ଯମଙ୍କ ବିଚାର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ଦୂରାଗତ ଜଣେ ବ୍ରାହ୍ମଣଙ୍କ ଲାଗି ରାଜା ମଧୢାହ୍ନ ଭୋଜନର ଆୟୋଜନ ନିଜ ଉଦ୍ୟାନରେ କରିଥିଲେ। ରାଜାଙ୍କ ଆତିଥେୟତାରେ କିଛି ଊଣା ନ ଥିଲା। ବ୍ରାହ୍ମଣ ଖାଉଥିବା ବେଳେ ଉପରେ ଏକ ଚିଲଟିଏ ଉଡ଼ିଗଲା ଯାହାର ଥଣ୍ଟରେ ନାଗ ସାପଟିଏ ଝୁଲିଥିଲା। ନାଗ ସାପର ଗରଳ ବ୍ରାହ୍ମଣଙ୍କ ଭୋଜନରେ ପଡ଼ିଲା, ଯାହାକୁ ଖାଇ ବ୍ରାହ୍ମଣ ସେହି ଠାରେ ମୃତ୍ୟୁମୁଖରେ ପଡ଼ିଲେ।

ଏହା ଦ୍ବାରା ବିଷାଦଗ୍ରସ୍ତ ରାଜା ନିତାନ୍ତ ବିଚଳିତ ହୋଇପଡ଼ିଲେ। କାରଣ ବ୍ରହ୍ମହତ୍ୟାର ପାପ ତାଙ୍କ ଉପରେ ଲାଗିବ ବୋଲି ସେ ଡରିଗଲେ। କିନ୍ତୁ ପଣ୍ତିତମାନେ କହିଲେ ଯେ ଯାହା ଘଟିଛି ତାହା ରାଜାଙ୍କ ଅଜ୍ଞାତସାରରେ ଘଟିଛି। ତେଣୁ ରାଜା ବ୍ରହ୍ମହତ୍ୟା ଦୋଷରେ ଦୋଷୀ ନୁହନ୍ତି। ଏଣେ ଚିଲ ଯେହେତୁ ତା’ର ଖାଦ୍ୟ ନେଇ ଯାଉଥିଲା ଏବ˚ ତା’ର ଅଜାଣତରେ ଏହା ଘଟିଛି ତେଣୁ ଚିଲ ମଧୢ ବ୍ରହ୍ମ ହତ୍ୟା ଦୋଷରେ ଦୋଷୀ ନୁହେଁ। ତେବେ ଦୋଷୀ କିଏ? ଏମିତି ଅସମାହିତ ଭାବେ ମାମଲାଟି ଯମରାଜଙ୍କ ଟେବୁଲ ଉପରେ ବର୍ଷ ବର୍ଷ ଧରି ଗଡ଼ିଲା।

ବହୁ ବର୍ଷ ଗଲା ପରେ ବିଦେଶରୁ ଆସିଥିବା ଜଣେ ବ୍ରାହ୍ମଣ ରାଜାଙ୍କ ଉଆସକୁ ଯିବା ଲାଗି ଜଣେ ବୁଢ଼ୀକୁ ବାଟ ପଚାରିବାରୁ ବୁଢ଼ୀ ବାଟ ବତାଇ ଦେଲା ବେଳେ କହିଲା- ତୁମେ ଯେଉଁ ରାଜା ପାଖକୁ ଯାଉଛ ସେ ଆଗରୁ ଜଣେ ବ୍ରାହ୍ମଣକୁ ବିଷ ଦେଇ ମାରିଛି।

ଏ କଥା ବୁଢ଼ୀ ମୁହଁରୁ ବାହାରିବା କ୍ଷଣି ଯମରାଜା ଡେଇଁ ପଡ଼ିଲେ ଏବ˚ ବୁଢ଼ୀ ମୁଣ୍ତରେ ବ୍ରହ୍ମ ହତ୍ୟାର ପାପ ଥୋଇ ଦେଲେ।
ଏଥିରେ ଚିତ୍ରଗୁପ୍ତ ବିସ୍ମିତ ହେଲେ। କିନ୍ତୁ ଯମରାଜା ବୁଝାଇ ଦେଲେ- ବ୍ରାହ୍ମଣ ମରିଥିଲେ ସତ କିନ୍ତୁ ରାଜା ତାଙ୍କୁ ହତ୍ୟା କରି ନ ଥିଲେ। କିନ୍ତୁ ବୁଢ଼ୀର ସେଇ କଥା ପଦକ ବ୍ରାହ୍ମଣଙ୍କୁ ହତ୍ୟା କଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe