ଜଣେ ସୌଦାଗର ଉଜ୍ବେକିସ୍ତାନ ରାଜାଙ୍କୁ ଦୁଇଟି ଇଗଲ୍ ଛୁଆ ଉପହାର ଭାବେ ଦେଇଗଲେ। ରାଜା ସେମାନଙ୍କ ଦାୟିତ୍ବ ଜଣେ ପୋଖତ ଇଗଲ୍ ଉଡ଼ାଳିଙ୍କୁ ଦେଲେ। ସେଗୁଡ଼ିକ ବଡ଼ ହୋଇଗଲା ପରେ ଦିନେ ରାଜା େସମାନଙ୍କ ଉଡ଼ାଣ ଦେଖିବାକୁ ଚାହିଁଲେ। ଇଗଲ ଉଡ଼ାଳି ପକ୍ଷୀ ଦୁଇଟିକୁ ଉଡ଼ିବାକୁ ଛାଡ଼ିଦେଲେ। ତହିଁରୁ ଗୋଟିଏ ଉପରକୁ ଉଠି ସତେ ଯେମିତି ଆକାଶକୁ ଛୁଇଁଲା, କିନ୍ତୁ ଆର ଗୋଟିକ, ଅଳ୍ପ ଉଚ୍ଚତାକୁ ଉଠିବା ପରେ ଫେରି ଆସି ଗୋଟିଏ ଗଛର ଡାଳରେ ବସିଲା। ରାଜା ଏହାର କାରଣ ଜାଣିବାକୁ ଚାହିଁବାରୁ ଇଗଲ ଉଡ଼ାଳି ନିଜ ଅସହାୟତା ପ୍ରକାଶ କରି କହିେଲ ଯେ ମୂଳରୁ ସେ େସମିତି ବ୍ୟବହାର ଦେଖାଉଛି।
ରାଜା ଏଥର ସେଇ ଇଗଲ ପାଇଁ ବାହାରୁ ଆହୁରି ଅଧିକ ଜାଣିଥିବା ପ୍ରଶିକ୍ଷକ ମଗାଇଲେ। କିନ୍ତୁ କୌଣସି ଲାଭ ହେଲା ନାହିଁ। ଏଥର ରାଜା ଉପାୟ ନ ପାଇ ମୁଲ୍ଲା ନସିରୁଦ୍ଦିନଙ୍କୁ ପଚାରିଲେ।
ମୁଲ୍ଲା କହିଲେ- ହଜୁର, କାଲି ଠୁ ଦେଖିବେ ସେ ବି ଉପରେ ଉଡ଼ିବ।
ପର ଦିନ ସକାଳୁ ସତକୁୁ ସତ ସେହି ଇଗଲଟି ଆକାଶକୁ ଉଠିଲା। ରାଜା ଚକିତ ହୋଇଗଲେ। ସେ ମୁଲ୍ଲାଙ୍କୁ ଏହା କିଭଳି ସମ୍ଭବ ହେଲା ବୋଲି ପଚାରିବାରୁ ମୁଲ୍ଲା କହିଲେ- କାଲି ତାକୁ ଉଡ଼ାଇବାର ଅଭ୍ୟାସ କଲା ବେଳେ ସେ ଯେଉଁ ଗଛର ଡାଳରେ ଆସି ବସି ପଡୁଥିଲା, ତାକୁ ମୂଳରୁ କାଟି ଦେବାର ବ୍ୟବସ୍ଥା କଲି। ଏବେ େସ ଆଉ କରେ କ’ଣ? ଉଡ଼ିବାକୁ ବାଧ୍ୟ ହେଲା।
ଅବଲମ୍ବନ ହଟାଇ ଦେଲେ ହିଁ ଜଣେ ସ୍ବାବଲମ୍ବୀ ହୋଇ ନିଜ ପାରଦର୍ଶିତା ପ୍ରଦର୍ଶନ କରି ପାରିବ।
Follow Us