ଗାଁରେ ଚାରଣ ଭୂମିର ବିକାଶ

Advertisment
ଗାଁରେ ଚାରଣ ଭୂମିର ବିକାଶ

Nile Basin Development Challenge

ପୂର୍ବରୁ ଚାଷ ତଥା ଅନ୍ୟାନ୍ୟ ବ୍ୟବହାର ପାଇଁ ଗାଁ ଲୋକେ ଗୋପାଳନ କରୁଥିଲେ। ମାତ୍ର ଏବେ ଚାଷ ଲାଗି ଯନ୍ତ୍ରପାତି ଆସିବା ପରେ ଚାଷକାମରେ ବଳଦ ଆଦିଙ୍କ ବ୍ୟବହାର କମିଯାଇଛି। ପୁଣି ଗାଈ ପାଳିବା ଏବେ ବ୍ୟୟସାପେକ୍ଷ ହେଲାଣି। କ୍ଷୀର ବିକି ଗାଈକୁ ଚଳାଇବା କଷ୍ଟକର ହେଲାଣି।

ତେଣୁ ଗାଁ ଗହଳିରେ ଗୋପାଳନ ପ୍ରତି ଲୋକଙ୍କ ମନରେ ଆଗ ଭଳି ଆଗ୍ରହ ନାହିଁ। ଯେଉଁମାନେ ବି ଗାଈ ପାଳୁଛନ୍ତି ସେମାନଙ୍କ ଲାଗି ସବୁଠାରୁ ବଡ଼ ସମସ୍ୟା ହେଲା ଚାରଣ ଭୂମିର ଉପଲବ୍‌ଧତା। ଚାରଣ ଭୂମି ନ ଥିବାରୁ ଗାଈ ରଖିଥିବା ଲୋକେ ହଇରାଣରେ ପଡୁଛନ୍ତି। ତେଣୁ ଏ ବାବଦରେ ଚିନ୍ତା କରାଯିବା ଦରକାର। ଗାଁରେ ପଶୁପାଳନକୁ ପ୍ରୋତ୍ସାହନ ଦିଆଯିବା ଉଚିତ। ପଶୁମାନଙ୍କ ଲାଗି ଚାରଣ ଭୂମିର ବିକାଶ କରାଯିବା ଦରକାର। ଚାରଣଭୂମିକୁ ଜବରଦଖଲରୁ ମୁକ୍ତ କରାଯିବା ଜରୁରି।
କେଶବ ଚରଣ ନାୟକ
ପାତ୍ରପୁର, ଗଞ୍ଜାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe