ଅନ୍ଧ ବିଶ୍ବାସ ଏକ ଅଭିଶାପ

ଅନ୍ଧ ବିଶ୍ବାସ ଏକ ଅଭିଶାପ

Socians

ଏଥିରେ ଦ୍ବିଧା ନାହିଁ ଯେ ଅନ୍ଧବିଶ୍ବାସ ହେଉଛି ଏକ ଅଭିଶାପ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଲୋକଙ୍କ ଭିତରେ ଅନ୍ଧବିଶ୍ବାସର ପ୍ରସାର କରିବାରେ ତାନ୍ତ୍ରିକ ବା ଗୁଣିଆମାନଙ୍କ ବିଶେଷ ଭୂମିକା ରହିଛି। ଏଭଳି ତାନ୍ତ୍ରିକ ଓ ଗୁଣିଆମାନଙ୍କୁ ପ୍ରଶାସନ ଦ୍ବାରା ଚିହ୍ନଟ କରାଯାଉ। ଗୁଣିଆମାନେ ଯେମିତି ଅନ୍ଧବିଶ୍ବାସର ପ୍ରସାର ନ କରନ୍ତି, ସେ ଦିଗରେ ସେମାନଙ୍କୁ ସଚେତନ କରାଯିବା ସହିତ ତାଗିଦ କରାଯାଉ।

ସେମିତି ଗ୍ରାମବାସୀମାନେ ଯେମିତି ଅନ୍ଧବିଶ୍ବାସର ବଶବର୍ତ୍ତୀ ନ ହୁଅନ୍ତି, ସେଥି ଲାଗି ସଚେତନତାର ପ୍ରସାର କରାଯିବା ମଧ୍ୟ ଜରୁରୀ। ଦେଖାଯାଉଛି ଯେ ବାରମ୍ବାର ଦେହ ପା’ ଖରାପ ହେଲେ ବା ସେହି କାରଣରୁ ପରିବାରରେ ମୃତ୍ୟୁ ଘଟିଲେ, ଗାଁ ଲୋକେ ଗୁଣିଆ ପାଖକୁ ଯାଇ ତା’ ଠାରୁ ଡାହାଣୀର ସନ୍ଧାନ ନେଇ ଆସନ୍ତି, ଯେଉଁ ଡାହାଣୀ ସେହି ଗାଁର କୌଣସି ହତଭାଗ୍ୟ ବ୍ୟକ୍ତି ହୋଇଥାଏ। ଏଭଳି ଡାହାଣୀ ରୂପେ ଚିହ୍ନିତ ଲୋକେ ଗାଁ ଳୋକଙ୍କ ଅତ୍ୟାଚାର ଏବଂ ଅନେକ ସମୟରେ ହତ୍ୟାର ଶିକାର ମଧ୍ୟ ହୁଅନ୍ତି। ତେଣୁ ମୋ ମତରେ ଗ୍ରାମାଞ୍ଚଳରେ ଡାକ୍ତରଙ୍କ ଉପସ୍ଥିତି ନିହାତି ଜରୁରୀ, ଯାହା ଲୋକଙ୍କ ଅସୁସ୍ଥତା ଦୂର କରିବା ସହିତ ଅନ୍ଧବିଶ୍ବାସକୁ ପ୍ରତିହତ କରିବାରେ ସହାୟକ ହୁଅନ୍ତା। ଏ ଦିଗରେ ଦୃଷ୍ଟି ଦିଆଯାଉ।
ବସନ୍ତ କୁମାର ପାଣିଗ୍ରାହୀ
ଦେବଗଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe