କରୋନା ସମୟ : ଟିଭିରେ ଗମାତ ବନ୍ଦ

କରୋନାଭାଇରସ ଯୋଗୁଁ ବିଶ୍ୱ ପାଇଁ ବଡ଼ ବିପଦ ମାଡ଼ିଆସୁଛି : ଓଇସିଡି

arabianbusiness.com

ଚୀନରେ କରୋନା ଭାଇରସ୍‍ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପି ଯାଇଥିବା ବେଳେ ଶତାଧିକ ଲୋକ ମୃତ୍ୟୁବରଣ କଲେଣି। ଏହାର ଭୟାବହତା ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚି ସାରା ବିଶ୍ବ ପାଇଁ ଏକ ସ୍ବାସ୍ଥ୍ୟଗତ ଜରୁରୀ ପରିସ୍ଥିତି ସୃଷ୍ଟି କରିଛି। ଏହି ଭାଇରସକୁ କାବୁ କରିବା ପାଇଁ ଚୀନ ମାନବ ଇତିହାସର ସର୍ବାଧିକ ଜନସଂଖ୍ୟାକୁ ପ୍ରାୟ ଅବରୁଦ୍ଧ ଅବସ୍ଥାରେ ବାହ୍ୟ ଜଗତ୍‍ରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରଖାଯାଇଛି। ତେରଟି ସହରର ୪ କୋଟିରୁ ଅଧିକ ଲୋକ ଏବେ ବନ୍ଦୀ ଜୀବନ କାଟୁଛନ୍ତି। ତେବେ ରୋଗର ଚିକିତ୍ସା, ପ୍ରତିଷେଧକ ଲାଗି ଗବେଷଣା ଇତ୍ୟାଦି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଚୀନ୍‌ କର୍ତ୍ତୃପକ୍ଷ ବ୍ୟସ୍ତ ଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଗତ ମଙ୍ଗଳବାର ଦିନ ଠାରୁ ଚୀନ ପ୍ରସାରଣ ଅଧିକାରୀ ଟେଲିଭିଜନରେ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣକୁ ବନ୍ଦ କରି ଦେଇଛନ୍ତି। କାରଣ, ନାଚଗୀତରେ ସମୟ ନଷ୍ଟ ନ କରି କରୋନା ଭାଇରସ୍‌ର ମୁକାବିଲା ନେଇ ଜନସଚେତନତା ସୃଷ୍ଟି ସାଙ୍ଗକୁ ଏହି ମହାମାରୀ ସମ୍ପର୍କରେ ଅଧିକ ସମ୍ବାଦ ପରିବେଷଣ କରିବା ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ଏହିପରି ଏକ ଦୁର୍ବିପାକ ସମୟରେ ମନୋରଂଜନ ଲୋକଙ୍କ ଭୟ ବା ଆଶଙ୍କାକୁ ଦୂର କରିବାରେ ସହାୟକ ହୋଇ ପାରନ୍ତା ବୋଲି ହୁଏତ କିଛି ଲୋକ ମତ ଦେଇ ପାରନ୍ତି। କିନ୍ତୁ ଚୀନ କର୍ତ୍ତୃପକ୍ଷ ଭାବନ୍ତି ଯେ ଏଭଳି ଗଣ ଦୁର୍ଦ୍ଦଶାର ସମୟରେ ନାଚ, ଗୀତ ଓ ଗମାତ ଆଦି ଅତି ହାଲୁକା ବିଷୟ। ବରଂ ରୋଗ ନିରାକରଣ ଲାଗି ଏହି ବଳିଷ୍ଠ ଗଣମାଧ୍ୟମର ଯଥାର୍ଥ ଉପଯୋଗ କରାଯିବା ଉଚିତ। ଅସାଧାରଣ ପରିସ୍ଥିତି‌େର ଅସାଧାରଣ ବ୍ୟବସ୍ଥା କରାଯାଉଥିବା ଦୃଷ୍ଟିରୁ ଚୀନ ସରକାରଙ୍କ ଏଭଳି ପଦକ୍ଷେପ ଯେ ସ୍ୱାଗତଯୋଗ୍ୟ, ତାହାକୁ ସ୍ୱୀକାର କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe