ତୀରନ୍ଦାଜଙ୍କ ବିଶ୍ବାସ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ଜଣେ ଅତି ଚମତ୍କାର ତୀରନ୍ଦାଜ ଥିଲେ। ତାଙ୍କର କୌଶଳ ଏମିତି ନିଖୁଣ ଥିଲା ଯେ ଆଖି ବୁଜି ମାରିଲେ ବି ତାଙ୍କ ଶର ଲକ୍ଷ୍ୟ ଭେଦ କରୁଥିଲା। ଜଣେ ସମର୍ଥ ଗୁରୁଙ୍କ ଅଧୀନରେ ବର୍ଷ ବର୍ଷ ଧରି ଅଭ୍ୟାସ କରି ସେ ଏହି ସାମର୍ଥ୍ୟ ହାସଲ କରିଥିଲେ। ଲୋକେ କହୁଥିଲେ ଯେ ଯେଉଁ ଦିନ ୟାଙ୍କର ଲକ୍ଷ୍ୟ ଠିକ୍‌ ଜାଗାରେ ଲାଗିବ ନାହିଁ ସେ ଦିନ ଜାଣ ପଶ୍ଚିମରେ ସୂର୍ଯ୍ୟ ଉଦୟ ହେବେ।

କିନ୍ତୁ ଦିନେ ଏମିତି ସାଧାରଣ ଭାବେ ସେ ଲକ୍ଷ୍ୟ ଭେଦ ଅଭ୍ୟାସ କରୁଥିଲା ବେଳେ ତୀରଟି ଠିକଣା ଜାଗାରେ ବାଜିଲା ନାହିଁ। ଅନେକ ବର୍ଷ ପରେ ଏମିତି କିଛି ଘଟିଲା। ସେ ବିଚଳିତ ହୋଇଗଲେ। ସେ ଏଣିକି ମନମୁନ ଲଗାଇ ଅଭ୍ୟାସ କଲେ। ଯଦିଓ ପରବର୍ତ୍ତୀ ତୀର ସବୁ ଠିକଣା ଜାଗାରେ ବାଜିଲା, ତାଙ୍କ ମନରୁ ସ˚ଶୟ ଗଲା ନାହିଁ। କହିବା ବାହୁଲ୍ୟ ପରବର୍ତ୍ତୀ ଦିନମାନଙ୍କରେ ସେ ଥରେ ବା ଦୁଇ ଥର କରି ଲକ୍ଷ୍ୟ ଭ୍ରଷ୍ଟ ହେବାକୁ ଲାଗିଲେ। ସେ ବିଷଣ୍ଣ ହୋଇଗଲେ। ବିକଳ ହୋଇ ସେ ନିଜ ଗୁରୁଙ୍କ ଶରଣ ପଶିଲେ।

ଗୁରୁ ତାଙ୍କ ତୂଣୀରରୁ ଶରଟିଏ ବାହାର କରି ପଚାରିଲେ- ତୁମର ନିଜ ସାମର୍ଥ୍ୟ ଉପରେ ପ୍ରତ୍ୟୟ କେତେ ଅଛି?
ତୀରନ୍ଦାଜ ତୀରର ମୁନିଆ ଅଗ୍ରଭାଗକୁ ଛୁଇଁ କହିଲେ ମୋ ସାମର୍ଥ୍ୟ ଉପରେ ମୋର ଶତପ୍ରତିଶତ ବିଶ୍ବାସ ଅଛି।

ଗୁରୁ ଏହା ଶୁଣି ସେଇ ତୀରର ମୁନିଆ ଅଗ୍ରଭାଗର ତଳକୁ ନିଜ ଆଙ୍ଗୁଠିରେ ଛୁଇଁ କହିଲେ- ଆଶ୍ଚର୍ଯ୍ୟ, ତୁମର ଗୁରୁ ହୋଇ ମୋ ନିଜ ସାମର୍ଥ୍ୟ ଉପରେ ଏତିକି ଯାଏ ବିଶ୍ବାସ ଅଛି, ପୂର୍ଣ୍ଣ ବିଶ୍ବାସ ନାହିଁ, ଅଥଚ ତୁମର ନିଜ ଉପରେ ଶତପ୍ରତିଶତ ବିଶ୍ବାସ! ଦେଖ, ମୁଁ କେବଳ ଲକ୍ଷ୍ୟ ସାଧି ମାରେ ସିନା, ତୀରକୁ ନେଇ ଲକ୍ଷ୍ୟରେ ପହଞ୍ଚାଇବାଟି ଈଶ୍ବରଙ୍କ କୃପା ବୋଲି ମୁଁ ଭାବେ।
ତୀରନ୍ଦାଜ କିଛି କହିଲେ ନାହିଁ। ଗୁରୁ କହିଲେ- ନିଜ ଉପରେ ଅଯଥା ମାତ୍ରାଧିକ ପ୍ରତ୍ୟୟ ରଖିଥିବାରୁ ବିଫଳ ହେବାରୁ ସେ ପ୍ରତ୍ୟୟ ଭାଙ୍ଗିଗଲା ଏବ˚ ତୁମେ ଦୁର୍ବଳ ହୋଇପଡ଼ିଲ। ଈଶ୍ବରଙ୍କ ଉପରେ କିଛି ଦାୟିତ୍ବ ଛାଡ଼ିଥିଲେ ନିଜ ବିଫଳତାରେ ଭାଙ୍ଗିପଡ଼ି ନ ଥାଆନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe