କରୋନା ମହାମାରୀ କାଳ ପ୍ରତି ୧୭ ଘଣ୍ଟାରେ ନୂଆ ଅର୍ବପତି

Advertisment

ଦର୍ପଣ

ଦର୍ପଣ

କରୋନା ମହାମାରୀ କାଳ ପ୍ରତି ୧୭ ଘଣ୍ଟାରେ ନୂଆ ଅର୍ବପତି

ନିକଟରେ ଫୋର୍ବସ୍ ଦ୍ବାରା ପ୍ରକାଶ ପାଇଥିବା ୨୦୨୧ ବିଶ୍ବ ବିଲିୟନେର୍ ବା ଅର୍ବପତି ତାଲିକାରୁ ଜଣାପଡ଼ିଛି ଯେ କୋଭିଡ୍-୧୯ ବିଶ୍ବ ମହାମାରୀ ବା ପାନ୍‌ଡେମିକ୍‌ କାଳରେ ବିଲିୟନେର୍ ତାଲିକାରେ ନୂଆ ନାମ ସାମିଲ ହେବାର ବେଗ ବହୁଗୁଣା ହୋଇଛି। ଏ ବର୍ଷ ପ୍ରଥମ ଥର ପାଇଁ ରେକର୍ଡ ୪୯୩ ଜଣ ନୂତନ ବିଲିୟନେର୍ ଏହି ତାଲିକାରେ ସାମିଲ ହୋଇଛନ୍ତି, ଅର୍ଥାତ୍ ପ୍ରତି ୧୭ ଘଣ୍ଟାରେ ଜଣେ ନୂଆ ବିଲିୟନେର୍।

ଯୁକ୍ତରାଷ୍ଟ୍ର ଆମେରିକାରେ ବିଶ୍ବର ସର୍ବାଧିକ ୭୨୪ ବିଲିୟନେର୍ ରହିଥିବା ବେଳେ ଚୀନ୍‌ରେ ଅଛନ୍ତି ୬୯୮ ଜଣ। ଏ ମଧ୍ୟରୁ ଚୀନ୍‌ରେ ସର୍ବାଧିକ ୨୦୫ ଜଣ, ଆମେରିକା‌େର ୯୮ ଜଣ, ଜର୍ମାନିରେ ୨୬ ଜଣ ଏବଂ କାନାଡା ଓ ଭାରତରେ ୧୯ ଜଣ ଲେଖାଏଁ ନୂଆ ସଦସ୍ୟ ବିଲିୟନେର୍ କ୍ଲବ୍‌ରେ ଯୋଗ ଦେଇଛନ୍ତି। ଏ ସମସ୍ତ ନୂତନ ବିଲିୟନେର୍‍ଙ୍କ ହାରାହାରି ସମ୍ପତ୍ତି ହେଉଛି ୨ ବିଲିୟନ୍ ଡଲାର୍। ୧୭୭ ବିଲିୟନ୍ ଡଲାର୍ ସହିତ ଆମାଜନ୍ ମାଲିକ ଜେଫ୍ ବେଜୋସ୍ ଲଗାତାର ଚାରି ବର୍ଷ ହେଲା ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ହୋଇ ରହିଛନ୍ତି। ତାଙ୍କ ପଛକୁ କ୍ରମାନ୍ବୟ ଭାବେ ସ୍ପେସ୍‍ଏକ୍ସର ଇଲୋନ୍ ମସ୍କ, ଏଲ୍‍ଭିଏମ୍‍ଏଚ୍‍ର ବର୍ଣ୍ଣାର୍ଡ ଆର୍‍ନଲ୍‍ଟ, ମାଇକ୍ରୋସଫ୍‍ଟର ବିଲ୍ ଗେଟ୍‍ସ ଓ ଫେସ୍‍ବୁକ୍‍ର ମାର୍କ ଜୁକରବର୍ଗ ଶୀର୍ଷ ପାଞ୍ଚଟି ସ୍ଥାନରେ ରହିଛନ୍ତି।

ନୂଆ ବିଲିୟନେର୍‍ଙ୍କ ମଧ୍ୟରେ ଭାରତର ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୮୪ ବିଲିୟନ୍‍କୁ ବୃଦ୍ଧି ପାଇବା ଫଳରେ ସେ ବିଶ୍ବର ଦଶମ ଧନିକ ବ୍ୟକ୍ତିରେ ପରିଣତ ହୋଇଛନ୍ତି। ଶୀର୍ଷ ୧୦ଟି ସ୍ଥାନରେ ଥିବା ଧନିକମାନେ ଏ ବର୍ଷ ୧.୧୫ ଟ୍ରିଲିୟନ୍ ଡଲାର୍‍ର ଧନ ବୃଦ୍ଧି କରିଛନ୍ତି। ଏହା ଫଳରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଆର୍ଥିକ ତାରତମ୍ୟ ଆହୁରି ଗଭୀର ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe