ସୁଖ ଦୁଃଖର ଦୁନିଆ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ଜଣେ ଲୋକ ଚିରନ୍ତନ ସୁଖ ଲାଭ କରିବାର ବର ପାଇବା ଲାଗି ତପସ୍ୟା କଲା। କିଛି ଦିନ ପରେ ଈଶ୍ବର ଉଭା ହୋଇ କହିଲେ- ବାବୁ, ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ। ତୁମେ ଯାହା ଚାହିଁବ ତାହା ମୁଁ ତୁମକୁ ଦେବି। ତେବେ ମାଗିବା ଆଗରୁ ଚିନ୍ତା କରିବା ଲାଗି ତୁମକୁ ଗୋଟିଏ ରାତିର ସମୟ ଦେଉଛି। କାଲି ସକାଳେ ଆସିବି। ବର ମାଗିନେବ।

ଯୁବକ ଭାବିଲା, ମୁଁ ତ ଚିରନ୍ତନ ସୁଖ ପାଇବା ଲାଗି ତପସ୍ୟା କରୁଥିଲି। ଆଉ ଅଧିକ ଭାବିବି କ’ଣ?

ପରଦିନ ସକାଳୁ ଲୋକଜଣକ ଚିରନ୍ତନ ଆନନ୍ଦର ବର ମାଗି ଆଣିଲେ। ତା’ ପର ଠାରୁ କେବଳ ଆନନ୍ଦର ଝର ବର୍ଷିବାକୁ ଲାଗିଲା। ଚତୁର୍ଦ୍ଦିଗରେ ଆନନ୍ଦ। କେବଳ ଆନନ୍ଦ ହିଁ ଆନନ୍ଦ। ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ବିତିଗଲା। ଏବେ କ୍ରମେ ଆନନ୍ଦ ବି ବିରକ୍ତି ଆଣିଦେଲା। କିଛି ଟିକିଏ ବଦଳିବାର ନାହିଁ। ଚିରନ୍ତନ ଆନନ୍ଦର ପ୍ରଭାବରେ ବିରକ୍ତି ଓ ଆନନ୍ଦ ଏକାକାର ହୋଇଗଲେ।
ଦିନେ ସେ ବସିଥିବା ବେଳେ ଈଶ୍ବର ପୁଣି ଉଭା ହେଲେ। ସେ ତାକୁ ପଚାରିଲେ- କିରେ ବାବୁ! ଆନନ୍ଦରେ ଅଛୁ ତ?

ଲୋକଟି କହିଲା- ପ୍ରଭୁ, ଏବେ ଆନନ୍ଦ ବି ଆଉ ଆନନ୍ଦ ଦେଉନାହିଁ। ହସି ଚାଲିଛି କିନ୍ତୁ ପୁଲକ ନାହିଁ। ଲୋକେ ବେଳେ ବେଳେ ବିଭିନ୍ନ କାରଣରୁ ଖୁସିରେ ଉତ୍‌ଫୁଲ୍ଲିତ ହେବାର ଦେଖୁଛି, କିନ୍ତୁ ବୁଝିପାରୁନାହିଁ ସେମାନେ ସେମିତି କେମିତି ହୋଇପାରୁଛନ୍ତିି!

ଈଶ୍ବର କହିଲେ- ଜାଣିଥିଲି ଯେ ତୁ ଯାହା ମାଗିବୁ ସେଥିରେ ତୁ ଦିନେ ପଥରରେ ପରିଣତ ହେବା ସାର ହେବ। ମୁଁ ନିର୍ବୋଧ ନୁହେଁ ଯେ ସୁଖ ଓ ଦୁଃଖର ଦୁନିଆ ରଚିଛି। ଦୁଃଖ ଥିଲେ ଯାଇ ତୁମେ ଆନନ୍ଦକୁ ଉପଭୋଗ କରିପାରିବ। ଚିରନ୍ତନ ଆନନ୍ଦରେ ଆନନ୍ଦ ବି ବିଚିକିଟିଆ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe