ଦର୍ପଣ/ ନିରୁଦ୍ଦିଷ୍ଟ ଓ ତାଙ୍କ ସନ୍ଧାନ

ଦର୍ପଣ/ ନିରୁଦ୍ଦିଷ୍ଟ ଓ ତାଙ୍କ ସନ୍ଧାନ

ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ଏବେ ଭାରତରେ ନିଖୋଜ ବା ନିରୁଦ୍ଦିଷ୍ଟ ଲୋକଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ ୨୦୨୧ ଶେଷ ସୁଦ୍ଧା ଭାରତରେ ୩.୪୨ ଲକ୍ଷ ଲୋକ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୮୭% ପ୍ରାପ୍ତବୟସ୍କ ହୋଇଥିବା ବେଳେ ୧୩% ହେଉଛନ୍ତି ଶିଶୁ। ୨୦୧୬ ତୁଳନାରେ ୨୦୨୧ରେ ସମୁଦାୟ ନିଖୋଜ ଲୋକଙ୍କ ସଂଖ୍ୟାରେ ଶିଶୁଙ୍କ ଭାଗ ୪% ହ୍ରାସ ପାଇଥିବା ବେଳେ ମହିଳାଙ୍କ ଭାଗ ୫୫%ରୁ ୬୦%କୁ ବୃଦ୍ଧି ପାଇଛି। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇବାରେ ସଫଳତାର ହାର ନେଇ ମଧ୍ୟ ଏନ୍‌ସିଆର୍‌ବି ତଥ୍ୟ ପ୍ରକାଶ କରିଥାଏ। ଏଥିରୁ ଜଣାପଡ଼ିଥାଏ ଯେ ଗୋଟିଏ ରାଜ୍ୟର ସମୁଦାୟ ନିଖୋଜଙ୍କ ମଧ୍ୟରୁ ବର୍ଷକରେ କେତେ ଜଣଙ୍କ ସନ୍ଧାନ ମିଳିପାରିଛି। ସନ୍ଧାନ ହାରରେ ସର୍ବୋତ୍ତମ ରେକର୍ଡ ବଜାୟ ରଖିଥିବା ରାଜ୍ୟ ହେଉଛି କେରଳ ଯେଉଁଠାରେ ୨୦୨୧ ମସିହାରେ ନିଖୋଜ ଥିବା ୧୧,୦୦୦ ଲୋକଙ୍କ ମଧ୍ୟରୁ ୯,୪୫୨ ଜଣଙ୍କ ସନ୍ଧାନ ମିଳିପାରିଥିଲା (ସନ୍ଧାନ ହାର ୮୬%)।

ଏହା ପଛକୁ ରହିଛି ତେଲେଙ୍ଗାନା। ଯାହାର ସଫଳତାର ହାର ୮୫.୩%। ସେହିପରି ଆସାମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ତାମିଲନାଡୁର ପାଖାପାଖି ଦୁଇ-ତୃତୀୟାଂଶ ନିଖୋଜ ଲୋକଙ୍କ ସନ୍ଧାନ ମିଳିଥିଲା। ନିଖୋଜଙ୍କ ସନ୍ଧାନରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ହେଉଛି ପଞ୍ଜାବ, ଯେଉଁଠାରେ ୨୦୨୧ରେ ୧୫,୬୪୨ ଜଣ ନିଖୋଜ ଥିବା ବେଳେ ମାତ୍ର ୨,୬୦୧ ଜଣଙ୍କର ପତ୍ତା ଲଗାଯିବା ସମ୍ଭବ ହୋଇଥିଲା। ଏହା ପଛକୁ ଦିଲ୍ଲୀରେ ସନ୍ଧାନ ହାର ୩୩.୫% ଥିବା ବେଳେ ଜାମ୍ମୁ ଓ କାଶ୍ମୀରରେ ୩୮.୯%, ଉତ୍ତର ପ୍ରଦେଶରେ ୩୯.୫%, ଛତିଶଗଡ଼ରେ ୪୨.୯%, ବିହାରରେ ୪୩.୯%, ପଶ୍ଚିମବଙ୍ଗରେ ୪୪.୫% ରହିଥିଲା। ସର୍ବାଭାରତୀୟ ସ୍ତରରେ ନିଖୋଜଙ୍କ ସନ୍ଧାନ ହାର ୫୨.୯% ହୋଇଥିବା ବେଳେ ଓଡ଼ିଶାରେ ଏହା ନିରାଶଜନକ ଭାବେ ୪୯.୨% ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe