ଦ˚ପତି ଓ ମୁଲ୍ଲା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ମୁଲ୍ଲା ନସିରୁଦ୍ଦିନ ଯେତେବେଳେ ବିଚାରପତି ଥିଲେ, ସେତିକି ବେଳେ ତାଙ୍କ ନିକଟକୁ ଏକ ମାମଲା ଆସିଲା। ମାମଲାରେ ଉଭୟ ପତି ଓ ପତ୍ନୀ ପରସ୍ପରକୁ ଛାଡ଼ପତ୍ର ଦେବାକୁ ଜିଦ୍ ଧରି ବସିଥିଲେ।
ମୁଲ୍ଲା କହିଲେ- ତୁମେ ଦୁହେଁ ଏବେ ମଧୢ ବୟସ୍କ। ଆଗକୁ ଜୀବନ ବାକି ଅଛି। ତୁମେମାନେ କାହିଁକି ସଲାସୁତୁରା ହୋଇଯାଉନାହଁ?

ଉଭୟ ସମ ସ୍ବରରେ କହିଲେ- ସଲାସୁତୁରା ଅସମ୍ଭବ। ଉଭୟେ ଜଣାଇ ଦେଲେ ଯେ କେହି କାହା ସହିତ ରହିବା ଆଉ ସମ୍ଭବପର ନୁହେଁ।

ତା ପରେ ମୁଲ୍ଲା ସ୍ବାମୀକୁ ପଚାରିଲେ- କ’ଣ ପାଇଁ ତୁମ ଭିତରେ ଏମିତି ଅପଡ଼ ହେଲା କୁହ।

ସ୍ବାମୀ କହିଲା- ଆଜ୍ଞା କଳିର ମଞ୍ଜିଟା କ’ଣ ମନେ ନାହିଁ। ତେବେ ଏତିକି ମନେ ଅଛି ଆଜିକୁ ସପ୍ତାହକ ତଳେ ପାଗ ଭାରି ଭଲ ଥିଲା। ମୋ ମନ ଭାରି ଖୁସି ଥିଲା। ମୋ ସ୍ତ୍ରୀ ବି ଭାରି ଖୁସି ଥିଲା। ସେ ମୋ ଲାଗି ହୁକ୍କା ଦାନି ସଜାଡୁଥିଲା। ସେତିକି ବେଳେ ତାକୁ ଟିକିଏ ଖୁସି କରିବା ଲାଗି ପଦିଏ କହିଦେଲି। ସେ ବି ହସି କରି ପଦିଏ ଉତ୍ତର ଦେଇ ଦେଲା। ତା ପରେ ମୋ ପଟୁ ପଦେ, ତା ପଟୁ ପଦେ। ଏମିତି କଥା ଚାଲୁ ଚାଲୁ କେତେବେଳେ ଯେ ତାହା କଳିରେ ପରିଣତ ହୋଇଗଲା ଜଣା ନାହିଁ। ତା ପରେ ରାଗ ଉଠିଲାରୁ କଥା କୁଆଡ଼େ ନାହିଁ କୁଆଡ଼େ ଗଲା। ଏବେ ଏମିତି ପରିସ୍ଥିତି ଯେ ତା ସହିତ ରହିବା ଆଉ ସମ୍ଭବ ହେଲା ଭଳି ଦିଶୁନି।
ମୁଲ୍ଲା ପତ୍ନୀକୁ ବି ସେଇ ପ୍ରଶ୍ନ ପଚାରିଲେ। ପତ୍ନୀ ବି ସେଇ କଥା କହିଲା ଯେ ଠିକ୍‌ କଳହର ମଞ୍ଜିଟା କେଉଁଠି ମନେ ପଡୁନାହିଁ।

ଏହା ଶୁଣି ସାରିବା ପରେ ମୁଲ୍ଲା କହିଲେ- ଦେଖ, କଥାର ଲହରି କି ପ୍ରକାର ଅବସ୍ଥା ସୃଷ୍ଟି କରେ। ମଞ୍ଜି କାରଣଟା ଏତେ ଛୋଟ ଯେ ତୁମମାନଙ୍କର ତା ବିଷୟରେ ମନେ ନାହିଁ, ଅଥଚ ତୁମେ ଦୁହେଁ ଜୀବନର ଏତେ ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହୋଇଗଲଣି। ଏମିତି ନିର୍ବୋଧତା କରନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe