ପା‌ଉଁରୁଟିବାଲା ଓ ଭିକାରି

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ଜଣେ ପାଉଁରୁଟି ପ୍ରସ୍ତୁତକର୍ତ୍ତା ପ୍ରତିଦିନ ପାଉଁରୁଟି ତିଆରି କରି ସାରିବା ପ‌େର ଗୋଟିଏ ପାଉଁରୁଟି ଘରର ବାହାର ଝରକା କଡ଼ରେ ରଖି ଦିଅନ୍ତି, ଯାହା ଫଳରେ କୌଣସି ଦରିଦ୍ର ଭିକ୍ଷୁକ ତାହା ନେଇ ଯାଇପାରିବ। ପ୍ରତିଦିନ ସତକୁ ସତ ଜଣେ ଅତି ଦରିଦ୍ର ଭିକ୍ଷୁକ ତାହା ନେଇ ନିଜ ବାଟରେ ଚାଲିଯାନ୍ତି।

ଦିନେ ପାଉଁରୁଟି ପ୍ରସ୍ତୁତକର୍ତ୍ତା ଭାବି‌େଲ ଭିକାରିଟି ବଡ଼ କୃତଘ୍ନ। ସେ ଦିନେ ହେଲେ ତାଙ୍କୁ ଧନ୍ୟବାଦ ଦେଲା ନାହିଁ।

ନିଜ ମନୋଭାବ ଦିନେ ଭିକ୍ଷୁକକୁ କହିବେ ବୋଲି ଭାବୁଥିବା ବେଳେ କେତେବେଳେ ସେ ଆସି ପାଉଁରୁଟିଟି ନେଇ ଯାଇଛି, ତାହା ଜାଣି ପାରିଲେ ନାହିଁ। କିନ୍ତୁ ସେ ଛାଡ଼ିବା ଲୋକ ନ ଥିଲେ। କିଛି ଦୂରରେ ଯାଉଥିବା ଭିକ୍ଷୁକ ପଛରେ ସେ ଅନୁଧାବନ କଲେ।

କିଛି ବାଟ ପରେ ଭିକ୍ଷୁକ ଗୋଟିଏ ଭଙ୍ଗାରୁଜା କୁଡ଼ିଆରେ ପଶିଲେ। ପାଉଁରୁଟି ପ୍ରସ୍ତୁତକତ୍ତା ମଧ୍ୟ ସେଠି ପହଞ୍ଚି ଗଲେ। ଭିତରେ ଜଣେ ଅତି ରୁଗ୍‌ଣ ବୃଦ୍ଧ ତଳେ ଶୋଇଥିଲେ। ଭିକ୍ଷୁକ ଜଣକ ସେଠି ପାଉଁରୁଟିଟି ‌‌େଥାଇଦେଲେ। ପାଉଁରୁଟି ପ୍ରସ୍ତୁତକର୍ତ୍ତା ସନ୍ତର୍ପଣରେ ସେମାନଙ୍କ କଥୋପକଥନ ଶୁଣିଲେ।

ତଳେ ଶୋଇଥିବା ଦରିଦ୍ର ରୁଗ୍‌ଣ ବୃଦ୍ଧ କହିଲେ- ତୁମେ ତ ନିଜେ ଖାଇବାକୁ ପାଉନାହଁ। ମୋତେ କାହିଁକି ଏହା ଆଣି ଦେଉଛ?
ଭିକ୍ଷୁକ କହିଲା- ମୁଁ ତୁମକୁ କିଛି ଦେଉନାହିଁ। ତୁମ ଲାଗି ଈଶ୍ବର ଏ ବ୍ୟବସ୍ଥା କରିଛନ୍ତି। ସହରର ସବୁଠାରୁ ବଡ଼ ପାଉଁରୁଟିବାଲା ଏହା ତୁମ ଲାଗି ଝରକା କଡ଼ରେ ଥୋଇ ଦେଉଛନ୍ତି, ଯାହା ମୁଁ ତୁମକୁ ଆଣି ଦେଉଛି।
ପାଉଁରୁଟି ପ୍ରସ୍ତୁତକର୍ତ୍ତା ଏହା ଶୁଣି ଚମକି ପଡ଼ିଲେ। ସେଠାରୁ ଫେରିବା ବାଟରେ ନିଜର ଅହମିକା ଲାଗି ନିଜକୁ ତିରସ୍କାର କରିବାରେ ଲାଗିଲେ। ତା’ ପର ଠାରୁ ସେ ପ୍ରତିଦିନ ଝରକା କଡ଼ରେ ଦୁଇଟି ପାଉଁରୁଟି ଥୋଇଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe