ବନ୍ୟପ୍ରାଣୀ ବନାମ ମନୁଷ୍ୟ କାହିଁକି?

ବନ୍ୟପ୍ରାଣୀ ବନାମ ମନୁଷ୍ୟ କାହିଁକି?

NutraIngredients-Asia

ବନ୍ୟପ୍ରାଣୀ ବନାମ ମଣିଷ ଭଳି ସ୍ଥିତି ସୃଷ୍ଟି ହେବା ଓ କିଛି ବନ୍ୟପ୍ରାଣୀଙ୍କୁ ମଣିଷ ନିଜର ଶତ୍ରୁ ବୋଲି ବିଚାର କରିବା ଭଳି ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହୋଇଛି ତାହା ମନୁଷ୍ୟକୃତ। ପ୍ରଥମ କଥା ତ ମଣିଷ ଯୋଗୁଁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି ଏବ˚ ବନ୍ୟଜନ୍ତୁମାନେ ସେମାନଙ୍କ ଆବାସ ଓ ଖାଦ୍ୟ ହରାଇ ଜନବସତି ଭିତରକୁ ପଶି ଆସିବାକୁ ବାଧୢ ହେଉଛନ୍ତି।

ଦ୍ବିତୀୟରେ, ବନ୍ୟଜନ୍ତୁ ସ˚ରକ୍ଷଣ ଯୋଜନା ନାମରେ ଯାହା କରାଯାଉଛି ତାହା କେବଳ ସେମାନଙ୍କ ସ˚ଖ୍ୟା ବୃଦ୍ଧିରେ ସହାୟକ ହେଉଛି। ଏକେ ତ ଜଙ୍ଗଲ ସଂକୁଚିତ, ତା ଉପରେ ବନ୍ୟପ୍ରାଣୀଙ୍କ ସ˚ଖ୍ୟାଧିକ୍ୟ; ସେମାନେ ମଣିଷ ବସତି ଭିତରକୁ ନ ପଶି ଆଉ କ’ଣ ବା ଚାରା ଅଛି? କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆଜି ରାଜ୍ୟର ଅଧିକାଂଶ ନଈନାଳକୁ ବିପଦସଂକୁଳ କରିଦେଲାଣି। କୁମ୍ଭୀରଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବଢ଼ିଲେ, ସେମାନେ ଯିବେ କୁଆଡ଼େ? ଲେମ୍ବୁକୁ ଅତି ଚିପୁଡ଼ିଲେ ପିତା। ଯେଉଁମାନେ ବନ୍ୟ ପ୍ରାଣୀଙ୍କୁ ଭଲ ପାଆନ୍ତି, ସେମାନେ ମଣିଷ ସହିତ ବନ୍ୟପ୍ରାଣୀଙ୍କ ସହାବସ୍ଥାନ ଚାହାନ୍ତି। ସେମାନେ ଏଭଳି ଏକ ସ୍ଥିତି ଚାହାନ୍ତି ନାହିଁ, ଯାହା ମନୁଷ୍ୟ ଓ ବନ୍ୟ ପ୍ରାଣୀଙ୍କୁ ମୁହାଁମୁହିଁ କରାଇବ। ତେଣୁ ଉଭୟ ବନ୍ୟପ୍ରାଣୀ ଓ ମନୁଷ୍ୟର ସ୍ବାର୍ଥକୁ ବିଚାରକୁ ନେଇ ବନ୍ୟପ୍ରାଣୀ ପରିଚାଳନା କରାଯିବା ଦରକାର।
ସୁଧୀର ଷଡ଼ଙ୍ଗୀ
ସୌଭାଗ୍ୟ ନଗର, ଅନୁଗୁଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe