୨୦୧୫ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରା କରିବାକୁ ଯାଇ ରାଜ୍ୟରେ ମଦକୁ ନିଷେଧ କରିଦେଲେ। ସେବେ ଠାରୁ ବିହାର ଏକ ‘ଡ୍ରାଇ ଷ୍ଟେଟ୍’ ବା ‘ଶୁଷ୍କ ରାଜ୍ୟ’ ଭାବେ ପରିଗଣିତ ହୋଇଆସୁଛି। ଏବଂ ଏହା ଉଦାହରଣୀୟ ପାଲଟିଛି। କିନ୍ତୁ ଅସଲରେ ଅନେକ ମଦ୍ୟ ତୃଷାର୍ତ୍ତଙ୍କୁ ପରିତୃପ୍ତ କରିବା ନିମନ୍ତେ ପଡ଼ୋଶୀ ରାଜ୍ୟରୁ ବେଆଇନ ମଦ ଚାଲାଣ ମଧ୍ୟ ହେଉଛି। ସେହି ଚୋରା ଚାଲାଣକାରୀମାନେ ମଧ୍ୟ ଧରା ହେଉଛନ୍ତି।
କିନ୍ତୁ ଗଲା ଗୁରୁବାର ଦିନ ପାଟନା ପୁଲିସ ଯେଉଁ ମଦ ଚୋରା ଚାଲାଣକାରୀକୁ ଧରିଛି, ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କାରଣ ଏକ ସ୍ବନାମଧନ୍ୟ ଘରୋଇ ବିଶ୍ବବିଦ୍ୟାଳୟରୁ ସେ ଏମ୍ବିଏ ଡିଗ୍ରି ହାସଲ କରିଛନ୍ତି। ନିଜ ବିଦ୍ୟା ଓ ବୁଦ୍ଧି କାରଣରୁ ତାଙ୍କ କାରବାରକୁ ସେ ଅତ୍ୟନ୍ତ ସୁନିୟୋଜିତ ଢଙ୍ଗରେ ଚଳାଇ ତାକୁ ଏକ ଅତ୍ୟନ୍ତ ଲାଭଦାୟକ ବ୍ୟବସାୟରେ ପରିଣତ କରିଛନ୍ତି। ପାଟନା ଗ୍ରାମାଞ୍ଚଳର ୩୦-୪୦ ଜଣ ବେକାର ଯୁବକଙ୍କୁ ଧରି ସେ ପାଟନାର ଗ୍ରାହକଙ୍କ ଘରେ ଘରେ ମଦ ପହଞ୍ଚାଇବା କାର୍ଯ୍ୟରେ ଲିପ୍ତ ଥିଲେ। ସେହି ଯୁବକମାନଙ୍କୁ ଗ୍ରାହକ ପିଛା ୫୦୦ ଟଙ୍କା ପାରିତୋଷିକ ଦେଉଥିଲା। କିନ୍ତୁ ଏହି ବ୍ୟବସାୟରେ ସେ ନିଜେ ଦୈନିକ ୯ ଲକ୍ଷରୁ ଅଧିକ ଆୟ କରୁଥିଲେ।
ଶୁଣାଯାଉଛି ଯେ ଅତୁଲ ନାମ ଧାରୀ ଏହି ଯୁବକ ନିଜ ଡିଗ୍ରିକୁ ଦେଖାଇ ଖସି ଯିବାକୁ ବସିଥିଲେ। କିନ୍ତୁ ତାହା ସଫଳ ହେଲା ନାହିଁ। ନିଜ ଶିକ୍ଷାଦୀକ୍ଷାକୁ ଖଟେଇ ସେ ଯେମିତି ବ୍ୟବସାୟଟିଏ ସମ୍ଭବ କରାଇଥିଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଛି।
Follow Us