବା ମାତ୍ରକେ ଗୁରୁ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ। ତରୁଣ ବୁଝି ପାରିଲେ ଯେ ୟେ ହେଉଛନ୍ତି ଗୁରୁଙ୍କ ଗୁରୁ।

ଗୁରୁଙ୍କୁ ଦର୍ଶନ କରି ଫେରିବା ବାଟରେ ତରୁଣ ପଚାରିଲେ- ପ୍ରଶ୍ନଟିଏ ପଚାରିବି। ଆପଣଙ୍କ ମହିମା ଏଭଳି ବ୍ୟାପ୍ତ ଥିବା ବେଳେ ଆପଣଙ୍କ ଗୁରୁ ଏଭଳି ଅପାଂକ୍ତେୟ ଭାବେ ରହିଛନ୍ତି କାହିଁକି?

ଗୁରୁ ତରୁଣର ମୁହଁକୁ ଗଭୀର ଭାବେ ଚାହିଁ କହିଲେ- ମୋ ଗୁରୁ ହେଉଛନ୍ତି ନିଅଁ ପଥର ଯାହା ଉପରେ ମୋ ଭଳି ସୁଦୃଶ୍ୟ ମନ୍ଦିର ବିଦ୍ୟମାନ। ଲୋକେ ମନ୍ଦିରର ସୌନ୍ଦର୍ଯ୍ୟକୁ ପ୍ରଶଂସା କଲା ବେଳେ ତାକୁ ଧରି ରଖିଥିବା ନିଅଁ କଥା ଥରେ ଭାବନ୍ତି କି? ତାହା ହିଁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe