ଫାଶୀ ପାଇବେ ପ୍ରଥମ ଭାରତୀୟ ମହିଳା!

Advertisment

ଝରକା

ଝରକା

ଫାଶୀ ଦେବା ପୂର୍ବରୁ ଦୋଷୀଙ୍କ କାନରେ କ'ଣ କହିଥାନ୍ତି ଜହ୍ଲାଦ, ଜାଣନ୍ତି କି?

News18

ଉତ୍ତର ପ୍ରଦେଶର ଅମରୋହା କୋର୍ଟ ଦ୍ବାରା ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ଶବନମ ଅଲୀ ସ୍ବାଧୀନ ଭାରତର ପ୍ରଥମ ମହିଳା ଭାବେ ଫାଶୀ ପାଇବାକୁ ଯାଉଛି। ଦୁଇଟି ଏମ୍‍ଏ‍ ଡିଗ୍ରିଧାରୀ ଶବନମ ଚତୁର୍ଥ ଶ୍ରେଣୀରୁ ପାଠ ଛାଡ଼ିଦେଇଥିବା ସଲିମ ନାମକ ଯୁବକର ପ୍ରେମରେ ପଡ଼ି ବିବାହରେ ପ୍ରତିବନ୍ଧ ସାଜିଥିବା ନିଜ ପରିବାରର ସାତ ଜଣ ସଦସ୍ୟଙ୍କୁ ୨୦୦୮ ମସିହାରେ ହତ୍ୟା କରିଥିଲା। ହତଭାଗ୍ୟ ମୃତକଙ୍କ ମଧ୍ୟରେ ଥିଲେ ତା’ ବାପା, ମାଆ, ଦୁଇ ଭାଇ, ଭାଉଜ, ସମ୍ପର୍କୀୟ ଭଉଣୀ ଓ ୧୦ ମାସର ପୁତୁରା। ପ୍ରେମିକର ସହଯୋଗରେ ଏ ସମସ୍ତଙ୍କୁ ନିଦ ଔଷଧ ମିଶା କ୍ଷୀର ଦେଇ ଅଚେତ କରିଦେବା ପରେ ସେମାନଙ୍କ ଗଳା କାଟି ସେ ହତ୍ୟା କରିଥିଲା। ୨୦୧୦ରେ ଅମରୋହା କୋର୍ଟ ଶବନମ ଓ ପ୍ରେମିକ ସଲିମକୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ଗତ ୧୧ ବର୍ଷ ମଧ୍ୟରେ ଶବନମ ଆହ୍ଲାବାଦ ହାଇକୋର୍ଟ, ସୁପ୍ରିମ୍ କୋର୍ଟ, ରାଷ୍ଟ୍ରପତି ଓ ପୁଣି ଥରେ ସୁପ୍ରିମ୍ କୋର୍ଟରେ ଆବେଦନ କରି ସାରିଛି। କିନ୍ତୁ ସବୁଠାରେ ତାର ଆବେଦନ ଅଗ୍ରାହ୍ୟ ହୋଇଯାଇଥିଲା।

ମଥୁରା ଜେଲ୍‍ ପ୍ରଶାସନ ଶବନମକୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୮୭୦ ମସିହାରେ ନିର୍ମିତ ମଥୁରା ଜେଲ୍‍ ହେଉଛି ଦେଶର ଏକମାତ୍ର ଜେଲ୍ ଯେଉଁଠାରେ ମହିଳାଙ୍କୁ ଫାଶୀ ଦେବାର ଅଲଗା ବ୍ୟବସ୍ଥା ରହିଛି। ତେଣୁ ଜେଲ୍ ପ୍ରଶାସନ ସ୍ବାଧୀନତା ପର ଠାରୁ ଅଦରକାରୀ ହୋଇ ପଡ଼ିଥିବା ଫାଶୀ ଗୃହର ସଜଡ଼ାସଜଡ଼ି କାମ ଆରମ୍ଭ କରିଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେଇଥିବା ଜହ୍ଲାଦ ପଵନ କୁମାରଙ୍କୁ ଅର୍ପଣ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୋର୍ଟ ତରଫରୁ ତାଙ୍କର ଡେଥ୍ ଵାରେଣ୍ଟ ଜାରି କରାଯାଇ ନାହିଁ। ଶବନମ ସକାଶେ ଏବେ ମଧ୍ୟ ଆଉ କେତୋଟି ଆବେଦନ ଲାଗି ସୁଯୋଗ ରହିଛି। ସେଗୁଡ଼ିକର ବ୍ୟବହାର ନ ହେବା ପର୍ଯ୍ୟନ୍ତ ଡେଥ୍ ଵାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଆଇନ ବିଶେଷଜ୍ଞମାେନ ମତ ଦିଅନ୍ତି। ଶବନମ ଫାଶୀ ପାଇଲେ ସ୍ବାଧୀନତୋତ୍ତର ଭାରତର ପ୍ରାଣଦଣ୍ଡ ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe