ବ୍ୟାୟାମ ବଢ଼ାଏ ଟିକା ଫଳପ୍ରଦତା

Advertisment

ଝରକା

ଝରକା

ବ୍ୟାୟାମ ବଢ଼ାଏ ଟିକା ଫଳପ୍ରଦତା

huffingtonpost.ca

ଅବିଶ୍ବସନୀୟ ଭାବେ ମାତ୍ର ଏକ ବର୍ଷ ସମୟ ଭିତରେ କୋଭିଡ୍ ଟିକା ଉପଲବ୍‍ଧ ହେବା ଏହି ମହାମାରୀକୁ ପରାସ୍ତ କରିବାର ବିଶ୍ବାସକୁ ସୁଦୃଢ଼ କରିଛି। ବର୍ତ୍ତମାନ ସାରା ବିଶ୍ବକୁ ଟିକାର ସୁରକ୍ଷା ବଳୟ ମଧ୍ୟକୁ ଆଣିବାର ଚେଷ୍ଟା ଚାଲିଥିବା ବେଳେ କିଛି ବର୍ଷ ପରେ କୋଭିଡ୍-୧୯ ଫ୍ଲୁ ଭଳି ସାଧାରଣ ସଂକ୍ରାମକ ରୋଗ ପାଲଟିଯିବାର ସମ୍ଭାବନା ସବୁଠାରୁ ଅଧିକ। ତେଣୁ ଆମକୁ ଲଗାତାର ଭାବେ ନିଜକୁ ଏହି ଭୂତାଣୁ ଠାରୁ ସୁରକ୍ଷିତ ରଖିବାକୁ ହେବ। ତେବେ, ଏହାର ଶ୍ରେଷ୍ଠ ଉପାୟ ନିୟମିତ ବ୍ୟାୟାମ ବୋଲି ଗବେଷଣାଲବ୍‍ଧ ତଥ୍ୟରୁ ଜଣାପଡ଼ିଛି।

ବ୍ୟାୟାମ ଯେ କେବଳ ସଂକ୍ରାମକ ରୋଗର ପଡ଼ିବା ଓ ମୃତ୍ୟୁବରଣ କରିବାର ଆଶଙ୍କାକୁ ହ୍ରାସ କରିଥାଏ ତାହା ନୁହେଁ, ଏହା ଟିକାର ଫଳପ୍ରଦତାକୁ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟାଇଥାଏ। ପ୍ରାୟ ପାଞ୍ଚ ଲକ୍ଷ ଲୋକଙ୍କୁ ନେଇ କରାଯାଇଥିବା ଛଅଟି ଗବେଷଣାରୁ ପ୍ରମାଣିତ ହୋଇଛି ଯେ ସପ୍ତାହକୁ ପାଞ୍ଚ ଦିନ ୩୦ ମିନିଟ ବ୍ୟାୟାମ କରିବା ଦ୍ବାରା ରୋଗରେ ସଂକ୍ରମିତ ହେବା ଏବଂ ମୃତ୍ୟୁବରଣ କରିବାର ଆଶଙ୍କା ୩୭% ହ୍ରାସ ପାଇଥାଏ। ଅନ୍ୟ ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ ନିୟମିତ କସରତ ଦେହରେ ବୀଜାଣୁମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ‘ଇମ୍ୟୁନୋଗ୍ଲୋବ୍ୟୁଲିନ୍ ଆଇଜିଏ ଆଣ୍ଟିବଡି’ ଓ ‘ସିଡି୪+ ଟି ସେଲ୍‍’ର ସଂଖ୍ୟାକୁ ବୃଦ୍ଧି କରିଥାଏ। ସେହିପରି ଟିକା ନେବା ପରେ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ଠାରେ ବ୍ୟାୟାମ କରୁ ନ ଥିବା ବ୍ୟକ୍ତିଙ୍କ ତୁଳନାରେ ୫୦% ଅଧିକ ସଂଖ୍ୟକ ଆଣ୍ଟିବଡି ତିଆରି ହୋଇଥାଏ।

ଗତ ବର୍ଷ ଲକ୍‍ଡାଉନ୍ ଆରମ୍ଭ ପରେ ଫିଟ୍ ରହିବା ପାଇଁ ପ୍ରାୟ ସମସ୍ତେ ବ୍ୟାୟାମ ଅଭ୍ୟାସ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ କିଛି ମାସ ମଧ୍ୟରେ ସେହି ଉତ୍ସାହ ମଉଳି ଯିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଲକଡାଉନ୍‌ ଭଳି ବିଶ୍ରାମ ସୃଷ୍ଟିକାରୀ ପରିସ୍ଥିତିରେ ଶାରୀରିକ ପରିଶ୍ରମ ହ୍ରାସ ସ୍ବାଭାବିକ ଲାଗିପାରେ, କିନ୍ତୁ ତାହା କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବିପଜ୍ଜନକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe