ଗ୍ୟାସ ଦର ବୃଦ୍ଧି, ଗରିବ ପୁରୁଣା ଜାଳେଣିକୁ ଫେରୁଛନ୍ତି

Advertisment
ଗ୍ୟାସ ଦର ବୃଦ୍ଧି, ଗରିବ ପୁରୁଣା ଜାଳେଣିକୁ ଫେରୁଛନ୍ତି

The Economic Times

ବର୍ତ୍ତମାନ ଆମ ଦେଶରେ ୩୦ କୋଟିରୁ ଅଧିକ ଏଲପିଜି ଗ୍ରାହକ ଅଛନ୍ତି। ଏମାନଙ୍କ ମଧ୍ୟରୁ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ହେଉଛି ପ୍ରାୟ ୯ କୋଟି। ଏମାନେ ମୁଖ୍ୟତଃ ନିମ୍ନ ବିତ୍ତ ବର୍ଗର ଯେଉଁମାନେ ମୂଳରୁ ସଂଗୃହୀତ କାଠ ବା କାଠିକୁଟା ବା ଗୋବର ଘଷିକୁ ଜାଳେଣି ଭାବେ ବ୍ୟବହାର କରି ଆସୁଥିଲେ। ସେହି ସବୁ ଜାଳେଣିରୁ ଉତ୍ପନ୍ନ ବିଷାକ୍ତ ଧୂଅାଁ କବଳରୁ ପରିବାରର ଗୃହିଣୀ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ମୁକ୍ତି ଦେବା ଲାଗି ସରକାର ଉଜ୍ଜ୍ବଳା ଯୋଜନା ଜରିଆରେ ରନ୍ଧନ ଗ୍ୟାସ ଯୋଗାଇଲେ, ଯାହା ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦ‌କ୍ଷେପ। ଏ‌େବ ଏହି ହିତା‌ଧିକାରୀମାନେ ୧୪.୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡରକୁ ୨୦୦ ଟଙ୍କା ସବସିଡି ପରେ ୮୦୩ ଟଙ୍କାରେ କିଣୁଛନ୍ତି।

ଏତେ ଟଙ୍କା ଦେବା ଏଭଳି ଅନେକ ପରିବାର ଲାଗି କାଠିକର ପାଠ ହୋଇଥିବାରୁ ସେମାନେ ପୂର୍ବ ଭଳି ପାରଂପରିକ ବିଷାକ୍ତ ଧୂଆଁ ଜାତ କରୁଥିବା ଜାଳେଣି ବ୍ୟବହାର କଲେଣି। ଉଜ୍ଜ୍ବଳାର ହିତାଧିକାରୀ ହୋଇ ନ ଥିବା ଏଭଳି ଅସଂଖ୍ୟ ନିମ୍ନ ବିତ୍ତ ବା ନିମ୍ନ ମଧ୍ୟବିତ୍ତ ପରିବାର ଅଛନ୍ତି, ଯେଉଁଗୁଡ଼ିକ ଲାଗି ମଧ୍ୟ ୧୦୦୩ ଟଙ୍କା ଦେଇ ଗ୍ୟାସ କିଣିବା କଷ୍ଟକର ହେଲାଣି। ତେଣୁ ସରକାର ଏହାର ସମାଧାନର ପନ୍ଥା ବାହାର କରନ୍ତୁ। ଯଦି ପ୍ରାକୃତିକ ଗ୍ୟାସ ଆମଦାନିରେ ସରକାରଙ୍କୁ ଅଧିକ ବ୍ୟୟ କରିବାକୁ ହେଉଛି ଏବଂ ତାର ଦର କମାଇବା ସହଜ ନୁହେଁ, ତେବେ ଅନ୍ୟାନ୍ୟ ଶସ୍ତା ଇନ୍ଧନର ଆବିଷ୍କାର କରାଯାଉ। ଅଣପାରଂପରିକ ଶକ୍ତି ଦ୍ବାରା କିଭଳି ଶସ୍ତାରେ ରୋଷେଇବାସ ହୋଇପାରିବ, ସେ ଦିଗରେ ଅଧିକ ଗବେଷଣା କରାଯାଉ।
ରାଇଚରଣ ବିଶ୍ବାଳ
ସାମନ୍ତରାୟପୁର, ପିରହାଟ, ଭଦ୍ରକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe