ଆମ ଦୁନିଆ : ପ୍ଲାଷ୍ଟିକ୍‌ ମ୍ୟାନ୍‌ ଏବଂ ପ୍ଲାଷ୍ଟିକ୍‌କୁ ଜଳରେ ପରିଣତ କରିବ ବ୍ୟାକ୍ଟେରିଆ

Advertisment
ଆମ ଦୁନିଆ : ପ୍ଲାଷ୍ଟିକ୍‌ ମ୍ୟାନ୍‌ ଏବଂ ପ୍ଲାଷ୍ଟିକ୍‌କୁ ଜଳରେ ପରିଣତ କରିବ ବ୍ୟାକ୍ଟେରିଆ

thenewsminute.com

ବାରମ୍ବାର ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ କଟକଣା ହେଉଥିଲେ ସୁଦ୍ଧା ଲୋକମାନେ ସଚେତନ ହେଉ ନାହାନ୍ତି। ଏହାକୁ ଆଖି ଆଗରେ ରଖି କେରଳର ପଲାକ୍କଡ୍‌ ଜିଲ୍ଲାର ଦୀପକ କୁମାର ଆରମ୍ଭ କରିଛନ୍ତି ଏକ ନୂଆ ବାର୍ତ୍ତା। ୨୪ ଘଣ୍ଟାରେ ଶହେ କିଲୋମିଟର ପାଦରେ ଚାଲି ଏଥିନେଇ ସଚେତନତା ସୃଷ୍ଟି କରିଛନ୍ତି। ଏହି ଯାତ୍ରା ସମୟରେ ଅବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ରାସ୍ତା କଡ଼ରୁ ଗୋଟାଇ ସେ ପୋଷାକ ଭଳି ସୂତାରେ ଗୁନ୍ଥି ଦେଇଥିଲେ। ସ୍ୱଚ୍ଛତା ପାଇଁ ଦୀପକ ୨୦୧୯, ୧ ଅକ୍ଟୋବର ସକାଳ ୮ଟାରେ ଦୁଇଜଣ ସ୍ୱେଚ୍ଛାସେବୀଙ୍କ ସହ ପଲାକ୍କଡ୍‌ ଭିକ୍ଟୋରିଆ କଲେଜରୁ ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ସମୟରେ ସେ ୩୫ କିଲୋ ଓଜନର ବ୍ୟବହୃତ ଚିପ୍ସ୍‍ ପ୍ୟାକେଟ୍‌, ସାମ୍ପ୍ୟୁ, ପାଣି ବୋତଲ ଭଳି ଅବ୍ୟବହୃତ ପ୍ଲାଷ୍ଟିକ୍‌ରେ ନିଜକୁ ଘୋଡ଼ାଇ ରଖିଥିଲେ। ଏକ ପ୍ଲାଷ୍ଟିକ୍‌ ଡ୍ରେସ୍‌ ପିନ୍ଧିବା ଭଳି ଦେଖାଯାଉଥିଲେ ସେ। ଦୀପକ୍‌ ପୂର୍ବବର୍ଷ ଫେବ୍ରୃଆରିରେ ମଧ୍ୟ ଏକ ସଚେତନତା ଯାତ୍ରା ଆୟୋଜନ କରିଥିଲେ। ତାଙ୍କ ସ୍ୱେଚ୍ଛାସେବୀ ବନ୍ଧୁଙ୍କ ସହାୟତାରେ ସେ ୪ ହଜାର କିଲୋଗ୍ରାମ୍‌ର ପ୍ଲାଷ୍ଟିକ୍‌ ସାମଗ୍ରୀ ଗୋଟେଇ ଆଣିଥିଲେ।

publive-image physics-astronomy.org

ପ୍ଲାଷ୍ଟିକ୍‌କୁ ଜଳରେ ପରିଣତ କରିବ ବ୍ୟାକ୍ଟେରିଆ
ପ୍ଲାଷ୍ଟିକ୍‌ର ବ୍ୟବହାର ଅନେକ ଦିନରୁ ରହି ଆସିଛି। ସେଥିପାଇଁ ଦେଖାଦେଉଥିବା ପ୍ରଦୂଷଣକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ଏକ ଆକଳନ ଅନୁଯାୟୀ, ୨୦୫୦ ମସିହା ବେଳକୁ ସମୁଦ୍ରରେ ଯେତିକି ମାଛ ଥିବେ, ତା’ଠାରୁ ଅଧିକ ପ୍ଲାଷ୍ଟିକ୍‌ ବସ୍ତୁ ମିଳିବ। ତେଣୁ ଏବେ ବିଶ୍ୱବ୍ୟାପୀ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ରୋକିବା ପାଇଁ ବହୁତ ଚେଷ୍ଟା ଚାଲିଛି। ଏହି କ୍ରମରେ ଜାପାନ୍‌ର ଦୁଇଜଣ ଛାତ୍ରୀ ଏକ ବ୍ୟାକ୍ଟେରିଆର ସନ୍ଧାନ କରିଛନ୍ତି ଯିଏକି ପ୍ଲାଷ୍ଟିକ୍‌କୁ ଅଙ୍ଗାରକାମ୍ଲ ଏବଂ ଜଳରେ ପରିଣତ କରି ଦେଇ ପାରିବ। ଜିନି ୟାଓ ଓ ମିରାଣ୍ଡା ଓ୍ଵାଙ୍ଗ୍‌ ନାମକ ଦୁଇ ଛାତ୍ରୀ ନିଜ ସ୍କୁଲ ଜୀବନରୁ ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରି ଆସୁଥିଲେ। ସେମାନେ ଏହି ଟେକ୍ନାଲୋଜି ପାଇଁ ପେଟେଣ୍ଟ୍‌ ବି ପାଇ ସାରିଛନ୍ତି। ସେମାନଙ୍କଦ୍ୱାରା ପ୍ରସ୍ତୁତ ଉପକରଣ ମାତ୍ର ୨୪ ଘଣ୍ଟା ଭିତରେ ପ୍ଲାଷ୍ଟିକ୍‌କୁ ପାଣିରେ ପରିଣତ କରି ଦେଇପାରିବ। ସେମାନଙ୍କୁ ଏହି ଉପକରଣକୁ ଆହୁରି ବିକଶିତ କରିବା ପାଇଁ ୪,୦୦,୦୦୦ ଡଲାରର ଆର୍ଥିକ ସହାୟତା ବି ପ୍ରଦାନ କରାଯାଇଛି। ଏପରି ଚମତ୍କାର ଆବିଷ୍କାର ପାଇଁ ତାଙ୍କୁ ୫ଟି ପୁରସ୍କାର ବି ମିଳିଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe