ଆମ ଦୁନିଆ : ବିଷାକ୍ତ ଛତୁ ଏବଂ ସବୁଠାରୁ ଲମ୍ବା ଆଇସ୍‌କ୍ରିମ୍‌

ଆମ ଦୁନିଆ : ବିଷାକ୍ତ ଛତୁ ଏବଂ ସବୁଠାରୁ ଲମ୍ବା ଆଇସ୍‌କ୍ରିମ୍‌

Britannica

ଲାଲ୍‌ ରଙ୍ଗର ଏହି ବିଷାକ୍ତ କବକ ବା ଛତୁ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳେ। ଏହାର ବୈଜ୍ଞାନିକ ନାମ ହେଉଛି ପୋଡଷ୍ଟ୍ରୋମା କର୍ଣ୍ଣୁ ଦାମ୍‌। କୃଷିବିତ୍‌ଙ୍କ କହିବାନୁସାରେ ଏହା ଜାପାନ୍‌ ଓ କୋରିଆ ଭଳି ଦେଶରେ ମଧ୍ୟ ଉତ୍ପନ୍ନ ହୁଏ। ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ବିଷାକ୍ତ କବକ ଯୋଗୁଁ ଜାପାନ୍‌ ଓ ଦକ୍ଷିଣ କୋରିଆରେ କେତେକ ଲୋକଙ୍କ ମୃତ୍ୟୁ ହୋଇଛି। ଲୋକମାନେ ଏହାକୁ ପାରମ୍ପରିକ ଚିକିତ୍ସାରେ ବ୍ୟବହାର କରୁଥିବା ବେଳେ ଛତୁ ଭାବି ଚା’ରେ ମିଶାଇ ପିଇ ଦେଇଥିଲେ। ଯେଉଁଥିପାଇଁ ସେମାନେ ମୃତ୍ୟୁ ମୁଖରେ ପଡ଼ିଥିଲେ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଛତୁ ଏତେ ବିଷାକ୍ତ ଯେ ଏହାକୁ ଖାଇଲେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯାଇପାରେ। ଖାଲି ସେତିକି ନୁହେଁ, ଏ ଛତୁକୁ ଛୁଇଁବା ମାତ୍ରେ ଶରୀରରେ ଘା’ ହୋଇପାରେ। ଜେମ୍ସ କୁକ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ କହିବାନୁସାରେ, ଏହା ଏକମାତ୍ର କବକ, ଯାହାର ବିଷାକ୍ତ ତତ୍ତ୍ୱ ଚର୍ମ ମାଧ୍ୟମରେ ଅବଶୋଷିତ ହୋଇପାରିବ।

publive-image www.guinnessworldrecords.com

ସବୁଠାରୁ ଲମ୍ବା ଆଇସ୍‌କ୍ରିମ୍‌

ଆମେରିକାରେ ଆୟୋଜିତ ସ୍ପିରିଟ୍‌ ଅଫ୍‌ ଟେକ୍ସାସ୍‌ ଉତ୍ସବରେ ଦୁନିଆର ସବୁଠୁ ଲମ୍ବା ଆଇସ୍‌କ୍ରିମ୍‌ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ୍‌ ହୋଇଛି। ଏହି ଆଇସ୍‌କ୍ରିମ୍‌କୁ ତିଆରି କରିବା ପାଇଁ ୧୮୯୨.୭୦୫ କିଲୋଗ୍ରାମ୍‌ର ଭାନିଲା ଆଇସ୍‌କ୍ରିମ୍‌ ଓ କ୍ୟାଣ୍ଡି କ୍ରଞ୍ଚ୍‌ ଚକୋଲେଟ୍‌ର ବ୍ୟବହାର କରାଯାଇଥିଲା। ଏହା ଛଡ଼ା ଏଥିରେ ୧୧୩୫, ୬୨୩୫୪ କି.ଗ୍ରାର ଚକୋଲେଟ୍‌ ଓ ଷ୍ଟ୍ରବେରି ସିରପ୍‌, ୨୦୦ କୋନ୍‌ କ୍ରିମ୍‌, ୨୫ ପାଉଣ୍ଡ୍‌ ସ୍ପ୍ରିଙ୍କଲ୍‌ ଓ ୨୦.୦୦୦ ଚେରି ବ୍ୟବହାର କରାଯାଇଥିଲା। ଏହି ଆଇସ୍‌କ୍ରିମ୍‌ ୧,୩୮୬.୬୨ ମିଟର ଲମ୍ବା ଥିଲା। ଯେତେବେଳେ ଏହି ଆଇସ୍‌କ୍ରିମ୍‌ ତିଆରି କରାଯାଉଥିଲା ସେହି ସ୍ଥାନରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡର ଅଧିକାରୀ କ୍ରିଷ୍ଟିନା କାନଲନ୍‌ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ସାମିଲ୍‌ ହୋଇଥିବା ୪୦୦୦ ଲୋକ ମାତ୍ର ୩୦ ମିନିଟ୍‌ରେ ସବୁ ଆଇସ୍‌କ୍ରିମ୍‌ ଖାଇ ସାରି ଦେଇଥିଲେ। ଏହା ପୂର୍ବରୁ ‘ଲାର୍ଜେଷ୍ଟ ସର୍ଭିଙ୍ଗ ଅଫ୍‌ ଚିଲ୍‌ ପିଲ୍‌’ ନାମକ ଆଇସ୍‌କ୍ରିମ୍‌ ତିଆରି କରାଯାଇଥିଲା। ଯାହାର ଓଜନ ଥିଲା ୨,୧୭୭.୨୪ କି.ଗ୍ରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe