The Hans India
ବର୍ତ୍ତମାନ ରାଜଧାନୀରେ ଅପରାଧ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି। ହତ୍ୟାକାଣ୍ଡ ଘଟିବା ଯେମିତି ନିୟମିତ ବ୍ୟାପାର ହୋଇଗଲାଣି। କେବଳ ପୁରୁଷ ନୁହେଁ, ମହିଳାମାନେ ମଧ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ସାଂଘାତିକ ଅପରାଧମାନ ଘଟାଉଛନ୍ତି। ସେହି ମର୍ମରେ ‘ନିଶା ରାଣୀ’ ବା ‘ଲେଡି ଡନ୍’ ବିଶେଷଣଧାରୀ ମହିଳାମାନେ ହତ୍ୟାକାଣ୍ଡ ଆଦିରେ ସଂପୃକ୍ତ ଥିବା ଦେଖିବାକୁ ମିଳୁଛି।
ଏଭଳି ଅପରାଧ ପ୍ରବଣତା ଚିନ୍ତାଜନକ। ପୂର୍ବରୁ ସାରା ଭାରତରେ ଆମ ରାଜ୍ୟ ତଥା ରାଜଧାନୀ ତାର ଶାନ୍ତଶିଷ୍ଟ ଓ ସରଳ ସ୍ବାଭାବ ଲାଗି ପ୍ରସିଦ୍ଧ ଥିଲେ। ଏବେ ତହିଁରେ ପରିବର୍ତ୍ତନ ଆସିବା ଭଳି ସ୍ଥିତି ସୃଷ୍ଟି ହେଲାଣି। ସୁତରାଂ, ରାଜଧାନୀରେ ଅପରାଧୀମାନଙ୍କୁ କାବୁ କରିବା ଲାଗି ପୁଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଉ।
ରଞ୍ଜନ ମିଶ୍ର
ଶ୍ରୀରାମଚନ୍ଦ୍ରପୁର, ପୁରୀ
Follow Us