ହୀରା ନୁହେଁ ପଥର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ଜଣେ ଅତି ଗରିବ ଧୋବା ଥିଲା। କିନ୍ତୁ ସେ ଥିଲା ଭାରି ସୁଖୀ। ସବୁ ବେଳେ ଗୀତ ଗାଉଥିଲା। ଯାହା ପାଉଥିଲା ସେଥିରେ ଚଳୁଥିଲା। ନ ପାଇଲେ ଉପାସ ରହୁଥିଲା, କିନ୍ତୁ ବ୍ୟସ୍ତ ହେଉ ନ ଥିଲା। ତା’ର ପରମ ମିତ୍ର ଥିଲା ତା’ର ଗଧ। ତା’ରି ସହିତ ଅନେକ ସମୟରେ ସୁଖଦୁଃଖ ହେଉଥିଲା।

ଦିନକର କଥା। ଧୋବାଟି ଥରେ ରାସ୍ତା‌ରେ ଗୋଟିଏ ଏମିତି ପଥର ପାଇଲା, ଯାହା ଦାଉ ଦାଉ ‌େହାଇ ଝଲସୁଥିଲା। ତାକୁ ସେ ଗୋଟିଏ ସୂତାରେ ଗୁନ୍ଥି ତା’ ଗଧ ବେକରେ ଝୁଲାଇ ଦେଲା। ପର ଦିନ ସକାଳେ ରାସ୍ତାରେ ଯାଉଥିବା ବେଳେ ଜଣେ ବଣିଆ ପଥରଟିକୁ ଦେଖି ଜାଣିଲା ଯେ ତାହା ହେଉଛି ଗୋଟିଏ ଅତି ମୂଲ୍ୟବାନ ହୀରା। ସେ ତାକୁ କହିଲା- ଟଙ୍କାଟିଏ ନେଇ ମୋତେ ଏ ପଥର ଦିଅ।
ଧୋବା କହିଲା- ଛାର ପଥରଟିକୁ ଟଙ୍କାଟିଏ? ରାସ୍ତାରୁ ଏହାକୁ ପ‌ାଇଥିଲି ଓ ଏହା ଚକଚକ କରୁଥିଲା ବୋଲି ଗଧକୁ ପିନ୍ଧାଇଛି। ତୁମେ ଯଦି ଚାହୁଁଛ ସେମିତି ନେଇ ଯାଅ।
ବଣିଆଟି ମନେ ମନେ ଧୋବାକୁ ମୂର୍ଖ ବୋଲି ଭାବି ହୀରାଟିକୁ ମାଗଣାରେ ନେଇ ଚାଲିଗଲା। ବଣିଆଜଣକ ସେଠାରୁ ଯାଇଛି କି ନାହିଁ ଆଉ ଜଣେ ବଣିଆ ପହଞ୍ଚି ଯାଇ କହିଲା- ଦେଖି ଦେଖି ସେ ପଥର। ମୁଁ ଶହେ ଟଙ୍କା ଦେବି ମୋତେ ତାକୁ ଦିଅ।

ଧୋବା କହିଲା- ମୁଁ ତ ତାକୁ ଏବେ ଜଣକୁ ମାଗଣାରେ ଦେଇଦେଲି!

ହାୟରେ ଅଭାଗା କ’ଣ କଲୁ ବୋଲି କହି ସେ ଲଥ୍ କରି ତଳେ ବସି ପଡ଼ି କହିଲା- ଜାଣିଛୁ କି ନାହିଁ ତାହା ଥିଲା ଗୋଟିଏ ଦୁର୍ମୂଲ୍ୟ ହୀରା! ସେଇ ଗୋଟିଏ ହୀରା ତୋର ଭାଗ୍ୟ ବଦଳାଇ ଦେଇଥାନ୍ତା।
ଧୋବା କହିଲା- ଆଜ୍ଞା ନା, ମୁଁ ବଣିଆ ନୁହେଁ ଧୋବା। ହୀରା ବୋଲି ଜାଣିବା ପୂର୍ବରୁ ତାହା ମୋ ପାଇଁ ଯେମିତି ପଥର ହୋଇ ଥିଲା, ଏବେ ବି ସେମିତି ପଥର ହୋଇ ଅଛି। ଯେଉଁ ଜ୍ଞାନ ଆପଣଙ୍କର ଅଛି ତାହା ମୋ ପାଖକୁ ନ ଆସୁ ଓ ମୋତେ ଅସୁଖୀ ନ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe