ଘାତକ ମୌନତା

Advertisment
କ˚ଗ୍ରେସ ପାଇଁ ସୁଯୋଗ

ya-webdesign.com

ଗଲା ଶୁକ୍ରବାର ଦିନ ବିଚାରପତି କେ.ଏମ୍‌. ଯୋଶେଫ୍‌ ଏବ˚ ହୃଷୀକେଶ ରାୟଙ୍କୁ ନେଇ ଗଠିତ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ଦୁଇଜଣିଆ ଖଣ୍ତପୀଠ କେତେକ ହିନ୍ଦୁତ୍ବବାଦୀ ଧର୍ମ ସ˚ଗଠନ ଏବ˚ ରାଜନୈତିକ ନେତାଙ୍କ ଦ୍ବାରା ପ୍ରଦତ୍ତ ଅତ୍ୟନ୍ତ ଘୃଣା ର˚ଜିତ ଭାଷଣ ସ˚ଦର୍ଭରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଏହି ପ୍ରସଙ୍ଗରେ ସ୍ଥାନୀୟ ପୁଲିସ ଏବ˚ ପ୍ରଶାସନର ଉଦାସୀନତାର କଟୁ ଭର୍ତ୍ସନା କରିଛନ୍ତି। ବିଚାରପତି ଦ୍ବୟ ସ୍ପଷ୍ଟ କରି ଦେଇଛନ୍ତି ଯେ ଏଭଳି ଘଟଣାରେ କୌଣସି ଔପଚାରିକ ଅଭିଯୋଗକୁ ଅପେକ୍ଷା ନ କରି ପୁଲିସ ପକ୍ଷରୁ ଆପଣାଛାଏଁ ପଦକ୍ଷେପ ନିଆଯିବା ଆବଶ୍ୟକ; ନୋହିଲେ ତାହାକୁ ଅଦାଲତ ଅବମାନନା ବୋଲି ବିଚାର କରାଯିବ। ଏହା ସହିତ ଘୃଣା ବ୍ୟ˚ଜକ ଭାଷଣ ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ତ ଏବ˚ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ତେବେ, ଏହି ପରିପ୍ରେକ୍ଷୀରେ ଯାହା ଉଦ୍‌ବେଗଜନକ, ତାହା କେବଳ ଏକ ଘୃଣା-ସାନ୍ଦ୍ର ବାତାବରଣ ସୃଷ୍ଟିର ଉଦ୍ୟମରେ ସୀମିତ ହୋଇ ନ ଥାଏ; ଏଭଳି ସ୍ଥଳେ ସ˚ପ୍ରତି ପରିଦୃଷ୍ଟ ହେଉଥିବା ଏକ ବିବ୍ରତକାରୀ ସାମୂହିକ ମୌନତା ଅଧିକ ଚିନ୍ତାର କାରଣ ହୋଇଥାଏ; ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଅତ୍ୟନ୍ତ ଆବଶ୍ୟକ ଭଳି ମନେ ହୋଇଥାଏ।

ଗଲା ଏପ୍ରିଲ୍‌ ମାସରେ ହରିଦ୍ବାର ଠାରେ ଆୟୋଜିତ ଧର୍ମ ସ˚ସଦରୁ ନିର୍ଗତ ତୀବ୍ର ସା˚ପ୍ରଦାୟିକ ଘୃଣାର ଉଚ୍ଚାଟ ବା ଦିଲ୍ଲୀରେ ଜଣେ ବିଜେପି ସା˚ସଦଙ୍କ ଦ୍ବାରା ପ୍ରଦତ୍ତ ସା˚ପ୍ରଦାୟିକ ଘୃଣା ଭରା ଆହ୍ବାନ ଅଥବା ୨୦୨୦ ମସିହାରେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଦେଶର ‘ବିଶ୍ବାସଘାତକ’ମାନଙ୍କୁ ଗୁଳି କରି ମାରିଦେବା ଲାଗି କେତେକ ବିଜେପି ନେତାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତିକ୍ତ ଉଦାତ୍ତ ପରାମର୍ଶ ଯେ ଏକ ନିର୍ଦ୍ଦିଷ୍ଟ ସ˚ଖ୍ୟାଲଘୁ ସ˚ପ୍ରଦାୟକୁ ଭୟ ଜର୍ଜର କରିବା ସହିତ ସା˚ପ୍ରଦାୟିକ ଧ୍ରୁବୀକରଣକୁ ଅଧିକ ଗଭୀର କରିବା ଲାଗି ଅଭିପ୍ରେତ ଥିଲା, ତାହା ବୁଝାଇ କହିବାର କୌଣସି ଆବଶ୍ୟକତା ନାହିଁ। ତେବେ ଏ ସ˚ଦର୍ଭରେ ଯାହା ଘୋର ଉଦ୍‌ବିଗ୍ନକାରୀ, ତାହା ହେଉଛି ଏ ସବୁଥିରେ କାର୍ଯ୍ୟାନୁଷ୍ଠାନ କରିବାରେ ପୁଲିସ ବା ପ୍ରଶାସନ ଦ୍ବାରା ପ୍ରଦର୍ଶିତ ଅତ୍ୟନ୍ତ ହାଲୁକା ଆଭିମୁଖ୍ୟ। କେବଳ ସେତିକି ନୁହେଁ, ଏଭଳି ଘଟୁଥିବା ସ୍ଥଳେ କେନ୍ଦ୍ର ସରକାର ଅବଲମ୍ବନ କରି ଆସୁଥିବା ଏକ ଅସ୍ବସ୍ତିକର ଏବ˚ ଦୁର୍ଭେଦ୍ୟ ନିରବତା ଅଧିକ ବିଚଳିତବୋଧ ସୃଷ୍ଟି କରିଥାଏ।

ପ୍ରକାଶ ଥାଉ କି ହରିଦ୍ବାରର ଧର୍ମ ସ˚ସଦରୁ ନିସୃତ ଉତ୍କଟ ଘୃଣା-ର˚ଜିତ ଡାକରା ସତ୍ତ୍ବେ ପ୍ରଧାନମନ୍ତ୍ରୀଙ୍କ ନିରବତା ଅନେକ ପ୍ରଶ୍ନର ଶରବ୍ୟ ହୋଇଥିଲା, ଯେଉଁ ପ୍ରଶ୍ନକର୍ତ୍ତାମାନଙ୍କ ମଧୢରେ ବିରୋଧୀ ଦଳର ତେର ଜଣ ନେତା ଅନ୍ତର୍ଭୁକ୍ତ ଥିଲେ। ତେବେ, ଅନେକ ରାଜନୈତିକ ବିଶ୍ଳେଷକ ଏଭଳି ନିରବତାକୁ ବିଜେପି ଭଳି ଏକ ଦକ୍ଷିଣପନ୍ଥୀ ରାଜନୈତିକ ଦଳର ସ୍ବାଭାବିକ ପ୍ରତିକ୍ରିୟାର ଏକ ଅ˚ଶ ରୂପେ ମଧୢ ଦେଖିଥାଆନ୍ତି। କିନ୍ତୁ, ଯାହା ସେମାନଙ୍କୁ ଆଲୋଡ଼ିତ କରିଛି, ତାହା ହେଲା ପାର˚ପରିକ ଭାବେ ନିଜକୁ ‘ଧର୍ମ ନିରପେକ୍ଷ’ ଦଳ ରୂପେ ପରିଚିତ କରୁଥିବା ବିରୋଧୀ ଦଳଗୁଡ଼ିକର ନିରବତା; ଯହିଁରେ ପ୍ରତିବାଦାର କ୍ଷୀଣ ଧାରା କିଛି ଔପଚାରିକ ଟ୍ବିଟ୍‌ ବା ମନ୍ତବ୍ୟରେ ସୀମିତ ଥାଇ ଆଦୌ କୌଣସି ତରଙ୍ଗ ସୃଷ୍ଟି କରି ପାରି ନ ଥିଲା। ପୁନଶ୍ଚ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦର ସ୍ବର କ୍ରମେ ଆହୁରି ଅଧିକ ନିଷ୍ପ୍ରଭ ହୋଇଯାଉଛି।

ଉଦାହରଣ ସ୍ବରୂପ ବିଲକିସ ବାନୋ ଗଣ ବଳାତ୍କାର ଏବ˚ ଗଣ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଯାବଜ୍ଜୀବନ କାରାଦଣ୍ତ ଭୋଗୁଥିବା ଏଗାର ଜଣ ଯାକ ଅପରାଧୀଙ୍କୁୁ ଅନେକ ନିୟମର ଉଲ୍ଲ˚ଘନ କରି ଅଚାନକ ମୁକ୍ତ କରି ଦିଆଯିବା ଭଳି ସ୍ପର୍ଶକାତର ଘଟଣା ଅଥବା ଗୁଜରାଟର ଖେଡ଼ା ଠାରେ ସ˚ଖ୍ୟାଲଘୁ ସ˚ପ୍ରଦାୟର କେତେକ ବ୍ୟକ୍ତିଙ୍କୁ ବାନ୍ଧି ଦିଆଯାଇ ସର୍ବ ସମକ୍ଷରେ ପୁଲିସ ଦ୍ବାରା ବେତ୍ରାଘାତ କରାଯିବା (ଅଭିଯୋଗ ଅନୁସାରେ ଏହି ବ୍ୟକ୍ତିମାନେ କୁଆଡ଼େ ନବରାତ୍ରି ଉତ୍ସବ ପାଳନରେ ବ୍ୟାଘାତ ଘଟାଇବାର ଉଦ୍ୟମ କରୁଥିଲେ) ଭଳି ବିଷୟକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରାୟ ନଜରଅନ୍ଦାଜ କରି ଦିଆଯାଇଛି; ଏପରିକି ବିଜେପି ବିରୋଧରେ ତୁମୁଳ ଚିତ୍କାର କରୁଥିବା ‘ଆମ ଆଦମୀ ପାର୍ଟି’ ଏ ଦୁଇଟି ଯାକ ଘଟଣା ନେଇ ନିରବ ରହିଛି ଏବ˚ ବିଜେପିର ଏକମାତ୍ର ରାଷ୍ଟ୍ରୀୟ ବିରୋଧୀ କ˚ଗ୍ରେସ ‘ଭାରତ ଯୋଡ଼ୋ’ ଯାତ୍ରାରେ ମଗ୍ନ ଥାଇ ଏହି ଘଟଣା ଦ୍ବୟ ପ୍ରତି ସତେ ଯେମିତି ଦୃଷ୍ଟି ପକାଇ ପାରିନାହିଁ। କହିବା ବାହୁଲ୍ୟ ଯେ ଏଭଳି ନିରବତାର ତାତ୍କାଳିକ କାରଣ ହେଉଛି ଏକ ଧାରଣା ଯେ ସ˚ଖ୍ୟାଲଘୁ ବର୍ଗଙ୍କ ପକ୍ଷ ନେଲେ ଏହି ରାଜନୈତିକ ଦଳ ଦ୍ବୟର ହିନ୍ଦୁ ସମର୍ଥକଙ୍କ ଜନାଧାରରେ କ୍ଷୟ ଘଟବ; ଯାହା ଆସନ୍ନ ଗୁଜରାଟ ନିର୍ବାଚନରେ ସେମାନଙ୍କ ଲାଗି ପ୍ରତିକୂଳ ହୋଇପାରେ। କିନ୍ତୁ ଯାହା ଅଧିକ ଉଦ୍‌ବେଗର ବିଷୟ, ତାହା ହେଲା, ଏଭଳି ଧାରଣା କ୍ରମେ ବଦ୍ଧମୂଳ ହୋଇ ଭବିଷ୍ୟତ୍‌ରେ ମଧୢ ସମତୁଲ ବ୍ୟାପାରଗୁଡ଼ିକରେ ସେମାନଙ୍କୁ ମୁଖ୍ୟତଃ ମୌନ ରହିବାକୁ ବାଧୢ କରିବ। ସୁତରା˚, ଏଭଳି କାରଣରୁ ଆମ ଦେଶରେ ହୁଏ’ତ ସା˚ପ୍ରଦାୟକ ଘୃଣାର ପ୍ରସାର ଏକ ପ୍ରକାର ନିରଙ୍କୁଶତା ମଧୢ ଲାଭ କରିବ!

ଏହି ପରିପ୍ରେକ୍ଷୀରେ ୧୯୮୫ ମସିହାରେ ଶାନ୍ତି ସକାଶେ ନୋବେଲ ପୁରସ୍କାର ଜିଣିଥିବା ଲେଖକ ଏବ˚ ‘ଆକ୍ଟିଭିଷ୍ଟ୍’ ଏଲି ଵିଜେଲଙ୍କ ଦ୍ବାରା ରଚିତ ଏକ ପ୍ରସିଦ୍ଧ ପ୍ରବନ୍ଧ ସ୍ମରଣକୁ ଆସିଥାଏ, ଯାହାର ଶୀର୍ଷକ ‘ଆନ୍‌ ଆପଏଣ୍ଟମେଣ୍ଟ ଵିଥ୍‌ ହେଟ୍’ ବା ‘ଘୃଣା ସହିତ ଏକ ଆପଏଣ୍ଟମେଣ୍ଟ।’ ପ୍ରକାଶ ଥାଉ କି ଗଲା ଶତାବ୍ଦୀର ଚତୁର୍ଥ ଦଶକରେ ଆଡଲ୍‌ଫ ହିଟଲର ଦ୍ବାରା ଆୟୋଜିତ ଇହୁଦୀ ମେଧ ଯଜ୍ଞରେ ପ୍ରାଣ ହରାଇଥିବା ୬ ନିୟୁତ ‘ଜ୍ୟୁ’ଙ୍କ ମଧୢରେ ଅନ୍ତର୍ଭୁକ୍ତ ଥିଲେ ଵିଜେଲଙ୍କ ପିତାମହୀ, ମା’ ଏବ˚ ତିନି ଭଉଣୀ। ସେ ସ୍ବୟ˚ ନିଜ ପିତାଙ୍କ ସହିତ ‘ଅସ୍ବିଜ୍‌’ ଯାତନା ଶିବିରରେ ଅକଥନୀୟ କଷଣ ସହି କୌଣସିମତେ ବଞ୍ଚି ଯାଇଥିଲେ। ମାନବ ଜାତିର ଇତିହାସରେ ସର୍ବାଧିକ ଉତ୍କଟ ଘୃଣାର ପ୍ରତ୍ୟକ୍ଷ କରିଥିବା ଏଲି ଵିଜେଲ କହିଥାଆନ୍ତି ଯେ ମନୁଷ୍ୟର ଯେଉଁ ପରିଚୟଟି ଘୃଣାର କେନ୍ଦ୍ରବିନ୍ଦୁ ହୁଏ, ତାହା ତା’ର ଅନ୍ୟାନ୍ୟ ପରିଚୟଗୁଡ଼ିକୁ ଭସ୍ମୀଭୂତ କରିଦିଏ; ଯେମିତି ଅନେକ ଯୋଗଜନ୍ମା ବୈଜ୍ଞାନିକ, କଳାକାର ଓ ପଣ୍ତିତ କେବଳ ଇହୁଦୀର ପରିଚୟ ବହନ କରିଥିବା କାରଣରୁ ଗ୍ୟାସ ଚ୍ୟାମ୍ବରରେ ପ୍ରାଣ ହରାଇଥିଲେ। ବିଲକିସ ବାନୋଙ୍କ ଠାରେ ସେହିଭଳି କିଛି ଘଟିଛି କି? ତାଙ୍କର ସା˚ପ୍ରଦାୟିକ ପରିଚୟ କାରଣରୁ ଜଣେ ଭାରତୀୟ ନାରୀ ଭାବେ ସେ ଯେଉଁ ସମବେଦନା ଲାଭ କରିବା କଥା, ତାହା ତାଙ୍କୁ ମିଳି ନାହିଁ କି?

‘ଆନ୍‌ ଆପଏଣ୍ଟମେଣ୍ଟ ଵିଥ୍‌ ହେଟ୍‌’ରେ ଵିଜେଲ ବର୍ଣ୍ଣନା କରିଛନ୍ତି କିଭଳି ସେହି ସମୟରେ ଅନେକ ଜ୍ଞାନୀ, ଗୁଣୀ ଓ ସଚେତନ ଜର୍ମାନ୍‌ ନାଗରିକ ଇହୁଦୀମାନଙ୍କ ଉପରେ ହେଉଥିବା ଅମାନୁଷିକ ଅତ୍ୟାଚାର ସ˚ପର୍କରେ ଜାଣି ମଧୢ ନିରବ ରହିଥିଲେ; ପରବର୍ତ୍ତୀ କାଳରେ ଏହି ନିରବତା ସେମାନଙ୍କ ଲାଗି ଅସହ୍ୟ ବିବେକ ଦ˚ଶନର କାରଣ ହୋଇଥିବା ବେଳେ ସେମାନେ ଆତ୍ମ ପ୍ରବ˚ଚନାରେ ବ୍ୟାପୃତ ହେବାକୁ ଲାଗିଥିଲେ ଯେ ଏ ସବୁ ପ୍ରକୃତରେ ସେମାନଙ୍କ ଅଗୋଚରରେ ହିଁ ଘଟିଥିଲା; ଅର୍ଥାତ୍‌ ଦୂର ଦିଗ୍‌ବଳୟରେ ଚିମନିରୁ ଉଠୁଥିବା ଘନକୃଷ୍ଣ ଧୂମ କୁଣ୍ତଳୀ ଯେ ସେମାନଙ୍କ ସହର ମଧୢ ଦେଇ ଯାଉଥିବା ରେଳଗାଡ଼ିମାନରେ ବୋଝେଇ ହୋଇଥିବା ହତଭାଗ୍ୟ ଇହୁଦୀମାନଙ୍କ ଦଗ୍‌ଧୀଭୂତ ଶରୀରରୁ ଜାତ ସେ କଥା ସତେ ଯେମିତି ସେମାନେ ଜାଣି ପାରି ନ ଥିଲେ!

ଏଠାରେ ସେ କାଳର ଜର୍ମାନି କେବଳ ଏକ ଉଦାହରଣ ମାତ୍ର। ସା˚ପ୍ରତିକ ଭାରତକୁ ଏହା ସହିତ କଦାଚିତ୍‌ ତୁଳନା କରାଯାଇ ନ ପାରେ। ଆମ ଦେଶରେ ଏକ ଦୃଢ଼ ଗଣତନ୍ତ୍ର, ସା˚ବିଧାନିକ ଶାସନ ବ୍ୟବସ୍ଥା ଏବ˚ ସ˚ବିଧାନର ଅତନ୍ଦ୍ର ପ୍ରହରୀ ସ୍ବରୂପ ନ୍ୟାୟାଳୟ ବିଦ୍ୟମାନ। ଏହି ଉଦାହରଣର ଉଦ୍ଦେଶ୍ୟ କେବଳ ଘୃଣାର ପ୍ରସାରରେ ନିରବତାର ଭୂମିକାକୁ ପ୍ରା˚ଜଳ କରିବା। ଏଲି ଵିଜେଲ କହିଥିବା ଭଳି ଘୃଣାର ପ୍ରସାର ଲାଗି ଅଧିକ ଘୃଣା ବା ଘୃଣା ବହନକାରୀ ଅଧିକ ବ୍ୟକ୍ତିଙ୍କ ଆବଶ୍ୟକତା ନ ଥାଏ; ଯେଉଁ କାରଣରୁ ଘୃଣାର ଦ୍ରୁତତମ ପ୍ରସାର ଘଟିଥାଏ, ତାହା ହେଲା ଏ ପ୍ରସଙ୍ଗରେ ପ୍ରଦର୍ଶିତ ହେଉଥିବା ନିର୍ଲିପ୍ତ ଉଦାସୀନତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe