ଓଡ଼ିଆ ବ୍ୟଞ୍ଜନର ଅଧିକ ପ୍ରଚାର ଲୋଡ଼ା

ଓଡ଼ିଆ ବ୍ୟଞ୍ଜନର ଅଧିକ ପ୍ରଚାର ଲୋଡ଼ା

The Strong Traveller

ଆମ ଖାଇବା ଭିତରେ ଚାଉମେନ୍‌, ପିଜ୍ଜା, ମୋମୋ, ବର୍ଗର, ପେଟିସ୍‌ ଆଦି ପଶିଗଲାଣି। ଆମେମାନେ ଥାଇ, ଇଟାଲିଆନ୍‌, ମୁଗଲାଇ, କଣ୍ଟିନେଣ୍ଟାଲ୍‌ ଏପରିକି କମ୍ବୋଡ଼ିଆନ୍‌ ଖାଦ୍ୟକୁ ଏତେ ଭଲ ପାଇଲେଣି ଯେ ଆମ ରେସ୍ତେରାଁମାନଙ୍କରେ ସେଭଳି ଖାଦ୍ୟ ମିଳୁଛି। ରାସ୍ତା କଡ଼ ଛକରେ ମାଞ୍ଚୁରିଆନ୍‌ର ଓଡ଼ିଆ ସ˚ସ୍କରଣ ମିଳୁଛି ଓ ଖୁବ୍‌ ଲୋକପ୍ରିୟ ହୋଇଛି। କିନ୍ତୁ ଆମ ରାଜ୍ୟର ପାର˚ପରିକ ଖାଦ୍ୟ ଯେମିତିକି ଡାଲମା, ବେସର, ବିଭିନ୍ନ ପ୍ରକାର ତରକାରି, ପତ୍ରପୋଡ଼ା, କଖାରୁ ଫୁଲ ଭଜା ଇତ୍ୟାଦି ଭଳି ବ୍ୟଞ୍ଜନ ଆମ ରେସ୍ତୋରାଁଗୁଡ଼ିକର ମେନୁରେ ରହେନାହିଁ।

ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଆମ ପାର˚ପରିକ ଖାଦ୍ୟର ସ୍ବାଦ ଥରେ ପାଇଲେ ନିଜ ନିଜ ଦେଶରେ ତାର ପ୍ରଶ˚ସା କରନ୍ତେ ଓ ଆମ ଖାଦ୍ୟ ଏକ ଆନ୍ତର୍ଜାତିକ ପରିଚିତି ଏପରିକି ପ୍ରସିଦ୍ଧି ବି ପାଇ ପାରନ୍ତା। ତେଣୁ ଆମ ରାଜ୍ୟର ହୋଟେଲ ଓ ରେସ୍ତୋରାଁଗୁଡ଼ିକ ଆମ ପାର˚ପରିକ ଖାଦ୍ୟର ପ୍ରଚାରକ ହେବା ଦରକାର। ସେମାନଙ୍କ ମେନୁରେ ଓଡ଼ିଆ ଖାଦ୍ୟ ଏକ ଆଖି ଦୃଶିଆ ସ୍ଥାନ ପାଇବା ଦରକାର। ଏବେ ଅବଶ୍ୟ କିଛି ଖାଦ୍ୟପ୍ରିୟ ‘ଭ୍ଲୋଗର୍’ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ସମେତ ବିଭିନ୍ନ ପ୍ରକାର ବ୍ୟଞ୍ଜନର ପ୍ରଚାର କରୁଛନ୍ତି। ସେମାନେ ମଧ୍ୟ ଆମ ପାରଂପରିକ ଖାଦ୍ୟକୁ ଅଗ୍ରାଧିକାର ଦିଅନ୍ତୁ।
କଲ୍ୟାଣ କୁମାର ପରିଡ଼ା
କଙ୍କଡ଼ାହାଡ଼, ଢେଙ୍କାନାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe