ଏହା ଆଗରୁ କେବେ ହେଉ ନ ଥିଲା। ଏବେ ଭାରତ ସରକାର ଐତିହ୍ୟ ଓ ଧର୍ମସ୍ଥଳୀ ଏବଂ ମନ୍ଦିର ନିର୍ମାଣ ଓ ରକ୍ଷା ଆଳରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଓଡ଼ିଶା ସରକାର ମଧ୍ୟ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ଲିଙ୍ଗରାଜ, ଶାରଳା ତଥା ଅନ୍ୟ ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଠିକ୍ ଏହି ସମୟରେ ଏହି ଖରା କାଳରେ ଭାରତର ତଥା ଓଡ଼ିଶାର ବିଭିନ୍ନ ସ୍ଥଳରେ ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ପିଇବା ପାଣି ମିଳୁନଥିବା ଖବର ସମ୍ବାଦପତ୍ର ଓ ଟିଭିରେ ଦେଖିବାକୁ ମିଳୁଛି।
ମହିଳାମାନେ ମାଇଲ ମାଇଲ ଯାଇ ଚୁଆରୁ ଦୂଷିତ ଜଳ ସଂଗ୍ରହ କରୁଛନ୍ତି, ଯାହାକୁ ପିଇବାକୁ ପରିବାର ବାଧ୍ୟ ହେଉଛି। ଦୂଷିତ ପାନୀୟ ଜଳ ଏବେବି ଅନେକ ସ୍ଥାନରେ ଶିଶୁ ମୃତ୍ୟୁର ପ୍ରମୁଖ କାରଣ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ମୋର କହିବାର କଥା ହେଲା ସ୍ବାଧୀନତାର ପଞ୍ଚସ୍ତରି ବର୍ଷ ପରେ ମଧ୍ୟ ଦେଶର ଅସଂଖ୍ୟ ନାଗରିକଙ୍କ ଭାଗ୍ୟରେ ନିର୍ମଳ ପାନୀୟ ଜଳ ନ ଜୁଟିବା ଦୁର୍ଭାଗ୍ୟଜନକ ନୁହେଁ କି? ମନ୍ଦିରର ଉନ୍ନତି କରିବାର ଆଗ୍ରହର କିୟଦାଂଶ ସମସ୍ତଙ୍କ ଲାଗି ସ୍ବଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବାରେ ପ୍ରଦର୍ଶନ କରାଯାଉ।
ବ୍ରଜ କୁମାର ଶତପଥୀ
୩୫, ଲକ୍ଷ୍ମୀବିହାର, ଭୁବନେଶ୍ବର
Follow Us