ମାଂସାହାରୀଙ୍କ ହାର ସବା ତଳେ ଭାରତ

Advertisment

ଝରକା

ଝରକା

ମାଂସାହାରୀଙ୍କ ହାର ସବା ତଳେ ଭାରତ

ପରିସଂଖ୍ୟାନ ଗବେଷଣା ସଂସ୍ଥା ‘ଷ୍ଟାଟିଷ୍ଟା’ ପକ୍ଷରୁ କରାଯାଇଥିବା ଏକ ବିଶ୍ବସ୍ତରୀୟ ଖାଉଟି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ବିଶ୍ବର ହାରାହାରି ୮୬ ପ୍ରତିଶତ ଲୋକ ନିଜ ଖାଦ୍ୟରେ ମାଂସ ସାମିଲ ରହୁଥିବା କଥା ପ୍ରକାଶ କରିଛନ୍ତି। ୩୯ଟି ଦେଶର ୧୮-୬୪ ବର୍ଷ ବୟସ୍କ ଲୋକମାନଙ୍କୁ ନେଇ ଫେବ୍ରୁଆରି ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଏଥିରୁ ପ୍ରକାଶ ଯେ କେବଳ ଇଣ୍ଡୋନେସିଆ, ୟୁନାଇଟେଡ୍ ଆରବ ଏମିରେଟ୍‍ସ, ପାକିସ୍ତାନ, ଚୀନ ଓ ଭାରତକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦେଶର ୮୦%ରୁ ଅଧିକ ଲୋକ ଏହି ସମୟ ମଧ୍ୟରେ ମାଂସ ଖାଇଛନ୍ତି। ଜାପାନର ସର୍ବାଧିକ ୯୬% ଲୋକ ମାଂସ ଭକ୍ଷଣ କରିଥିବା ବେଳେ ତା’ ପଛକୁ ରୁଷିଆ (୯୪%), ଆମେରିକା (୯୦%) ଓ ଜର୍ମାନି (୮୬%)ର ସର୍ବାଧିକ ଲୋକ ମାଂସ ଖାଉଥିବାର ପ୍ରକାଶ କରିଥିଲେ। ଏହି ସମସ୍ତ ଦେଶ ମଧ୍ୟରୁ ଭାରତୀୟମାନେ ସର୍ବନିମ୍ନ ଅର୍ଥାତ୍‌ ମାତ୍ର ୪୩% ମାଂସାହାରୀ ବୋଲି ଜଣାପଡ଼ିଥିଲା।

ସମଗ୍ର ବିଶ୍ବରେ ମାଂସର ବିଭିନ୍ନ ନିରାମିଷ ବିକଳ୍ପ ଓ ଶାକାହାର ଉପରେ ଗୁରୁତ୍ବାରୋପ କରାଯାଉଥିବା ସତ୍ତ୍ବେ ମାଂସାହାର ଏବେ ମଧ୍ୟ ସବୁ ସ୍ଥାନରେ ଏହାର ପ୍ରାଧାନ୍ୟ ବଜାୟ ରଖିଛି। ପରିବେଶ ସମସ୍ୟା ଏବଂ ମାଂସ ଉତ୍ପାଦନର ଅନୈତିକ ପଦ୍ଧତି ଲାଗି ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ବିରୋଧରେ ଗୁଂଜରଣ ସୃଷ୍ଟି ହେଲାଣି। ତେଣୁ ଶାକାହାରକୁ ପସନ୍ଦ କରାଯିବା ଉଚିତ କଥା କୁହାଯାଉଛି। କିନ୍ତୁ ତାହା ଉପରେ ଜନସାଧାରଣ ବିଶେଷ ଗୁରୁତ୍ବାରୋପ କରୁ ନାହାନ୍ତି।

ଭାରତରେ ମୁଖ୍ୟତଃ ଧାର୍ମିକ କାରଣରୁ ଶାକାହାରକୁ ଗୁରୁତ୍ବ ମିଳିଥାଏ। ଏହା ହିଁ ଭାରତୀୟମାନଙ୍କ ମଧ୍ୟରେ ମାଂସାହାର ପ୍ରତି ଥିବା ବିରାଗର ଏକ ବଡ଼ କାରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe