କ’ଣ ଛାଡ଼ି ଗଲି!

କଥାଟିଏ - ଯାଯାବର

ଦୟାର ପାତ୍ର!

ଅତ୍ୟନ୍ତ ଦାନୀ ଓ ମହତ୍‌ ଗୁଣର ଅଧିକାରୀ ଜଣେ ବ୍ୟବସାୟୀଙ୍କୁ ତାଙ୍କ ପତ୍ନୀ କହିଲେ- ତୁମେ ସବୁ କିଛି ଦାନ ଭାବେ ଦେଇ ଦେଲେ ଚଳିବ କି? ସେମିତି ହେଲେ ନିଜ ପିଲାନାତିମାନଙ୍କ ଲାଗି କ’ଣ ଛାଡ଼ିଯିବ? ଦେଖ ଆମ ପଡ଼ୋଶୀ କେମିତି ନିଜ ଧନକୁ ସାଇତି ରଖିବାରେ ଲାଗିଛନ୍ତି।

ବ୍ୟବସାୟୀ କହିଲେ- ଆମେମାନେ କେତେ ଦିନ ବଞ୍ଚି ରହିବା ଜଣାନାହିଁ। ତଥାପି କହୁଛି, ଯଦି ମୋ ଅନ୍ତେ ତୁମେ ବଞ୍ଚି ରହ, ତେବେ ସ୍ବଚକ୍ଷୁରେ ଦେଖିପାରିବ, ମୁଁ କ’ଣ ଛାଡ଼ିଗଲି!

ସମୟ ଗଡ଼ି ଚାଲିଲା। ଅନେକ ବର୍ଷ ପରେ ପ୍ରଥମେ ବ୍ୟବସାୟୀ ପରଲୋକ ଗମନ କଲେ ଏବ˚ ତା’ର କିଛି ଦିନ ପରେ ପଡ଼ୋଶୀ ବି ଇହଲୀଳା ସମ୍ବରଣ କଲେ। କିନ୍ତୁ ବ୍ୟବସାୟୀଙ୍କ ପତ୍ନୀ ଜୀବିତ ଥିଲେ। ବ୍ୟବସାୟୀ ପ୍ରାୟ ସବୁ କିଛି ଦାନ କରି ଦେଇଥିବାରୁ ସନ୍ତାନମାନଙ୍କ ଲାଗି ଛାଡ଼ି ଦେଇଯାଇଥିଲେ ବ୍ୟବସାୟ, ମୂଲ୍ୟବୋଧ, ସୁସ˚ପର୍କ ଏବ˚ ଭାବମୂର୍ତ୍ତି। ବାପାଙ୍କ ପରେ ପିଲାମାନେ ବ୍ୟବସାୟର ଭାର ନେଲେ। ସେତିକି ବେଳେ ସେମାନେ ହୃଦୟଙ୍ଗମ କଲେ ଯେ ବାପା ଯାହା ଛାଡ଼ି ଯାଇଛନ୍ତି ତାହା ହେଉଛି ଏକ ଅତୁଳନୀୟ ସ˚ପଦ।

ବାପାଙ୍କ ମୂଲ୍ୟବୋଧକୁ ଧରି ରଖି ସେମାନେ କେବଳ ପରିଶ୍ରମ କଲେ ଓ ଦେଖିଲେ ବ୍ୟବସାୟ ଦ୍ରୁତ ଗତିରେ ବଢ଼ିଲା। ଅଥଚ, ପଡ଼ୋଶୀଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କର ଅଚଳାଚଳ ସ˚ପତ୍ତିକୁ କେନ୍ଦ୍ର କରି ସନ୍ତାନମାନଙ୍କ ଭିତରେ ଚାଲିଲା କଳହ। ତାଙ୍କ ପରିବାର ଅଶାନ୍ତିରେ ଭରିଗଲା।
ଏବେ ଦାନୀ ବ୍ୟବସାୟୀଙ୍କ ପତ୍ନୀ ବୁଝିପାରିଲେ ଯେ ତାଙ୍କ ସ୍ବାମୀ ଉତ୍ତରାଧିକାର ସୂତ୍ରରେ ପ୍ରକୃତରେ କିଭଳି ସ˚ପଦ ଛାଡ଼ି ଦେଇ ଯାଇଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe