ମାଷ୍ଟର ସାହେବ ଓରଫ ‘ମାସାବ’

Advertisment

ଅଶୋକ କୁମାର ଶତପଥୀ

ଅଶୋକ କୁମାର ଶତପଥୀ

ମାଷ୍ଟର ସାହେବ ଓରଫ ‘ମାସାବ’

cinestaan.com

ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ତଥା ବର୍ଣ୍ଣବୈଷମ୍ୟ ବିରୋଧୀ ନେତା ନେଲସନ୍‌ ମାଣ୍ତେଲା ଠାଏ କହିଥିଲେ ଯେ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହାକୁ ବ୍ୟବହାର କରି ବିଶ୍ବରେ ପରିବର୍ତ୍ତନ ଅଣାଯାଇପାରେ। ଏହା ନିତାନ୍ତ ସତ୍ୟ ଏବ˚ ଏହି ପରିପ୍ରେକ୍ଷୀରେ ଗତ ଜାନୁଆରି ୨୧ ତାରିଖରେ ଭାରତରେ ମୁକ୍ତିଲାଭ କରିଥିବା ଶିକ୍ଷା ସ˚ସ୍କାରଧର୍ମୀ ଚଳଚ୍ଚିତ୍ର ‘ମାସାବ’ର ଅବତାରଣା କରିବା ପ୍ରାସଙ୍ଗିକ ମନେହୁଏ। ଭାରତୀୟ ଗ୍ରାମୀଣ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଆଇନା ଦେଖାଉଥିବା ଏହି ସିନେମା ବିଗତ ଦୁଇ ବର୍ଷ ଧରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଭାଗ ନେଇ ଉଚ୍ଚ ପ୍ରଶ˚ସିତ ହେବା ସହ ୫୦ରୁ ଅଧିକ ପୁରସ୍କାର ଜିଣି ସାରିଲାଣି।

ମାଷ୍ଟର ଓ ସାହାବ ଭଳି ଦୁଇଟି ଶବ୍ଦର ସନ୍ଧିରେ ସୃଷ୍ଟିି ହୋଇଛି ‘ମାସାବ’ ଯାହା ହେଉଛି ସିନେମାର ନାମ। କାହାଣୀ ଅନୁଯାୟୀ ଆଦର୍ଶବାଦୀ ଯୁବକ ଆଶିଷ କୁମାର ପରିବର୍ତ୍ତନର ସୂତ୍ରଧର ହେବା ସହ ସମାଜକୁ ନୂଆ ଦିଗ ଦେଖାଇବାକୁ ଅତ୍ୟନ୍ତ ଆଗ୍ରହୀ। ନିଜ ଇଚ୍ଛାକୁ ବାସ୍ତବତାର ରୂପ ଦେବା ନିମନ୍ତେ ଉଚ୍ଚ ପ୍ରଶାସନିକ ଚାକିରି ତ୍ୟାଗ କରିି ବୁନ୍ଦେଲଖଣ୍ତର ଖୁରହଣ୍ତ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦିଅନ୍ତି ଆଶିଷ। କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ ସେ ନିଜ ପରିଚୟ ଆଶିଷ କୁମାର ବୋଲି ଦେବା ସତ୍ତ୍ବେ ବିଦ୍ୟାଳୟର ଜଣେ ଶିକ୍ଷକ ଅତ୍ୟନ୍ତ ଉତ୍ସୁକତାର ସହ ତାଙ୍କ ସାଙ୍ଗିଆ ପଚାରି ବସନ୍ତି; ଉଦ୍ଦେଶ୍ୟ ତାଙ୍କ ଜାତି କ’ଣ ତାହା ଜାଣିବା। ଆଶିଷ ବିନା ସଙ୍କୋଚରେ ପ୍ରକାଶ କରନ୍ତି ଯେ ସେ ଦଳିତ ବର୍ଗରୁ ଆସିଛନ୍ତି। ଏହା କିନ୍ତୁ ଉକ୍ତ ଶିକ୍ଷକଙ୍କୁ ଅପ୍ରତିଭ କରେ। ଆଶିଷ କିନ୍ତୁ ଶ୍ରେଣୀର ପିଲାଙ୍କ ସହ ପରିଚିତ ହେବା ସମୟରେ କେବଳ ସେମାନଙ୍କ ପ୍ରଥମ ନାମ ହିଁ ପଚାରନ୍ତି, ସାଙ୍ଗିଆ କହିବାକୁ ସଭିଙ୍କୁ ବାରଣ କରନ୍ତି। ଏହିଭଳି ସିନେମାର ପ୍ରାରମ୍ଭରୁ ହିଁ ସିନେମାଟି କ’ଣ କହିବାକୁ ଚାହୁଁଛି, ତାହା ସ୍ପଷ୍ଟ ହୋଇଯାଏ। ଆଶିଷ ଦେଖନ୍ତି କିଭଳି ସରକାରଙ୍କ ପାଖରୁୁ ଦରମା ନେଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟର ଚପରାସୀ ପର୍ଯ୍ୟନ୍ତ ସଭିଏଁ ନିଜ ନିଜର ବ୍ୟକ୍ତିଗତ ଧନ୍ଦା ଓ ଫାଇଦାରେ ବ୍ୟସ୍ତ। କିଛି ଶିକ୍ଷକ ଗ୍ରାମର ଅର୍ଦ୍ଧଶିକ୍ଷିତ ବେରୋଜଗାର ଯୁବକଙ୍କୁ ଶିକ୍ଷାଦାନ ନିମନ୍ତେ ନିଜ ସ୍ଥାନରେ ଠିକାରେ ନିୟୋଜିତ କରିଛନ୍ତି। ଏଭଳି ପରିବେଶରେ ସେ ହତୋତ୍ସାହିତ ହୋଇ ପଡ଼ନ୍ତିି। ଜାତିବାଦ, ଦୁର୍ନୀତି ଓ ଅନ୍ଧବିଶ୍ବାସ ମଧୢରେ ଦିଗହୀନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଯେ ଶିକ୍ଷା ସ˚ସ୍କାର ପଥରେ ଅନ୍ତରାୟ ସାଜିଛି ତାହା ସେ ଅନୁଭବ କରିପାରନ୍ତି। ସେ ଦେଖନ୍ତି ଯେ ଗାଁର ମୁଷ୍ଟିମେୟ ଧନୀକ ନିଜ ପିଲାମାନଙ୍କୁ ଇ˚ରେଜୀ ମାଧୢମ ସ୍କୁଲକୁ ପଠାନ୍ତି କିନ୍ତୁ ସରକାରୀ ସ୍କୁଲ ଚାଲିଥାଉ ବୋଲି ଚାହାନ୍ତି। କାରଣ ସେମାନେ ଜାଣନ୍ତି ଯେ ସେମିତି ବ୍ୟବସ୍ଥା ରହିଲେ ସରକାରୀ ସ୍କୁଲର ଅଧା ପାଠୁଆ ପିଲାଏ ବଡ଼ ହୋଇ ସେମାନଙ୍କ ଲାଗି ମୂଲିଆ ହେବେ।

କିନ୍ତୁ ସିନେମାରେ କୁହାଯାଇଛି ଯେ ଆଶିଷ ହାର ମାନନ୍ତି ନାହିଁ। ବର˚ ଗାଁର ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ବାତାବରଣକୁ ବଦଳାଇବାର ଉଦ୍ୟମ ଆରମ୍ଭ କରନ୍ତି। ତାଙ୍କ ପ୍ରଗାଢ଼ ଉଦ୍ୟମ, ନିଷ୍ଠାପରତା ଓ ସ୍ନେହଶ୍ରଦ୍ଧା ଫଳବତୀ ହୁଏ। ଖୁରହଣ୍ତ ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଚିତ୍ର ବଦଳିଯାଏ। ପିଲାଙ୍କ କଳରବରେ ସ୍କୁଲ ଭରିଯାଏ। ସେ ହୋଇ ଉଠନ୍ତି ପିଲାମାନଙ୍କର ଅତି ପ୍ରିୟ ‘ମାସାବ’।

ବିଗତ ଦୁଇ ଦଶନ୍ଧି ଭିତରେ ଆମ ଦେଶରେ ସରକାରୀ ଶିକ୍ଷାର ଅବକ୍ଷୟ ବେଶ୍‌ ସ୍ପଷ୍ଟ। ଏହାର ଏକ ମୁଖ୍ୟ କାରଣ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସ˚ସ୍କାରର ଅଭାବ। ଉପଯୁକ୍ତ ଭିିତ୍ତିଭୂମି ଓ ଶିକ୍ଷକ ଅଭାବ ସାଙ୍ଗକୁ ଅନେକ ସାମାଜିକ ବିକାର ମଧୢ ଗ୍ରାମାଞ୍ଚଳର ସରକାରୀ ସ୍କୁଲରେ ଦୃଶ୍ୟମାନ; ଯେମିତିକି ଜାତି ପ୍ରଥା ବା ଲିଙ୍ଗ ଭେଦ। କେବଳ ସେତିକି ନୁହେଁ ଶିକ୍ଷକମାନଙ୍କ ଆଚରଣ ମଧୢ ଅନେକ ସମୟରେ ଅନୈତିକ ହୋଇ ପିଲାମାନଙ୍କ ଲାଗି ଭୁଲ ଉଦାହରଣ ସୃଷ୍ଟି କରୁଛି।

‘ମାସାବ’ ଏକ ସିନେମା ଯାହାର କାହାଣୀ ଆଶାବାଦ ସହିତ ସମାପ୍ତ ହେବା ଏକ ସ୍ବାଭାବିକ କଥା। କିନ୍ତୁ ବାସ୍ତବରେ ସେମିତି ହୁଏ ନାହିଁ। ଆଦର୍ଶ ଦ୍ବାରା ପ୍ରେରିତ ଅନେକ ଆଶିଷ କୁମାରମାନେ ‘ମାସାବ’ ହୋଇ ନ ପାରି ହତାଶା ଜର୍ଜରିତ ହୁଅନ୍ତି ଏବ˚ ସେମାନେ ଦେଇଥିବା ଆଦର୍ଶ ଆଧାରିତ ନିଷ୍ପତ୍ତି ଲାଗି ପଶ୍ଚାତ୍ତାପ ମଧୢ କରନ୍ତି। କିନ୍ତୁ ‘ମାସାବ’ ଯାହା କହିଥାଏ ତାହା ହେଲା ସମାଜରେ ଜଣେ ଅଧେ ‘ମାସାବ’ ସମ୍ଭବ ହେଲେ ବି ଶିକ୍ଷା ବାତାବରଣରେ ଢେର ପରିବର୍ତ୍ତନ ଆସିପାରିବ।

ବିଜ୍ଞାନ ଶିକ୍ଷକ
ଜିଲ୍ଲା ସ୍କୁଲ, ଭଦ୍ରକ
ମୋ- ୯୪୩୭୨୬୮୦୬୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe