ବିଶ୍ୱ ଟ୍ରାଫିକ୍ ଜାମ୍‍ ସୂଚକାଙ୍କ : ଏକ ନମ୍ବରରେ ବେଙ୍ଗାଲୁରୁ

Advertisment

ଦର୍ପଣ

ଦର୍ପଣ

ବିଶ୍ୱ ଟ୍ରାଫିକ୍ ଜାମ୍‍ ସୂଚକାଙ୍କ : ଏକ ନମ୍ବରରେ ବେଙ୍ଗାଲୁରୁ

Deccan Herald

ଭାରତର ଜନାକୀର୍ଣ୍ଣ ନଗରୀଗୁଡ଼ିକର ଟ୍ରାଫିକ୍‌ ସମସ୍ୟା ଏବେ ବିଶ୍ବର ଶୀର୍ଷ ସ୍ଥାନରେ ରହିଛି ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ୫୭ଟି ଦେଶର ୪୧୬ଟି ସହରରେ ଟ୍ରାଫିକ୍‍ ଜାମ୍ ସଂପର୍କରେ ସଦ୍ୟ ପ୍ରକାଶିତ ଏକ ତାଲିକାରେ ଭାରତର ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ରହିଛି। ‘ଟମ୍‍ଟମ୍ ଟ୍ରାଫିକ୍ ଇଣ୍ଡେକ୍‍ସ- ୨୦୧୯’ର ରିପୋର୍ଟ ଅନୁଯାୟୀ ସର୍ବାଧିକ ଟ୍ରାଫିକ୍ ଜାମ୍ ହେଉଥିବା ଦଶଟି ସହର ମଧ୍ୟରେ କେବଳ ଭାରତର ୪ଟି ସହର ଅଛନ୍ତି। ଏହି କାରଣରୁ ରାସ୍ତାରେ ହାରାହାରି ୭୧% ଅଧିକ ସମୟ କାଟିବାକୁ ବାଧ୍ୟ ହେଉଥିବା ଜଣେ ବେଙ୍ଗାଲୁରୁ ବାସିନ୍ଦା ବର୍ଷକ ଭିତରେ ପାଖାପାଖି ୧୦ ଦିନ ୩ ଘଣ୍ଟା ସମୟ ଏହିଭଳି ଅପଚୟ କରିଥାଏ। ବେଙ୍ଗାଲୁରୁ ପଛକୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଫିଲିପାଇନ୍‌ସର ମନିଲା ଓ କଲମ୍ବିଆର ବୋଗଟା ସହର। ଆମ ଦେଶର ମୁମ୍ବାଇ, ପୁନେ ଓ ଦିଲ୍ଲୀ ସହର ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ସାରା ବିଶ୍ବରେ ଯାନବାହାନର ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇବା ଅର୍ଥନୈତିକ ଅଭିବୃଦ୍ଧିର ଏକ ସଂକେତ ସତ, କିନ୍ତୁ ଟ୍ରାଫିକ୍ ସମସ୍ୟା ଦ୍ବାରା ପ୍ରତିବର୍ଷ ଦେଶକୁ ବିପୁଳ ଅର୍ଥ ହରାଇବାକୁ ପଡ଼ିଥାଏ। କାରଣ ଏହା ଦ୍ବାରା ଦିନର ସର୍ବାଧିକ ବ୍ୟସ୍ତତାବହୁଳ ସମୟର ଏକ ବଡ଼ ଭାଗ ସଡ଼କ ଉପରେ ବିନା କୌଣସି ଫଳପ୍ରଦ କାମରେ ନଷ୍ଟ ହୋଇଥାଏ। ଏହି ଉଦ୍‌ବେଗଜନକ ସ୍ଥିତି ସୁଧୁରିବା ଆବଶ୍ୟକ। ବିଶେଷ କରି ଆମ ଦେଶର ଜନାକୀର୍ଣ୍ଣ ଓ ଅନେକ ସ୍ଥାନରେ ଅଣଓସାରିଆ ସଡ଼କରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ସ୍ବତନ୍ତ୍ର ଗୁରୁତ୍ବ ପାଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe