ଈଶ୍ବରଙ୍କ ଆଶୀର୍ବାଦ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ଥରେ ମହାତ୍ମା ଗାନ୍ଧୀଙ୍କ ନିକଟରେ ପହଞ୍ଚିଲେ ଜଣେ ବ୍ୟକ୍ତି। ସେ ଥିଲେ ଦରିଦ୍ର ଏବଂ ତାଙ୍କ କଷ୍ଟକୁ ବହୁଗୁଣିତ କରିବା ଲାଗି ସତେ ଯେମିତି ଭଗବାନ ତାଙ୍କ ଉପରେ ଲଦି ଦେଇଥିଲେ ଗୋଟିଏ ଭିନ୍ନକ୍ଷମ ସନ୍ତାନ। ସେହି ବ୍ୟକ୍ତି ଜଣକ ଅତ୍ୟନ୍ତ ହତାଶ ହୋଇ ଉଠିଥିଲେ ଏବଂ ଗାନ୍ଧୀଙ୍କ ନିକଟକୁ ଏକ ପ୍ରଶ୍ନ ନେଇ ଆସିଥିଲେ।

ସେ ସାଙ୍ଗରେ କାନ୍ଧେଇ ଆଣିଥିବା ଚଳତ୍‌ ଶକ୍ତିହୀନ ଶିଶୁ ସନ୍ତାନକୁ ଗାନ୍ଧୀଙ୍କ ସମ୍ମୁଖରେ ଥୋଇ ଦେଇ ପ୍ରଶ୍ନ କଲେ- ଆପଣ ତ କହନ୍ତି ଈଶ୍ବର ସମସ୍ତଙ୍କ ମଙ୍ଗଳ ପାଞ୍ଚନ୍ତି। ଏବେ କୁହନ୍ତୁ ମୋ ସକାଶେ ସେ କେଉଁ ମଙ୍ଗଳକର କଥା ଈଶ୍ବର ଭିଆଣ କରିଛନ୍ତି?

ଗାନ୍ଧୀ ଶିଶୁଟିକୁ ସ୍ନେହରେ ନିଜ କୋଳକୁ ଟାଣି ନେଲେ ଏବଂ ଗେଲ କଲେ। ତା’ ପରେ ସେ କହିଲେ- ତୁମେ କ’ଣ ଏତିକି ବୁଝି ପାରୁନାହଁ ଯେ ଏହି ସନ୍ତାନର ଯତ୍ନ ନେବା ଓ ଲାଳନ ପାଳନ କରିବା ଲାଗି ଲୋଡ଼ା କରୁଣା ଓ ସ୍ନେହର ଝର ତୁମ ଛାତିରୁ ଫୁଟି ବାହାରୁ ବୋଲି ଈଶ୍ବର ଚାହାଁନ୍ତି! ସେଥି ଲାଗି ସେ ଏଭଳି କରିଛନ୍ତି। ତୁମେ ଏହାକୁ ଶ୍ରଦ୍ଧା ଓ ଯତ୍ନର ସହିତ ଲାଳନପାଳନ କର ଏବଂ ଦେଖ ତୁମେ କିଭଳି ତଦ୍ଦ୍ବାରା ବଦଳି ଯାଇଛ। ଏହାକୁ ବଡ଼ କରିବା ଭିତରେ ତୁମେ ମଧ୍ୟ ଜଣେ ଅତି ଧୈର୍ଯ୍ୟବାନ, ଦୟାବାନ ଏବଂ ଶିଷ୍ଟ ମନୁଷ୍ୟରେ ପରିଣତ ହେବ। ଏହା ହିଁ ଈଶ୍ବରଙ୍କ ତୁମ ପ୍ରତି ଆଶୀର୍ବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe