ପ୍ରବେଶ ପତ୍ର ନେଇ ପ୍ରଶ୍ନ

ପ୍ରବେଶ ପତ୍ର ନେଇ ପ୍ରଶ୍ନ

Shutterstock

ଏହି କିଛିଦିନ ତଳେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କଲେ ଯେ ସାମ୍ବାଦିକ ଓ ଜନ ସାଧାରଣ ପୂର୍ବ ଭଳି ସଚିବାଳୟ, ଖାରବେଳ ଭବନ ଓ ରାଜୀବ ଭବନକୁ ଯାଇ ପାରିବେ। ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖା କରି ଜଣାଇ ପାରିବେ। କିନ୍ତୁ ଏହାକୁ ଏକ ନାଟକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ପୂର୍ବରୁ ବିଭିନ୍ନ ଖବରକାଗଜର ସମ୍ପାଦକ, ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର ପ୍ରତିନିଧିମାନେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ଦରଖାସ୍ତ କରୁଥିଲେ, ସେହି ଦରଖାସ୍ତ ସହ ସଂପୃକ୍ତ ଖବରକାଗଜର ଆର.ଏନ୍‌.ଆଇ. ସାର୍ଟିଫିକେଟ୍‌, ଚାଟାର୍ଡ ଆକାଉଣ୍ଟାଣ୍ଟ ପକ୍ଷରୁ ହେଉଥିବା ବିତରଣ ପ୍ରମାଣପତ୍ର ସହ ଅନ୍ୟାନ୍ୟ ଦସ୍ତାବିଜ ଦେଉଥି‌େଲ। ତାକୁ ଯାଞ୍ଚ କରାଯାଇ ଗୃହ ବିଭାଗର ସ୍ପେସାଲ ବ୍ରାଞ୍ଚକୁ ପଠା ଯାଉଥିଲା। ସେଠାରୁ ଅନୁମୋଦିତ ହେବା ପରେ ସଚିବାଳୟ ପ୍ରବେଶ ପତ୍ର ସକାଶେ ଅନୁମତି ମିଳୁଥିଲା। କିନ୍ତୁ ଏବେ ନିର୍ଦ୍ଦିଷ୍ଟ ଗୋଷ୍ଠୀ/ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକମାନଙ୍କୁ କେବଳ ସଚିବାଳୟ ପ୍ରବେଶ ପାଇ ଅନୁମତି ମିଳୁଛି। ଏହାର କାରଣ କ’ଣ? ତା’ ଅର୍ଥ ଆର.ଏନ୍‌.ଆଇ. ଯେଉଁମାନଙ୍କୁ ଖବରକାଗଜ ପ୍ରକାଶ କରିବା ପାଇଁ ଅନୁମତି ଦେଇଛନ୍ତି, ସେମାନେ ମୂଲ୍ୟହୀନ? ଯଦି ସେମାନଙ୍କ କୌଣସି ମୂଲ୍ୟ ନାହିଁ, ତେବେ ପୂର୍ବରୁ ସେମାନେ ସଚିବାଳୟ ପ୍ରବେଶ ପାଇଁ ଅନୁମତି ପାଇଥିଲେ କେମିତି?
ଲକ୍ଷ୍ମୀପ୍ରିୟା ସାହୁ
କଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe