ଦୟା କରି ଆଉ ଥରେ ଭାବନ୍ତୁ

Advertisment
ଦୟା କରି ଆଉ ଥରେ ଭାବନ୍ତୁ

Froedtert

ଏବେ ଆତ୍ମହତ୍ୟା ଘଟଣାମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସମସ୍ତଙ୍କୁ ଘୋର ଉଦ୍‌ବିଗ୍ନ କରୁଛି। ହୁଏତ କିଛି ଘଟଣା ସେମାନଙ୍କୁ ମାନସିକ ସ୍ତରରେ ଏଭଳି ଦୁର୍ବଳ କରି ପକାଉଥିବ ଯେ ସେମାନଙ୍କୁ ଲାଗୁଥିବ ଯେ ପ୍ରାଣ ରଖି କିଛି ଲାଭ ନାହିଁ ବା ପ୍ରାଣ ଚାଲିଯିବା ସହିତ ସେମାନଙ୍କୁ ବିବ୍ରତ କରୁଥିବା ବିଷୟ ମଧ୍ୟ ସବୁଦିନ ଲାଗି ସରିଯିବ। କିନ୍ତୁ ସତ କହିଲେ, ସମସ୍ୟା ଯେତେ ସାଂଘାତିକ ହୋଇଥିଲେ ବି ତାର ଏକାଧିକ ସମାଧାନ ଥାଏ, ଯଦିଓ ଅନେକ ସମୟରେ ବିଷାଦଗ୍ରସ୍ତ ବ୍ୟକ୍ତିଙ୍କୁ ଲାଗିପାରେ ଯେ ସେଭଳି ସମାଧାନର ପନ୍ଥା ଅବଲମ୍ବନ କରିବା ଏକ ଅସମ୍ଭବ କଥା। କିନ୍ତୁ ତାହା ଏକ ଭ୍ରାନ୍ତ ଧାରଣା। ଏହା ହୁଏ’ତ ଅନେକ ସାହସ ଲୋଡ଼ିପାରେ, କିନ୍ତୁ ଅସମ୍ଭବ ନୁହେଁ।

ସେମାନେ ଯଦି ଏହି ସମୟରେ ଏ ସଂପର୍କରେ କୌଣସି ନିକଟ ସଂପର୍କୀୟ ବା ଗୁରୁଜନ ବା ମନୋଚିକିତ୍ସକଙ୍କ ସହିତ ଆଲୋଚନା କରନ୍ତେ ତେବେ ସେମାନଙ୍କୁ କିଛି ବାଟ ଦିଶି ଯାଆନ୍ତା, ଏବଂ ଚରମ ନିଷ୍ପତ୍ତିି ନେବାରୁ ସେମାନେ ଓହରି ଯାଆନ୍ତେ। ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ଏଭଳି ସ୍ଥିତିରୁ ମୁକ୍ତି ପାଇଥିବା ବ୍ୟକ୍ତିବିଶେଷ ଜୀବନକୁ ପୁଣି ଥରେ ନୂଆ ଭାବରେ ବଞ୍ଚିବାର ଆହ୍ବାନକୁ ଗ୍ରହଣ କରି ଅଧିକ ଅର୍ଥପୂର୍ଣ୍ଣ ଜୀବନ ଜିଇଛନ୍ତି। ତେଣୁ ଏଭଳି ଚରମ ପଦକ୍ଷେପ ନେବା କଥା ଚିନ୍ତା କରୁଥିବା ଲୋକେ ଦୟା କରି ଟିକିଏ ଅଟକି ଯାଆନ୍ତୁ ଓ ଆଉ ଥରେ ଭାବନ୍ତୁ। ସମାଧାନର ବାଟ ଖୋଜନ୍ତୁ ଓ ସେଥି ଲାଗି ଅନ୍ୟର ସାହାଯ୍ୟ ନିଅନ୍ତୁ।
ବଳରାମ ବିଶୋଇ
ମହାବୀର ଛକ, ଯାଜପୁର ଟାଉନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe