ଜନ ବହୁଳେ ସୃଷ୍ଟି ନାଶ

Advertisment

ବିପିନ ବିହାରୀ ରାଉତ

ବିପିନ ବିହାରୀ ରାଉତ

ଭାରତ ନଂ ୧, ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ

PHOTO-globalgoodness.ca

ସାରା ପୃଥିବୀରେ ବିଭିନ୍ନ ପ୍ରକାର ପ୍ରାକୃତିକ ପରିବର୍ତ୍ତନମାନ ଦେଖିବାକୁ ମିଳୁଛି। ଏ ସବୁ ପରିବର୍ତ୍ତନ ନକରାତ୍ମକ ଏବ˚ ଏହା ଦ୍ବାରା ଭୟାବହ ପରିଣତି ସୃଷ୍ଟି ହେବାକୁ ଯାଉଛି ବୋଲି ଭବିଷ୍ୟତବାଣୀ ଶୁଣିବାକୁ ମିଳୁଛି। କିନ୍ତୁ ବାଲିଝଡ଼ ବେଳେ ଓଟପକ୍ଷୀ ନିଜ ଶରୀରରେ ମୁଣ୍ତ ଗୁ˚ଜି ରହିଗଲା ଭଳି ଆମେ ସ୍ଥାଣୁବତ୍‌ ହୋଇ ରହିଛୁ। ଆମେ ସମସ୍ତେ ଜାଣୁ ଯେ ପ୍ରକୃତିରେ ଏ ଯେଉଁ ପରିବର୍ତ୍ତନ ହେଉଛି, ସେଥି ଲାଗି ଆମେ ଅର୍ଥାତ୍‌ ମଣିଷମାନେ ହିଁ ଦାୟୀ। ସେଇ ପରିପ୍ରେକ୍ଷୀରେ ଜନସ˚ଖ୍ୟା ବିସ୍ଫୋରଣ ପ୍ରକୃତି ଉପରେ କିଭଳି ଚାପ ସୃଷ୍ଟି କରୁଛି ବା କିଭଳି ପ୍ରତିକୂଳ ପ୍ରଭାବ ପକାଉଛି, ତାହା ଆଲୋଚନା ସାପେକ୍ଷ। ଜନସ˚ଖ୍ୟା କଥା ବିଚାର କଲେ ଆମ ଦେଶ ପୃଥିବୀର ଦ୍ବିତୀୟ ସର୍ବାଧିକ ଜନବହୁଳ ଦେଶ ଭାବେ ଆଲୋଚନାର ପରିସରକୁ ଆସିଥାଏ। ଭାରତର ଜନ ସ˚ଖ୍ୟା ଏବେ ୧୩୦ କୋଟି ହେବାକୁ ବସିଛି। ୨୦୨୫ ମସିହା ସୁଦ୍ଧା ଏହି ସ˚ଖ୍ୟା ୧୩୫ କୋଟି ହେବ ବୋଲି ଆକଳନ କରାଯାଉଛି। ଏତେ ସ˚ଖ୍ୟକ ଲୋକଙ୍କର ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ଆବଶ୍ୟକତା ପୂରଣ କରିବା ପ୍ରକ୍ରିୟାରେ ରାଷ୍ଟ୍ରର ପ୍ରାକୃତିକ ସ˚ସାଧନ ଭୀଷଣ ଚାପଗ୍ରସ୍ତ ହେବାରେ ଲାଗିଛି। କ୍ରମେ ଏହା ଅସହନୀୟ ସ୍ତରକୁ ଯିବାର ଲକ୍ଷଣ ଦେଖାଇଲାଣି। ଉଦାହରଣ ସ୍ବରୂପ ଭୂତଳ ଜଳ କମିଯିବା ଏବ˚ ଭୟଙ୍କର ଭାବେ ପ୍ରଦୂଷିତ ହେଉଥିବା କଥା କିଏ ନ ଜାଣେ? କୁହାଯାଉଛି ଆଉ ପଚାଶ ବର୍ଷ ପରେ ଭାରତର ଜଳାଭାବ ଅସହ୍ୟ ଭାବେ ଉତ୍କଟ ହୋଇଯିବ। ଏହା ପଛରେ ଥିବା ଏକ ମୁଖ୍ୟ କାରଣ ଜନ ସ˚ଖ୍ୟାରେ ମାତ୍ରାଧିକ ବୃଦ୍ଧି।

କେବଳ ଜନ ସ˚ଖ୍ୟା ବୃଦ୍ଧି ନୁହେଁ, ତା ସହିତ ଉପଭୋଗବାଦୀ ଜୀବନ ଶୈଳୀ ସମସ୍ତଙ୍କୁ ଧାରଣକ୍ଷମ ଜୀବନ ଯାପନରୁ ଦୂରେଇ ନେବାରେ ଲାଗିଛି। ଏହାର ପରିଣାମ ହେଉଛି ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର, ଜଙ୍ଗଲ କଟା, ଖଣିଖାଦାନ ଆଦି ଦ୍ବାରା ପୃଥିବୀ ବକ୍ଷରେ ଅପରିମିତ ସ˚ଖ୍ୟକ କ୍ଷତ ସୃଷ୍ଟି ଓ ତଜ୍ଜନିତ ବାୟୁ ଓ ଜଳ ପ୍ରଦୂଷଣ ଇତ୍ୟାଦି। ଏହି କାରଣରୁ ଅଧିକ ସବୁଜ ଗ୍ୟାସ ଉତ୍ସର୍ଜିତ ହେଉଛି, ବାୟୁମଣ୍ତଳରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଉଛି। ଜଳବାୟୁ ପରିବର୍ତ୍ତନ ଲାଗି ଅଧିକ ଜନସ˚ଖ୍ୟା ଯେ ଏକ ପ୍ରମୁଖ କାରଣ ଏହା ଏବେ ନିର୍ବିବାଦୀୟ ଭାବେ ପ୍ରମାଣିତ। ପୃଥିବୀର ସର୍ବାଧିକ ଜନ ବହୁଳ ରାଷ୍ଟ୍ର ଚୀନରେ ଜନ ସ˚ଖ୍ୟା ବିସ୍ଫୋରଣକୁ ରୋକିବା ଲାଗି ‘ଗୋଟିଏ ସନ୍ତାନ’ ସରକାରୀ ନୀତିକୁ ପାଳନ କରାଯାଉଛି। ଅଧିକ ଜନ ସ˚ଖ୍ୟା ତ ରାସ୍ତାରେ ଅଧିକ ଯାନବାହନର ଭିଡ଼। ତେଣୁ ଗାଡ଼ି ସ˚ଖ୍ୟାକୁ କମାଇବା ଲାଗି ସେଠାରେ ‘ପରିବାର ପିଛା ଗୋଟିଏ ଗାଡ଼ି’ର ନିୟମ ଲାଗୁ କରାଯାଇଛି। ତେବେ, ଚୀନ ଏକ ଏକଛତ୍ରବାଦୀ ରାଷ୍ଟ୍ର ହୋଇଥିବାରୁ ସେଠାରେ କିଛି ଆଇନକୁ ରାସ୍ତା ରୋଲର ଭଳି ନାଗରିକମାନଙ୍କ ଉପରେ ଚଳାଇ ଦିଆଯାଇଥାଏ। ସେଥିରେ ସୁଫଳ ସହିତ କୁଫଳ ବି ମିଳିଥାଏ। ଗଣତାନ୍ତ୍ରିକ ଭାରତରେ ଏଭଳି ନିୟମ ସବୁକୁ ବଳପୂର୍ବକ ଲାଗୁ କରାଯାଇ ପାରିବ ନାହିଁ। ଜୋର ଜବରଦସ୍ତ ନିୟମ ଲାଗୁ କରାଯିବା ଅଯୌକ୍ତିକ ଓ ଅନୈତିକ ମଧୢ। ତେବେ, ଏ ପରିପ୍ରେକ୍ଷୀରେ ଯାହା ସ୍ପୃହଣୀୟ ତାହା ହେଉଛି ଏ ନେଇ ସଚେତନ ହୋଇ ରାଷ୍ଟ୍ର ଓ ସମାଜର ମଙ୍ଗଳ ଲାଗି ଆମେମାନେ ସ୍ବତଃସ୍ଫୂର୍ତ୍ତ ପଦକ୍ଷେପ ନେବା। ସମସ୍ତେ ମନେ ରଖିବା ଉଚିତ ଯେ ଜନ ବହୁଳେ ସୃଷ୍ଟି ନାଶ।
ଶ୍ରୀବିହାର କଲୋନି, କଟକ
ମୋ: ୯୪୩୭୬୬୬୪୫୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe