ଅଧିକ ପର୍ଯ୍ୟଟକ କୋଣାର୍କ ପହଞ୍ଚିବେ କେମିତି

Advertisment
ଅଧିକ ପର୍ଯ୍ୟଟକ କୋଣାର୍କ ପହଞ୍ଚିବେ କେମିତି

TripAdvisor

ଭାରତର ଶ୍ରେଷ୍ଠ ଦଶଟି ରାଜସ୍ବ ହାସଲ କରୁଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରେ କୋଣାର୍କର ସୂର୍ଯ୍ୟ ମନ୍ଦିର ସପ୍ତମ ସ୍ଥାନରେ ଥିବା ଜାଣି ଉଭୟ ଖୁସି ଓ ଦୁଃଖ ଲାଗିଲା। ପ୍ରଥମ ଛଅଟି ସ୍ଥାନ ମଧ୍ୟରୁ ତିନିଟି ଆଗ୍ରାରେ ଥିବାବେଳେ ଦୁଇଟି ଦିଲ୍ଲୀ ଓ ଗୋଟିଏ ତାମିଲନାଡୁରେ ଅବସ୍ଥିତ। ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବାରୁ ଏହିସବୁ ସ୍ଥାନକୁ ବହୁ ମାତ୍ରାରେ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଉଲ୍ଲେଖନୀୟ କଥା ହେଲା ବିଦେଶୀ ପର୍ଯ୍ୟଟକ ଭାରତୀୟ ପର୍ଯ୍ୟଟକଙ୍କ ଠାରୁ ୧୫ରୁ ୨୦ ଗୁଣ ଅଧିକ ଦରରେ ଟିକେଟ କିଣନ୍ତି।

ସେମାନେ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ୬୦୦ ଟଙ୍କା ଦେଉଥିବା ବେଳେ ଭାରତୀୟ ନାଗରିକଙ୍କୁ ୪୦ ଟଙ୍କା ଦେବାକୁ ପଡ଼େ। ଦୁଃଖର କଥା, ଏଯାଏ ଭୁବନେଶ୍ବରରୁ ନିୟମିତ ଅନ୍ତର୍ଜାତୀୟ ବିମାନ ଚାଲିପାରିଲାନାହିଁ। ତା ସତ୍ତ୍ବେ ସୂର୍ଯ୍ୟ ମନ୍ଦିର କେରଳ, ମହାରାଷ୍ଟ୍ର ପରି ଆଗୁଆ ରାଜ୍ୟକୁ ରାଜସ୍ବ ଦୃଷ୍ଟିରେ ପଛରେ ପକାଇଦେଇଛି। ଯଦି ଆମ ରାଜ୍ୟରୁ ନିୟମିତ ଆନ୍ତର୍ଜାତୀୟ ବିମାନ ଚଳାଚଳ କରନ୍ତା, ତେବେ ସୂର୍ଯ୍ୟ ମନ୍ଦିର ମଧ୍ୟ ଶ୍ରେଷ୍ଠ ତିନିଟି ସ୍ଥାନ ମଧ୍ୟରେ ରହିପାରନ୍ତା।
କୌଶିକ ପ୍ରିୟଦର୍ଶୀ ପଣ୍ଡା
କଳସପୁର, ଯାଜପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe