ଧାରାବାହିକରେ ଅନ୍ଧବିଶ୍ବାସ

Advertisment
ଧାରାବାହିକରେ ଅନ୍ଧବିଶ୍ବାସ

ଅନେକ ଓଡ଼ିଆ ଧାରାବାହିକରେ ଅନ୍ଧବିଶ୍ବାସର ପ୍ରସାର କରାଯାଉଥିବା ଦେଖିବାକୁ ମିଳୁଛି। ଅନ୍ଧବିଶ୍ବାସର ପ୍ରସାର ବିରୋଧରେ ସରକାରୀ ଆଇନ ଥିବା ସତ୍ତ୍ବେ ଏଭଳି ହେବା ବିସ୍ମୟକର। ଆମ ରାଜ୍ୟରେ ଗାଁ ଗହଳି ଓ ଆଦିବାସୀବହୁଳ ଅଞ୍ଚଳରେ ଅନେକ ଅନ୍ଧବିଶ୍ବାସ ଏଭଳି ରକ୍ତଗତ ହୋଇଯାଇଛି ଯେ ଏହାକୁ ଦୂର କରିବା ଲାଗି ବିଶେଷ ଓ ବିଧିବଦ୍ଧ ପ୍ରୟାସର ଆବଶ୍ୟକତା ରହିଛି। ଏଭଳି ଅନ୍ଧବିଶ୍ବାସ କାରଣରୁ ଅନେକ ହିଂସାକାଣ୍ଡ ଓ ହତ୍ୟାକାଣ୍ଡ ଘଟୁଛି। ତେଣୁ ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ଧାରାବାହିକ ପ୍ରସାରଣ ଉପରେ କଟକଣା ଲାଗୁ। ସାଧାରଣ ଲୋକଙ୍କ ଉପରେ ଧାରାବାହିକଗୁଡ଼ିକର ପ୍ରଭାବ ବେଶ୍ ଗଭୀର ହୋଇଥିବା କାରଣରୁ ସେଥିରେ ଅନ୍ଧବିଶ୍ବାସ ଦୂର କରିବା ସଂପର୍କରେ ବାର୍ତ୍ତା ଦିଆଯାଉ। ଧାରାବାହିକ ନିର୍ମାତାମାନେ ଏହି ସାମାଜିକ ଦାୟିତ୍ବ ନିଅନ୍ତୁ।
ପ୍ରସନ୍ନ କୁମାର ମିଶ୍ର
ଭବାନୀପାଟଣା, କଳାହାଣ୍ଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe