ଭୂମିହୀନ ଶିକ୍ଷାନୁଷ୍ଠାନ

ଭୂମିହୀନ ଶିକ୍ଷାନୁଷ୍ଠାନ

Freepik

ଦୈନିକ ‘ସମ୍ବାଦ’ (୨୧ ସେପ୍‌‌େଟମ୍ବର)ର ସମ୍ପାଦକୀୟ ପୃଷ୍ଠାରୁ ‘ଭୂମିହୀନ ଶିକ୍ଷାନୁଷ୍ଠାନ’ ପ୍ରବନ୍ଧଟି ପଢ଼ିଲି। ଓଡ଼ିଶାର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଭୂମିହୀନତାକୁ ନେଇ ଏ ଆଲେଖ୍ୟଟି ବହୁ ତଥ୍ୟକୁ ନେଇ ସମୃଦ୍ଧ ହୋଇଛି ଯାହାକୁ ସହଜରେ ଏଡ଼ାଇ ଦିଆଯାଇନପାରେ।

ଶିକ୍ଷା ଦେଶରୁ ଦାରିଦ୍ର୍ୟ ଦୂର କରିବାର ଏକ ବଳିଷ୍ଠ ମାଧ୍ୟମ। ବର୍ତ୍ତମାନ ଆମ ଶିକ୍ଷା ବ୍ୟବସ୍ଥାରେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ବ ହ୍ରାସ ପାଉଛି। ସମାଜରେ ପ୍ରତିଷ୍ଠିତ ଲୋକଙ୍କ ପିଲାମାନେ ସେଠାରେ ପଢୁନାହାନ୍ତି। କହିବା ବାହୁଲ୍ୟ ଯେ, ପ୍ରଶାସନ ଏଇଥିପାଇଁ ହିଁ ହୁଏତ ଏ ଅନୁଷ୍ଠାନଗୁଡ଼ିକୁ ଅଣଦେଖା କରୁଛନ୍ତି। ଏ ପରିପ୍ରେକ୍ଷୀରେ ସରକାର ବିହିତ କାର୍ଯ୍ୟାନୁଷ୍ଠାନ କରନ୍ତୁ।
ସେବତୀ ପରିଡ଼ା
ବୋଲଗଡ଼, ଖୋର୍ଦ୍ଧା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe