ଈଶ୍ବରଙ୍କ ଦଣ୍ତ

ଦୟାର ପାତ୍ର!

ଥରେ ଜଣେ ଲୋକର ଆତ୍ମାକୁ ନେଇ ଯମଦୂତ ଯମରାଜଙ୍କ ପାଖରେ ପହଞ୍ଚିଲେ। ତା’ର ଜୀବନର ରେକର୍ଡ‌୍‌ରୁ ଜଣାପଡ଼ିଲା ଯେ ସେ ଗୋଟାଏ ହତ୍ୟା କରିଛି। ତେଣୁ ତାକୁ କୁମ୍ଭୀପାକ ନର୍କର ଯନ୍ତ୍ରଣା ମିଳିବା ନିଶ୍ଚିତ ଥିଲା। ଯମରାଜ ଚିତ୍ରଗୁପ୍ତଙ୍କୁ କହିଲେ- ସେ କ’ଣ କେମିତି ହତ୍ୟା କଲା ସେ ବିଷୟରେ ବିଶଦ ଭାବେ କହ। ଚିତ୍ରଗୁପ୍ତ କହିଲେ- ଘଟନା ଘଟିବା ଦିନ ସ˚ଧୢାରେ ଜଣେ ଧନୀ ବ୍ୟବସାୟୀ ଏ ଲୋକର ଘରେ ରହିବାକୁ ଆଶ୍ରୟ ମାଗିଲେ। ବ୍ୟବସାୟୀ ଜଣକ କୌଣସି ଏକ ଦୂର ସ୍ଥାନକୁ ବେପାର ପାଇଁ ଯାଉଥିଲେ। ଲୋକଟି ତାଙ୍କର ଯଥାବିଧି ସତ୍କାର କରି ଆଶ୍ରୟ ଦେଲା। ସେ ଶୋଇଗଲା ପରେ ହଠାତ୍‌ ଲୋକଟି ମନରେ ଉତ୍ସୁକତା ଜାଗିଲା ବ୍ୟବସାୟୀଙ୍କ ମୁଣା ଖୋଲି ଦେଖିବା ପାଇଁ। ସେ ମୁଣାରେ ଅନେକ ସୁବର୍ଣ୍ଣ ମୁଦ୍ରା ଥିଲା। ତା’ ମନରେ ଲୋଭ ପଶିଗଲା। ସେ ଶୟନରତ ବ୍ୟବସାୟୀଙ୍କ ଗଳା ଚିପି ହତ୍ୟା କଲା ଏବ˚ ଶବକୁ ନିଜ ଘର ବଗିଚାରେ ପୋତିଦେଲା। କେହି ଏ କଥା ଜାଣିଲେ ନାହିଁ। ସେ ସାରା ଜୀବନ ଆନନ୍ଦରେ ସେ ସ˚ପତ୍ତି ଭୋଗ କଲା।

ଯମରାଜ କହିଲେ- ନରହତ୍ୟା ମାନେ କୁମ୍ଭୀପାକ ନର୍କରେ ଦଶ ହଜାର ବର୍ଷ। ଆଶ୍ରୟ ଦେଇ ହତ୍ୟା କରିଛି ମାନେ ବିଶ୍ବାସରେ ବିଷ ଦେଇଛି। ସୁତରା˚, କୁମ୍ଭୀପାକ ନର୍କରେ ଆଉ ତିରିଶ ହଜାର ବର୍ଷ। ଶୋଇଥିବା ଅବସ୍ଥାରେ ମାରିଛି ମାନେ ଆହୁରି ମାରାତ୍ମକ। ସେଥିପାଇଁ ଆଉ ଦଶ ହଜାର ବର୍ଷର କୁମ୍ଭୀପାକ ଯନ୍ତ୍ରଣା। ଏମିତି ମୋଟ ପଚାଶ ହଜାର ବର୍ଷ କୁମ୍ଭୀପାକ ନର୍କରେ।
ଭଗବାନଙ୍କ ପାଖକୁ ଯମ ଫାଇଲଟି ପଠାଇଦେଲେ। ଭଗବାନ ସେ ଦଣ୍ତରେ ଆଉ ଦଶ ହଜାର ବର୍ଷର କୁମ୍ଭୀପାକ ଯନ୍ତ୍ରଣା ଯୋଡ଼ିଦେଲେ। କାରଣ ହତ୍ୟା କରି ସାରି ବି ସେ ସାରା ଜୀବନ କିଛି ନ ଜାଣିଲା ଭଳି ରହିଥିଲା। ତା’ ମାନେ ସେ ସମସ୍ତଙ୍କ ସହିତ ନିଜକୁ ବି ଠକିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe