ନଦୀଶଯ୍ୟା ଖୋଳି ଅଧିକ ଗଭୀର କରାଯାଉ

ନଦୀଶଯ୍ୟା ଖୋଳି ଅଧିକ ଗଭୀର କରାଯାଉ

SANDRP

ନଦୀଗୁଡ଼ିକର କଲ୍ୟାଣ ପାଇଁ ଆମେ କୌଣସି ପଦକ୍ଷେପ ନେଇନାହୁଁ। କେବଳ ନଦୀଗୁଡ଼ିକୁ ନିଜ ଲାଭ ଲାଗି ବ୍ୟବହାର କରି ଚାଲିଛୁ। ନଦୀ ବକ୍ଷରେ ବନ୍ଧ, ପୋଲ ଇତ୍ୟାଦି ନିର୍ମାଣ ହେବା ଫଳରେ ଏହାର ଗତି ଶିଥିଳ ହୋଇ ଯାଇଛି। ବିଭିନ୍ନ କାରଣରୁ ବାଲି ମାଟିରେ ଏହାର ଗର୍ଭ ପୋତି ହୋଇଗଲାଣି।

ଫଳରେ ବର୍ଷାଦିନେ ନଦୀ ଗତି ପଥ ବଦଳାଇ ବନ୍ୟା ବିତ୍ପାତ ସୃଷ୍ଟି କରୁଛି। ନଦୀ ଶଯ୍ୟାରୁ ଶହ ଶହ ବର୍ଷ ଧରି ଜମି ରହିଥିବା ବାଲି ଓ ମାଟିକୁ କାଢ଼ି ବାହାର କରାଯିବା କଥା, ଯାହା କରାଯାଇ ନାହିଁ। ନଦୀ କୂଳରୁ ଗଛ ସବୁ କାଟି ଦିଆଯାଉଛି। ଫଳରେ ନଦୀ ଶଯ୍ୟାକୁ ଅଧିକ ମାଟି ଅତଡ଼ା ଖସୁଛି। ନଦୀ ଶଯ୍ୟା ଖୋଳି ତାକୁ ଗଭୀର କରି, ନଈ କୂଳରେ ବୃକ୍ଷ ରୋପଣ କରି ବନ୍ୟା ବିପତ୍ତିକୁ ରୋକିବା ସହିତ ନଦୀଗୁଡ଼ିକୁ ଅଧିକ ସୁନାବ୍ୟା, ଚାଷ ଅନୁକୂଳ ତଥା ମତ୍ସ୍ୟସ˚ପଦ ଭରା କରିବା ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ।
ବ୍ରହ୍ମାନନ୍ଦ ପ୍ରଧାନ
ଭଣ୍ଡାରିପୋଖର ୀ, ଭଦ୍ରକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe