କରୋନା ଭୟ ସାମାଜିକ ଗଣମାଧ୍ୟମରେ ଅସତ୍ୟ

Advertisment
ଓଡ଼ିଶା ହରାଇଲା ‌ଦେଢ଼ ଲକ୍ଷ ମୋବାଇଲ୍‌ ଗ୍ରାହକ: ଜିଓ ଯୋଡ଼ିଲା, ଅନ୍ୟ ୩ ସଂସ୍ଥା ହରାଇଲେ

TechZone360

ସାଧାରଣ ଗଣମାଧ୍ୟମରେ ରୋଗ, ସୁସ୍ଥତା ଓ ସ୍ବାସ୍ଥ୍ୟ ସମ୍ବନ୍ଧରେ ଏଭଳି ଅପତଥ୍ୟମାନ ଘୂରି ବୁଲୁଛି ଯେ ସତର୍କ ନ ହେଲେ ବିଭିନ୍ନ ପ୍ରକାର ବିଭ୍ରାନ୍ତିର ଶିକାର ହେବା ଅତି ସ୍ବାଭାବିକ। ଏହି ତଥ୍ୟ ସବୁର ମୋହରେ ପଡ଼ିଗଲେ ନିଜର ସାଧାରଣ ମୁଣ୍ଡବ୍ୟଥାର କାରଣ କ୍ୟାନସର୍‍ ବୋଲି ବଦ୍ଧମୂଳ ଧାରଣାଟିଏ ସୃଷ୍ଟି ହୋଇପାରେ। ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହାର ପରିଣତି ଅତ୍ୟନ୍ତ ବିଷାଦପୂର୍ଣ୍ଣ ହୋଇଛି। ଏହି ଘଟଣାରେ ‘ହ୍ବାଟ୍‌ସଆପ୍‌’ ଜରିଆରେ ପାଇଥିବା ଜ୍ଞାନ ଅନୁସାରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ବୋଲି ମନେ କରି ଆନ୍ଧ୍ରପ୍ରଦେଶର ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି ଗଲା ମଙ୍ଗଳବାର ଦିନ ଆତ୍ମହତ୍ୟା କରିଛନ୍ତି।

ଜଣାପଡ଼ିଛି ଯେ କେ.ବାଳକୃଷ୍ଣ ନାମକ ଏହି ବ୍ୟକ୍ତିଙ୍କୁ ଡାକ୍ତର ସାଧାରଣ ଭୂତାଣୁଜନିତ ସଂକ୍ରମଣ (ଯାହାକୁ ଆମେ ‘ଭାଇରାଲ୍‌ ଇନ୍‌ଫେକ୍‌ସନ୍‌’ ବୋଲି କହିଥାଉ) ବୋଲି କହି ମୁହଁରେ ‘ମାସ୍କ୍‌’ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ଜଣାପଡ଼ିଛି ଯେ ସ୍ମାର୍ଟ ଫୋନ୍‍ରେ ‘କରୋନା ଭୂତାଣୁ ସଂକ୍ରମଣ’କୁ ନେଇ ଆସୁଥିବା ଅନେକ ସତ-ମିଛ ଭିଡିଓମାନ ଦେଖି ସେ ଏକ ବଦ୍ଧମୂଳ ଧାରଣାର ବଶବର୍ତ୍ତୀ ହୋଇ ଯାଇଥିଲେ ଯେ ସେ ଏହି ରୋଗ ଦ୍ବାରା ଆକ୍ରାନ୍ତ। ତେଣୁ ସେ ନିଜ ପରିବାରକୁ ଏହି ରୋଗ ଦାଉରୁ ମୁକ୍ତ କରିବା ଲାଗି ଚରମ ପଦକ୍ଷେପ ନେବାକୁ ସ୍ଥିର କରିଥିଲେ।

କହିବା ବାହୁଲ୍ୟ ଯେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସୂଚନା ଭିତରୁ ଅସଂଖ୍ୟ ସୂଚନା ମିଛ ଏପରିକି ଅବାନ୍ତର। କିନ୍ତୁ ସେଗୁଡ଼ିକୁ ସତ ବୋଲି ଭାବି ନେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅନେକ ଶିକ୍ଷିତ ଓ ସଚେତନ ବ୍ୟକ୍ତିବିଶେଷ ରହୁଥିବାର ଦେଖିବାକୁ ମିଳୁଛି। ଏହା ଏକ ବିଡ଼ମ୍ବନା। କିନ୍ତୁ ଏହି କାରଣରୁ ଗୁଜବ ପ୍ରସାରିତ ହୋଇ ଭୟାବହ ବିପର୍ଯ୍ୟୟ ଘଟାଉଥିବାର ଉଦାହରଣ ଦେଖିବାକୁ ମିଳିଛି। ସେହିପରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସଂଖ୍ୟ କପୋଳକଳ୍ପିତ ତଥ୍ୟରେ ଭରା ସାମାଜିକ ଗଣମାଧ୍ୟମ ଅସତର୍କ ବ୍ୟକ୍ତିଙ୍କ ଲାଗି ଏକ ବଡ଼ ବିପଦର କାରଣ ହୋଇଛି।

ଏହିଭଳି ଏକ ପରିସ୍ଥିତିରେ ସାଧାରଣ ବିବେଚନାବୋଧର ପ୍ରଦର୍ଶନ ଅତ୍ୟନ୍ତ ଜରୁରି। କରୋନା ସଂକ୍ରମଣ ଏଭଳି ଆତଙ୍କ ସୃଷ୍ଟି କରିଛି ଯେ ତାର ସୁଯୋଗ ନେଇ ଅନେକ ବିଭ୍ରାଟ ଓ ବିଭ୍ରାନ୍ତି ସୃଷ୍ଟିକାରୀ ଅପତତ୍ତ୍ବ ତତ୍ପର ହୋଇ ଉଠିଛନ୍ତି। ଏମାନଙ୍କ ମୁକାବିଲା କରିବାର ଏକମାତ୍ର ଅସ୍ତ୍ର ହେଲା ଅନ୍ଧ ଭାବେ ସେଗୁଡ଼ିକୁ ଗ୍ରହଣ କରି ନ ନେବା। ଆନ୍ଧ୍ରପ୍ରଦେଶର ଏହିି ଘଟଣା ସମସ୍ତଙ୍କ ଆଖି ଖୋଲିଦେବ ବୋଲି ଆଶା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe